୩ ଦିନରେ ଭାଜପାର ନୂଆ ସଭାପତି

ଭୁବନେଶ୍ୱର,୨୯ା୬(ସୁନିତ୍‌ ମିଶ୍ର): ଭାଜପାର ନୂଆ ରାଜ୍ୟ ସଭାପତି କିଏ ହେବେ, ସେନେଇ ଆସନ୍ତା ସୋମବାର ଜଣାପଡ଼ିଯିବ। ଏନେଇ ଦଳ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦଳର ସଭାପତି ନିର୍ବାଚନ ଲାଗି ରବିବାର ନୋଟିସ ଜାରି ହେବ। ସୋମବାର ନାମାଙ୍କନପତ୍ର ଦାଖଲ କରାଯିବ ବୋଲି ଭାଜପାର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ଦଳ ପକ୍ଷରୁ ଶନିବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ସେଥିରେ ଉଲ୍ଲେଖ କରାଯାଇଛି, ଭାଜପାର କେନ୍ଦ୍ର ନିର୍ବାଚନ ଅଧିକାରୀ ବି. ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି। ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଆସନ୍ତା ୧ ତାରିଖ ସୁଦ୍ଧା ଶେଷ ହେବ ବୋଲି ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ତଥା ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି। ସେ କହିଛନ୍ତି, ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ଏମ୍‌ପି ସଞ୍ଜୟ ଜୟସ୍ବାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସେ ରବିବାର ଓଡ଼ିଶା ଗସ୍ତରେ ଆସିବେ। ଏହାପରେ ନିର୍ବାଚନ ପ୍ରକ୍ରିୟାର ନୋଟିସ ଜାରି କରିବେ। ଜଣେ ବରିଷ୍ଠ ନେତା ନାମ ଗୋପନ ସର୍ତ୍ତରେ କହିଛନ୍ତି, ଦଳର ରାଜ୍ୟ ସଭାପତି କିଏ ହେବେ ସେକଥା ଉପରୁ ଏକପ୍ରକାର ନିଷ୍ପତ୍ତି ସରିଥିବ। ପର୍ଯ୍ୟବେକ୍ଷକ ଆସିବା ପରେ ନୋଟିସ ମାରିବେ ଏବଂ ଅନୌପଚାରିକ ଭାବେ କିଏ ଏହି ପଦ ଲାଗି ନାମାଙ୍କନ କରିବେ ସେନେଇ ସୂଚନା ଦେବେ। ତେଣୁ ଜଣେ ମାତ୍ର ହିଁ ବ୍ୟକ୍ତି ଦଳରୁ ନାମାଙ୍କନ କରିବେ। ସେଦିନ ହିଁ ଜଣାପଡ଼ିଯିବ କିଏ ସଭାପତି ହେଉଛନ୍ତି। କିଛିଦିନ ତଳେ ସଭାପତି ପଦକୁ ନେଇ ସମସ୍ତଙ୍କ ମତାମତ ଲୋଡ଼ାଯାଇଥିଲା। ଦଳ ଯାହାଙ୍କୁ ଦାୟିତ୍ୱ ଦେବ ତାଙ୍କୁ ସମସ୍ତେ ମାନି ଚାଲିବେ ବୋଲି ଅଧିକାଂଶ ନେତା ମତ ରଖିସାରିଛନ୍ତି।
ରାଜ୍ୟରେ ଭାଜପା ପ୍ରଥମ ଥର ଲାଗି ସରକାରକୁ ଆସିଛି। ତେଣୁ ଏଥର ଦଳର ରାଜ୍ୟ ସଭାପତି କିଏ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। କେତେଜଣଙ୍କ ନାଁ ସଭାପତି ନିର୍ବାଚନ ଲାଗି ଚର୍ଚ୍ଚାରେ ରହିଛି। ଅନ୍ୟପଟେ ବର୍ତ୍ତମାନ ସଭାପତି ଥିବା ମନମୋହନଙ୍କୁ ଆଉ ଥରେ ଏହି ପଦରେ ରଖିବା ପାଇଁ ଉପରେ ନିଷ୍ପତ୍ତି ହୋଇଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି। ଅନ୍ୟପଟେ ଭାଜପା ସରକାରରେ ନିଗମ ଓ ବୋର୍ଡଗୁଡ଼ିକର ଅଧ୍ୟକ୍ଷ ପଦ ଖାଲିପଡ଼ିଛି। ରାଜ୍ୟ ସଭାପତି ନିର୍ବାଚନ ପରେ ଏହି ପଦବୀ ପୂରଣ ହେବ ବୋଲି ଦୀର୍ଘଦିନ ଧରି ଶୁଣିବାକୁ ମିଳୁଛି। ଅନ୍ୟପଟେ ସଭାପତି ଚୟନ ପରେ ଖାଲି ପଡ଼ିଥିବା ୬ ମନ୍ତ୍ରୀ ପଦବୀ ପୂରଣ ହେବା ସହ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରେ ବୋଲି ଭାଜପା ମହଲରେ ଚର୍ଚ୍ଚା ଚାଲିଛି।
ସୂଚନାଯୋଗ୍ୟ, ଭାଜପାରେ ପ୍ରତି ୩ ବର୍ଷରେ ଥରେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୁଏ। ଗତ ନିର୍ବାଚନ ପରି ଚଳିତ ‘ସାଙ୍ଗଠନିକ ନିର୍ବାଚନ ୨୦୨୪‘ ସ୍ଥାନୀୟସ୍ତରରୁ ଆରମ୍ଭ ହୋଇ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ବାଚନରେ ଶେଷ ହେବ। ଏଥିରେ ଭାଜପାର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri