Posted inଜାତୀୟ

ପ୍ରିଭେସିକୁ କ୍ଷୁଣ୍ଣ କରିବ ନୂଆ ଆଇନ

ନୂଆଦିଲ୍ଲୀ,୨ା୭: ୨୦୨୩ରେ ପାର୍ଲାମେଣ୍ଟରେ ଗୃହୀତ ୩ ନୂଆ ଫୌଜଦାରୀ ଆଇନ ଜୁଲାଇ ପହିଲାରୁ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି। ତେବେ ଉକ୍ତ ଆଇନଗୁଡ଼ିକରେ ରହିଥିବା ନିୟମ ନାଗରିକମାନଙ୍କ ପ୍ରିଭେସି ଏବଂ ବାକ୍‌ ସ୍ବାଧୀନତା ଭଳି ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଇନ ବିଶାରଦମାନେ ମତ ଦେଉଛନ୍ତି। ଅପରାଧ ସଂହିତାର ବିଭିନ୍ନ ଦିଗକୁ ଏଥିରେ ଡିଜିଟାଇଜ୍‌ କରିବା ପାଇଁ ଉଦ୍ୟମ ହୋଇଛି। ସେହିପରି ଡିଜିଟାଲ ପ୍ରମାଣକୁ ସାକ୍ଷ୍ୟ ଆଇନ ଅଧୀନକୁ ଅଣାଯାଇଥିବାବେଳେ ଏଥିପାଇଁ ଆବଶ୍ୟକ ପ୍ରକ୍ରିୟାଗତ ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦିଆଯାଇ ନାହିଁ। ଆଇନରୁ ‘ରାଜଦ୍ରୋହ’ ଶବ୍ଦକୁ ହଟାଇ ଦିଆଯାଇଥିଲେ ମଧ୍ୟ ଅସ୍ପଷ୍ଟ ନିୟମରୁ ସେହି ଧାରଣା ବଳବତ୍ତର ରହିଛି। ଡିଜିଟାଲ ପ୍ରମାଣର ତଲାସି ଓ ଜବତ କରିବା ସମ୍ପର୍କିତ କାର୍ଯ୍ୟନିର୍ବାହୀ କ୍ଷମତାକୁ ମଧ୍ୟ ଏଥିରେ ପ୍ରଶସ୍ତ କରିଦିଆଯାଇଛି।
ନ୍ୟାୟ ସଂହିତା (ବିଏନ୍‌ଏସ୍‌)ରେ ଥିବା ରାଜଦ୍ରୋହକୁ ଅପରାଧ ତାଲିକାରୁ ବାଦ୍‌ ଦିଆଯାଇଛି। ଏହାକୁ ଇଣ୍ଡିଆନ ପେନାଲ କୋଡ୍‌ (ଆଇପିସି)ରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ବୋଲି ସରକାର କହୁଛନ୍ତି। କାଗଜ କଲମରେ ଏହା ସତ ହୋଇଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ‘ସେଡିଶନ’ (ଆଇପିସି ଦଫା ୧୨୪ଏ) ଶବ୍ଦକୁ ହଟାଇ ବିଏନ୍‌ଏସ୍‌ରେ ଅଧିକ କାର୍ଯ୍ୟାନୁଷ୍ଠାନଯୋଗ୍ୟ ନିୟମ ଯୋଡ଼ିଛି। ତେବେ ନୂଆ ଆଇନରେ ଏହା ଅଧିକ ଅସ୍ପଷ୍ଟ ହୋଇଯାଇଛି। ବିଏନ୍‌ଏସ୍‌ରେ ଉଲ୍ଲେଖ କରାଯାଇଥିବା କ୍ଲଜ୍‌-୧୫୦ ଅନୁଯାୟୀ ଭାରତର ସାର୍ବଭୌମତ୍ୱ, ଏକତା ଓ ଅଖଣ୍ଡତା କ୍ଷୁଣ୍ଣ କରିବା (ଇଲେକ୍ଟ୍ରୋନିକ୍‌ ଯୋଗାଯୋଗ ଜରିଆରେ) ଏକ ଅପରାଧ। ଏଥିରେ ସ୍ପଷ୍ଟତା ନ ଥିବାରୁ ଦେଶ ବିରୋଧରେ ସଶସ୍ତ୍ର ବିଦ୍ରୋହ, ବିଧ୍ୱଂସକାରୀ କାର୍ଯ୍ୟକଳାପ, ପୃଥକୀକରଣ ଓ ବିଚ୍ଛିନ୍ନତାବାଦରେ ଲିପ୍ତ ଥିବା ଅଭିଯୋଗ ଆସିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି କାର୍ଯ୍ୟାନୁଷ୍ଠାନ ମୁକ୍ତ ଅଭିବ୍ୟକ୍ତି, ଅସନ୍ତୋଷର ସ୍ବର ଏବଂ ଗଣମାଧ୍ୟମର ସ୍ବାଧୀନତାକୁ କ୍ଷୁଣ୍ଣ କରିବ। ଇଲେକ୍ଟ୍ରୋନିକ୍‌ କମ୍ୟୁନିକେଶନକୁ ନୂଆ ଆଇନରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ବା ଅଧିକାରୀମାନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁଯୋଗ ମିଳିଛି। ଟେଲିକମ୍ୟୁନିକେଶନ ବିଲ୍‌ ୨୦୨୩ ଅନୁଯାୟୀ ନୂଆ ଆଇନ ଅନ୍‌ଲାଇନ ଯୋଗାଯୋଗ ସେବା, ହ୍ବାଟ୍ସଆପ୍‌ ଭଳି ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ହେବ। ଏଥିଯୋଗୁ ପ୍ରିଭେସି (ବ୍ୟକ୍ତିଗତ ଗୋପନୀୟତା) ସୁରକ୍ଷା ସକାଶେ ଆପଣାଯାଉଥିବା ଏଣ୍ଡ୍‌ ଟୁ ଏଣ୍ଡ୍‌ ଏନ୍‌କ୍ରିପ୍‌ଶନ ଉପରେ କମ୍ପାନୀର କର୍ତ୍ତୃତ୍ୱ ରହିବ ନାହିଁ। ୟୁଜର୍ସଙ୍କ ମ୍ୟାସେଜ୍‌କୁ ନିୟନ୍ତ୍ରଣ, ବନ୍ଦ ଓ ପ୍ରଘଟ କରିବା ପାଇଁ କମ୍ପାନୀଗୁଡ଼ିକ ବାଧ୍ୟ ହେବେ, ଯାହାକି ସେଡିଶନ ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ରାୟର ବିରୁଦ୍ଧାଚରଣ ବୋଲି କୁହାଯାଉଛି।
ନାଗରିକ ସୁରକ୍ଷା ସଂହିତା(ବିଏନ୍‌ଏସ୍‌ଏସ୍‌) ଧାରା ୯୪ ଅନୁସାରେ କୋର୍ଟ ଡିଜିଟାଲ ଏଭିଡେନ୍ସ ସମେତ କୌଣସି ପ୍ରକାର ଦସ୍ତାବିଜ୍‌ ବା ସାମଗ୍ରୀକୁ ତଦନ୍ତ ପାଇଁ ପ୍ରମାଣ ଭାବେ ମଗାଇପାରିବେ। ଏଭଳି ପ୍ରମାଣ ରଖିତ୍ଥିବା ବ୍ୟକ୍ତି ମାମଲାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ନ ଥିଲେ ମଧ୍ୟ ତାଙ୍କ ତଲାସୀ ନିଆଯାଇପାରିବ। ତାଙ୍କଠାରୁ ଉକ୍ତ ପ୍ରମାଣକୁ ଜବତ ମଧ୍ୟ କରାଯାଇପାରିବ। ଏପରି ହେଲେ ଜଣେ ବ୍ୟକ୍ତିଙ୍କଠାରୁ ତାଙ୍କ ବ୍ୟକ୍ତିଗତ ମୋବାଇଲ ଫୋନ୍‌, ଲାପ୍‌ଟପ ଓ କମ୍ପ୍ୟୁଟରକୁ ପ୍ରମାଣ ଭାବେ ଜବତ କରାଯାଇପାରିବ। ଏଜେନ୍ସିଗୁଡ଼ିକ ଏଭଳି ଇଲେକ୍ଟ୍ରୋନିକ ଉପକରଣକୁ ଯାଞ୍ଚ କରି ୟୁଜର୍ସଙ୍କ ଗୋପନୀୟ ତଥ୍ୟ ଦେଖିପାରିବେ। ସାକ୍ଷ୍ୟ ଅଧିନିୟମ ଏବଂ ବିଏନ୍‌ଏସ୍‌ଏସ୍‌ ଅଧୀନରେ ଡିଜିଟାଲ ରେକର୍ଡକୁ ଅନ୍ତର୍ଭୁକ୍ତ କରାଯିବା ଦ୍ୱାରା ପ୍ରିଭେସି ଉପରେ ଆକ୍ରମଣ ବଢ଼ିବ। ସାକ୍ଷ୍ୟ ଅଧିନିୟମର ଏକ ଧାରା ଅନୁଯାୟୀ ଜଣେ ପୋଲିସ ଅଫିସର ବିନା କୌଣସି ଲିଖିତ ନିର୍ଦ୍ଦେଶନାମାରେ ଡିଜିଟାଲ ଉପକରଣଗୁଡ଼ିକର ତଲାସି ନେଇପାରିବେ। ଏହାଦ୍ୱାରା ପ୍ରିଭେସିରେ ପୋଲିସର ହସ୍ତକ୍ଷେପ ଅଇନତଃ ବୈଧତା ଲାଭ କରିବ ବୋଲି ଆଶଙ୍କା କରାଯାଉଛି।

ବିଏନ୍‌ଏସ୍‌ଏସ୍‌ରେ ପୋଲିସ ରିମାଣ୍ଡ ଅବଧି ୧୫ଦିନ

ନୂଆ ଫୌଜଦାରି ଆଇନ ଭାରତୀୟ ନ୍ୟାୟ ସଂହିତା(ବିଏନ୍‌ଏସ୍‌), ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନ୍‌ଏସ୍‌ଏସ୍‌) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ(ବିଏସ୍‌ଏ) ସୋମବାରଠାରୁ ସାରା ଦେଶରେ ଲାଗୁ ହୋଇଛି। ଏହି ଆଇନରେ ପୋଲିସ ରିମାଣ୍ଡ କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇଛି। ପୂର୍ବରୁ ପୋଲିସ ରିମାଣ୍ଡ ସର୍ବାଧିକ ୧୫ଦିନ ରହିଥିବାବେଳେ ନୂଆ ଆଇନରେ ମଧ୍ୟ ୧୫ଦିନ ରହିଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଛନ୍ତି।
ଏକ ଖବରଦାତା ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଶାହା ପୋଲିସ ରିମାଣ୍ଡ ଅବଧିକୁ ନେଇ ସୃଷ୍ଟ ଦ୍ୱନ୍ଦ୍ୱକୁ ଦୂର କରି କହିଛନ୍ତି, ପୂର୍ବ ଆଇନ ଅନୁସାରେ କୌଣସି ଅଭିଯୁକ୍ତ ପୋଲିସ ରିମାଣ୍ଡରେ ଥିବା ସମୟରେ ଯଦି ଶାରୀରିକ ଅସୁସ୍ଥତା କାରଣରୁ ହସ୍ପିଟାଲରେ ୧୫ଦିନ ପର୍ଯ୍ୟନ୍ତ ଭର୍ତ୍ତି ହେଉଥିଲେ, ତାଙ୍କୁ ପୋଲିସ କୌଣସି ଜେରା କରିପାରୁ ନ ଥିଲା। ସେ କ୍ଷେତ୍ରରେ ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ଆଉ ରିମାଣ୍ଡରେ ନେଇ ପାରୁ ନ ଥିଲା। ମାତ୍ର ଏବେ ନୂଆ ଆଇନ ଅନୁସାରେ ପୋଲିସ ୬୦ଦିନ ମଧ୍ୟରେ ରିମାଣ୍ଡ ସୁବିଧା ନେଇପାରିବେ ବୋଲି ଶାହା କହିଛନ୍ତି। ପୋଲିସ ରିମାଣ୍ଡ ଅବଧି ପନ୍ଦର ଦିନ ମଧ୍ୟରେ ସୀମିତ ରଖାଯାଇଥିଲେ ସୁଦ୍ଧା ପୋଲିସ ତଦନ୍ତର ୬୦ଦିନ ମଧ୍ୟରେ ଯେକୌଣସି ସମୟରେ ରିମାଣ୍ଡ ପାଇଁ ଆବେଦନ କରିପାରିବେ। ବିଚାର ଚାଲିଥିବାବେଳେ ମାଜିଷ୍ଟ୍ରେଟଙ୍କ ଅନୁମତି ନେଇ ପୋଲିସକୁ ଅଧିକ ତଦନ୍ତ କରିବାର କ୍ଷମତା ମଧ୍ୟ ଦିଆଯାଇଛି। ଏଭଳି କ୍ଷମତାର ଅନେକ କ୍ଷେତ୍ରରେ ଦୁରୁପଯୋଗ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଆଇନବିଷାରଦ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ…

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri