ଭୁବନେଶ୍ୱର,୨୪।୧: ପିଏମ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ ପାଇଁ ସର୍ଭେ ଆରମ୍ଭ ହୋଇଯାଇଛି। ପୁରୀରୁ ସର୍ଭେର ଶୁଭାରମ୍ଭ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ମନ୍ତ୍ରୀ ଅର୍ଜୁନସିଂପୁରକୁ ଯାଇ ୫ଟି ଘରକୁ ତାଲିକାରେ ଯୋଡ଼ିଛନ୍ତି। ଏଥିସହ କିପରି ଆବାସ ପ୍ଲସ ମୋବାଇଲ ଆପ୍ ଦ୍ବାରା କରି ହେବ ତାହା ଜଣାଇଛନ୍ତି। ମନ୍ତ୍ରୀ କହିଛନ୍ତି, ଯୋଗ୍ୟତାର ମାନ କୋହଳ କରାଯାଇଛି । ରେଫ୍ରିଜରେଟର, ୨ ଚକିଆ ଯାନ, ଲ୍ୟାଣ୍ଡଲାଇନ ଥିଲେ ପ୍ରତିବନ୍ଧକ ନାହିଁ। ମାସିକ ୧୫ ହଜାରରୁ କମ ଆୟ ପରିବାର ସାମିଲ ହୋଇପାରିବେ। ନିଜ ମୋବାଇଲରେ ଆବାସ ପ୍ଲସ ଆପ୍ରେ ଜଣାଇବାକୁ ଅପିଲ କରିଛନ୍ତି ମନ୍ତ୍ରୀ।


