ରାୟଗଡ଼ା ରେଳ ଡିଭିଜନର ନୂଆ ଡିଆରଏମ୍‌ ଅମିତାଭ ସିଂଘଲଙ୍କ କୋରାପୁଟ ଗସ୍ତ

କୋରାପୁଟ,୧୨ା୧(ଅମିତାଭ ବେହେରା): ନୂତନ ଭାବେ ରାୟଗଡ଼ା ଡିଭିଜନର ଦାୟିତ୍ୱ ଗ୍ରହଣ କରିଥିବା ଡିଆର୍‌ଏମ୍‌ ଅମିତାଭ ସିଂଘଲ କୋରାପୁଟ ଗସ୍ତରେ ରବିବାର ସକାଳେ କୋରାପୁଟ ଷ୍ଟେଶନକୁ ଆସି ବିଭିନ୍ନ ସମସ୍ୟା ଓ ଉନ୍ନତିକରଣ କାର୍ଯ୍ୟଗୁଡ଼ିକର ନିରୀକ୍ଷଣ କରିବା ସହ ରେଲଓ୍ବେ କର୍ମଚାରୀ ଓ ଡେଭଲପମେଣ୍ଟ ମେମ୍ବରମାନଙ୍କ ସହ ଆଲୋଚନା କରିଥିଲେ।
କୋରାପୁଟ ରେଳ ଭିତ୍ତିଭୂମି ବିକାଶ ସହ ନବନିଯୁକ୍ତି ଓ ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯିବ କହିଛନ୍ତି ନୂତନ ଡିଆରଏମ୍‌। ଲୋକେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ହୀରାଖଣ୍ଡ ଟ୍ରେନ୍‌ ୪ ନମ୍ବର ପ୍ଲାଟ୍‌ଫର୍ମ ପରିବର୍ତ୍ତେ ୧ ନମ୍ବର ପ୍ଲାଟ୍‌ଫର୍ମରେ ଲାଗିବାକୁ ଆଲୋଚନା କରିବା ସହ ସହ ପ୍ରତିଦିନ ସକାଳୁ ଏକ ଟ୍ରେନ୍‌ ଭୁବନେଶ୍ୱରକୁ ଚଳାଇବା ପାଇଁ ଡିଆର୍‌ଏମ୍‌ଙ୍କ ନିକଟରେ ନିବେଦନ କରାଯାଇଥିଲା। ସେ ଏଥିପାଇଁ ସହମତି ମଧ୍ୟ ପ୍ରକାଶ କରିଥିବା ବରିଷ୍ଠ ଭାଜପା କର୍ମୀ ତଥା ରାୟଗଡ଼ା ରେଳ ଡିଭିଜନର ଡେଭଲପ୍‌ମେଣ୍ଟ ମେମ୍ବର ତ୍ରିନାଥ ପଣ୍ଡା କହିଛନ୍ତି।

Share
Tags: drm