ଭରସାର ନୂତନ ଦିଗନ୍ତ

ଓଡ଼ିଶାର ନୂତନ ସରକାର ଚାଷୀଙ୍କ ମୁହଁରେ ଆନନ୍ଦର ଝଲକ ସୃଷ୍ଟି କରିଛନ୍ତି। ଓଡ଼ିଶାର ପ୍ରଧାନ କୃଷି ଧାନଚାଷ। ଧାନ କୁଇଣ୍ଟାଲ ୩୧୦୦ ଟଙ୍କା ଦରରେ ସରକାର ଧାନ କିଣିବାକୁ ଘୋଷଣା କରି ଚାଷୀଙ୍କ ମୁହଁରେ ଆଶାତୀତ ଭରସା ଭରି ଦେଇଛନ୍ତି। କାରଣ ପୂର୍ବ ସରକାର ବର୍ଷ ବର୍ଷ ଧରି ଘୋଷିତ ଦରରେ ଧାନ କିଣିବାକୁ ପ୍ରତିଶ୍ରୁତି ଦେଇ ମଧ୍ୟ ବହୁ ବାଧାବନ୍ଧନ ସୃଷ୍ଟି କରି ଯଥାସମୟରେ ମିଲରଙ୍କ ଦ୍ୱାରା ଧାନ କିଣି ନେଉଥିଲେ। ଫଳରେ ଚାଷୀମାନେ ଅଦର ଦରରେ ଅସାଧୁ ବ୍ୟବସାୟୀଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହୋଇ ସର୍ବସ୍ବାନ୍ତ ହେଉଥିଲେ।
ସରକାରୀ ନିୟମ ଚାଲୁ ରହିଆସିଛି। ଧାନ ଅମଳ ହେବା ସଙ୍ଗେ ସଙ୍ଗେ ଚାଷୀମାନେ ଅମଳ କରି ବର୍ଷା, କାକର, ମୂଷାଦାଉରୁ ରକ୍ଷା ପାଇବା ପାଇଁ ବିଲରେ, ରାସ୍ତାକଡ଼ରେ ବସ୍ତା କରି ପକାଇ ନ ରଖି ଧାନମଣ୍ଡିରେ ପଇଠ କରିବେ। ମିଲର ଯଥାଶୀଘ୍ର ଧାନ ଉଠାଇନେବେ। ସେବା ସମବାୟ ସମିତିରେ ନିଜସ୍ବ ଗୋଦାମ ଘର ନ ଥିବାରୁ ସମିତି କର୍ମଚାରୀମାନେ ମିଲର ନ ଆସିବା ପର୍ଯ୍ୟନ୍ତ ଧାନ ପଇଠ ନିଅନ୍ତି ନାହିଁ। ଚାଷୀମାନେ ଅଭାବୀ ବିକ୍ରିରେ ହତାଶ ହୁଅନ୍ତି।
ଏଫ୍‌ଏକ୍ୟୁ ଧାନରେ ଆର୍ଦ୍ରତା ୧୭% ସହ ଜୈବିକ, ଅଜୈବିକ ପଦାର୍ଥ ୧୬% ପ୍ରଭୃତି ମୋଟ ୩୩% ମିଶିବା ଅନିବାର୍ଯ୍ୟ ହୋଇ ପଡ଼ିଥାଏ। ଏପରିକି ମିଲର ଯଥା ସମୟରେ ନ ଆସିଲେ ଧାନ ଖରାଖାଇ ହରିକାଠ ପାଲଟିଯାଏ ଏବଂ ଆର୍ଦ୍ରତା ୧୭%ରୁ ୫/୬%କୁ ଖସିଆସେ। ୩୩% ସରକାରୀ ରିହାତି ଥିଲେ ମଧ୍ୟ ପୂର୍ବରୁ ମିଲରମାନେ ୯/୧୦ କିଲୋ କଟ୍‌ନିଛଟ୍‌ନି କରିବା, ଅଖାମୂଲ୍ୟ ନ ଦେବା, ଟୋକନରେ ଧାର୍ଯ୍ୟ ତାରିଖରେ ନ କିଣିବାର ଦୌରାମତ୍‌ୟ ବର୍ଷ ବର୍ଷ ଧରି ଚାଷୀକୁଳ ସହି ଆସିଛନ୍ତି। ଚଳିତ ସରକାର ସେହି ଦୌରାମତ୍‌ୟରୁ ରକ୍ଷା କରିବାର ପ୍ରତିଶ୍ରୁତି ଦେଇ ଚାଷୀକୁଳକୁ ଆଶ୍ୱାସନା ଦେଇଛନ୍ତି।
ବହୁ ଆନନ୍ଦର କଥା, ନୂଆ ସରକାର ପଡ଼ୋଶୀ ରାଜ୍ୟର ସୀମାକୁ ସିଲ୍‌ କରି ବାହାର ଧାନକୁ ପ୍ରବେଶ କରିବାକୁ ବିରୋଧ କରିଛନ୍ତି। କେବଳ ଓଡ଼ିଶା ଚାଷୀଙ୍କ ଧାନକୁ କିଣେଇ ନେବାର ନିଷ୍ପତ୍ତି ନେଇଛନ୍ତି। ଚାଷୀ କହିଲେ ବୃହତ୍‌ ଚାଷୀ, ମଧ୍ୟମ ଚାଷୀ, କ୍ଷୁଦ୍ରଚାଷୀ, ଭାଗଚାଷୀ। ଏମାନଙ୍କ ମଧ୍ୟରୁ ଯେଉଁମାନେ ଜମି ମାଲିକ, ସେମାନେ ଧାନ ବିକିବାକୁ ଜମି ରେଜିଷ୍ଟ୍ରେଶନ କରିଥିବେ। ତେବେ ସେମାନଙ୍କ ନାମରେ ଟୋକନ ଆସିବ। ବର୍ତ୍ତମାନ ସୁଦ୍ଧା ଜମି ମାଲିକମାନେ ଜମି ରେଜିଷ୍ଟ୍ରେଶନ କରିବାରେ ନିରାଶ ହୋଇ ଆସିଛନ୍ତି। ଚଳିତ ଖରିଫ ଚାଷରେ ଜମି ମାଲିକମାନେ ଜମି ରେଜିଷ୍ଟ୍ରେଶନ କରିନାହାନ୍ତି। ବର୍ଷବର୍ଷ ଧରି ଧାନଚାଷରେ ବହୁ ଖର୍ଚ୍ଚାନ୍ତ ହୋଇ ଜମି ମାଲିକମାନେ ଉପଯୁକ୍ତ ମୂଲ୍ୟରେ ବିକ୍ରି କରି ପାରୁନାହାନ୍ତି, ଫଳରେ ଭାଗଚାଷୀମାନଙ୍କୁ ଜମି ଭାଗ ଦେଇ ଦେଉଛନ୍ତି। ଯୁଗ ଯୁଗ ଧରି ଯେଉଁ ମୂଲିଆମାନେ ଜମି ମାଲିକ ପାଖରେ ମୂଲ ଲାଗୁଥିଲେ, ସେମାନେ ଅଧା ଫସଲ ଭାଗ ଦେଇ ମଧ୍ୟ ଜମିକୁ ହାତକୁ ଆଣି ମହାଖୁସି। କିନ୍ତୁ ବାତ୍ୟା, ବନ୍ୟା, ମରୁଡ଼ିର କ୍ଷତି ଭରଣା କେବଳ ଜମି ମାଲିକ ପାଉଥିବାରୁ ଘରୋଇ ଋଣ ଶୁଝି ନ ପାରି ଭାଗଚାଷୀ ସର୍ବସ୍ବାନ୍ତ ହୋଇ ଆମତ୍ହତ୍ୟା କରୁଛନ୍ତି। ଫଳରେ ଭାଗଚାଷୀଙ୍କ ପିଲାମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇବାକୁ ବାଧ୍ୟ ହେଉଛନ୍ତି। ଏଥିଯୋଗୁ ଶିଳ୍ପ ବିହୀନ ବିଭିନ୍ନ ଜିଲାରେ କୃଷି ଶ୍ରମିକ ସଂଖ୍ୟା ଦ୍ରୁତ ହ୍ରାସ ପାଇଚାଲିଛି।
ପୃଥିବୀ ପ୍ରସିଦ୍ଧ କୃଷି ବିଶେଷଜ୍ଞ ସ୍ବାମୀ ନାଥନ୍‌ଙ୍କ ରିପୋର୍ଟ ଅନୁଯାୟୀ ଭାଗଚାଷୀ ଉତ୍ପାଦନର ଦୁଇଭାଗ ଓ ଜମି ମାଲିକ ଏକ ଭାଗ ପାଇବା ପାଇଁ ହକ୍‌ଦାର ହୋଇଥିଲେ ମଧ୍ୟ ଶ୍ରମିକ ଅଭାବରୁ ଭାଗଚାଷୀ ଜମି ଭାଗ ନେବାକୁ ଅନିଚ୍ଛୁକ। ଏକର ପିଛା ହାରାହାରି ୨୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଅମଳ ହେଉଥିଲେ ମଧ୍ୟ ୭ କୁଇଣ୍ଟାଲ ଜମି ମାଲିକକୁ ଦେବାକୁ ଅରାଜି। ଫଳରେ ଜମି ପଡ଼ିଆ ପଡ଼ିବା ପରିବର୍ତ୍ତେ ଅଢ଼େଇ କୁଇଣ୍ଟାଲ, ତିନି କୁଇଣ୍ଟାଲ ଭାଗରେ ଜମି ମାଲିକମାନେ ଜମି ଭାଗଦେବାକୁ ବାଧ୍ୟ ହେଉଛନ୍ତି। ଏଥିଯୋଗୁ ଜମି ମାଲିକଙ୍କ ହାତରେ ମଣ୍ଡିରେ ବିକ୍ରି କରିବାକୁ ଧାନ ରହୁ ନ ଥିବାରୁ ପୂର୍ବ ସରକାର ସମୟରେ ଜମି ରେଜିଷ୍ଟ୍ରେଶନ କରିବାରୁ ବିରତ ରହିବାକୁ ବାଧ୍ୟ ହୋଇ ଆସିଛନ୍ତି। ଚାଷୀଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି, ସରକାର ୩୧୦୦ ଟଙ୍କାରେ କେଉଁମାନଙ୍କଠାରୁ ଧାନ କିଣିବେ। ଉତ୍ପାଦନର ମୂଳକର୍ତ୍ତା ଅନ୍ନଦାତା ଭାଗଚାଷୀମାନେ କିପରି ବିକ୍ରି କରିପାରିବେ ତାହା ନିର୍ଦ୍ଦିଷ୍ଟ ଭାବେ ନିଷ୍ପତ୍ତି ହେବା ଆବଶ୍ୟକ, ନଚେତ୍‌ ପଡ଼ିଶା ରାଜ୍ୟର ସୀମାକୁ ସିଲ୍‌ କରି ଓଡ଼ିଶାର ଉତ୍ପାଦିତ ଧାନକୁ କ’ଣ କରାଯିବ ଏବଂ ଅସାଧୁ ବ୍ୟବସାୟୀଙ୍କ ପାଇଁ ସରକାର କି କଟକଣା କରୁଛନ୍ତି ସେଥିପ୍ରତି ସମସ୍ତଙ୍କର ଦୃଷ୍ଟି ରହିଛି।
ଅପରପକ୍ଷରେ ନିରାଶ ହୋଇ ଜମି ରେଜିଷ୍ଟ୍ରେଶନରୁ ବିରତ ରହି ଟୋକନ ପାଇ ନ ଥିବା ଜମି ମାଲିକମାନଙ୍କୁ ଜିଲାପାଳଙ୍କ ଜରିଆରେ ସେମାନଙ୍କ ଜମିପଟ୍ଟା ନେଇ ଧାନ କିଣିବା ପୂର୍ବରୁ ଟୋକନ ପ୍ରଦାନର ବ୍ୟବସ୍ଥା କରାଯାଉ। ଫଳରେ ଓଡ଼ିଶାର ଜମି ମାଲିକଙ୍କ ଉତ୍ପାଦିତ ଧାନ ବିକ୍ରି ହୋଇପାରିବ। ଏହା ଫଳରେ ସରକାରଙ୍କର ଚାଷୀ ରକ୍ଷାକାରୀ ମହତ୍‌ ଉଦ୍ଦେଶ୍ୟ ସାଧିତ ହୋଇପାରିବ। ଜମି ମାଲିକମାନେ ଅଧିକ ଅର୍ଥ ଲାଭ କରି ଶ୍ରମିକମାନଙ୍କୁ ଅଧିକ ମଜୁରି ଦେଇ ପାରିଲେ ଦାଦନ ଶ୍ରମିକମାନେ ଅଧିକ ମଜୁରି ଆଶାରେ ଓଡ଼ିଶାକୁ ଫେରିଆସିବେ। ଏଣୁ ଓଡ଼ିଶାରେ ନିଶ୍ଚିତ କୃଷିର ନୂତନ ଅଭ୍ୟୁଦୟ ଘଟିବ। ଦାଦନ ଶ୍ରମିକମାନେ ଓଡ଼ିଶାକୁ ଫେରିଆସି ବାରମାସି କାମରେ ନିୟୋଜିତ ହୋଇ ପରିବାରକୁ ସ୍ବଚ୍ଛଳତାରେ ଚଳାଇ ଓଡ଼ିଶାକୁ ପ୍ରଥମ କୃଷି ରାଜ୍ୟରେ ପରିଣତ କରିପାରିବେ। ଘୋଷଣା ପ୍ରଚାର ସର୍ବସ୍ବ ନ ହୋଇ ବାସ୍ତବତାରେ ପରିଣତ ହେଲେ ଓଡ଼ିଶାବାସୀ ଆମତ୍ହରା ହେବେ, ଏହି ଅପେକ୍ଷାରେ ଚାଷୀକୁଳ।
ମୋ: ୯୭୭୭୯୭୭୯୫୮


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?