ପୃଥିବୀ ଉପରେ ନୂଆ ବିପଦ, ବାୟୁମଣ୍ଡଳରେ ଜହର ମିଶାଉଛନ୍ତି ୨୫ ସହର…

ଓ୍ବାଶିଂଟନ,୧୩।୭: ପୃଥିବୀ ଉପରେ ନୂଆ ବିପଦ ମାଡ଼ି ଆସୁଛି। ପୃଥିବୀର ବାୟୁମଣ୍ଡଳରେ ୨୫ଟି ବିକଶିତ ସହର ଜହର ମିଶାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୨୩ଟି ସହର ଚାଇନାରେ ଅଛି। ସେହିପରି ଅନ୍ୟ ଦୁଇ ସହର ହେଉଛନ୍ତି ରୁଷିଆର ମସ୍କୋ ଏବଂ ଜାପାନର ଟୋକିଓ। ଏସବୁ ସହର ବାୟୁମଣ୍ଡଳକୁ ୫୨ ପ୍ରତିଶତ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ଛାଡୁଛନ୍ତି। ଏହା ଦ୍ୱାରା ବିଶ୍ୱ ତାପନ ବଢ଼ିବାରେ ଲାଗିଛି। ଏସମ୍ପର୍କିତ ଏକ ରିପୋର୍ଟ ଫ୍ରଣ୍ଟିୟର ଇନ୍‌ ସସ୍‌ଷ୍ଟେନ୍‌ବିଲିଟି ସିଟି ଜର୍ନାଲ୍‌ରେ ପ୍ରକାଶ ପାଇଛି। ୫୩ ଟି ଦେଶର ୧୬୭ ସହର ଉପରେ ଗବେଷଣା କରାଯିବା ପରେ ରିପୋର୍ଟ ପ୍ରକାଶିତ ହୋଇଛି। ଆମେରିକା, ୟୁରୋପୀୟ ଦେଶ ସମୁହ ଏବଂ ଭାରତର ବିଭିନ୍ନ ସହରରୁ ମଧ୍ୟ ବାୟୁମଣ୍ଡଳରେ ବିଷାକ୍ତ ଗ୍ୟାସ୍‌ ଜମା ହେଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମହାନଗର ଯୋଗୁ ବାୟୁମଣ୍ଡଳ ଅଧିକ ବିଷାକ୍ତ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ଯୋଜନାବଦ୍ଧ ଭାବେ ପଦକ୍ଷେପ ଗ୍ରହଣ ନ କରାଗଲେ ଆଗାମୀ ଦିନରେ ଭୟଙ୍କର ସ୍ଥିତିି ସୃଷ୍ଟି ହେବ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri