ନୂଆ ଗ୍ରାହକ ଯୋଡ଼ିପାରିବନି ମାଷ୍ଟରକାର୍ଡ

ନୂଆଦିଲ୍ଲୀ, ୧୫ା୭: ନିୟମ ଉଲ୍ଲଂଘନ ଅଭିଯୋଗରେ ରିଜର୍ଭ ବ୍ୟାଙ୍କ ମାଷ୍ଟରକାର୍ଡ ଉପରେ କଟକଣା ଲଗାଇଛି। ଫଳରେ ଏହା ନୂଆ ଗ୍ରାହକ ଯୋଡ଼ିପାରିବନି। ୨୨ ଜୁଲାଇଠାରୁ ନିଜ ନେଟ୍‌ଓ୍ବର୍କରେ ନୂଆ ଗ୍ରାହକ ଯୋଡିବାକୁୁ ମାଷ୍ଟରକାର୍ଡକୁ ବାରଣ କରାଯାଇଛି। ଏହା ମଧ୍ୟରେ ଡେବିଟ୍‌, କ୍ରେଡିଟ୍‌ ଏବଂ ପ୍ରିପେଡ୍‌ ଗ୍ରାହକ ସାମିଲ ରହିଥିବା ଜଣାପଡିଛି। ଆର୍‌ବିଆଇର କହିବା ଅନୁସାରେ, ମାଷ୍ଟରକାର୍ଡ ଭାରତରେ ପେମେଣ୍ଟ ସିଷ୍ଟମ ଡାଟା ଷ୍ଟୋରେଜ ସଂକ୍ରାନ୍ତ ନିୟମକୁ ଉଲ୍ଲଂଘନ କରିଛି। ଫଳରେ ଏହି ପେମେଣ୍ଟ ସିଷ୍ଟମ ଅପରେଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆର୍‌ବିଆଇ ନିର୍ଦ୍ଦେଶ ଫଳରେ କମ୍ପାନୀର ପୁରୁଣା ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡିବନି ବୋଲି ଜଣାପଡିଛି।
କାର୍ଡ ଜାରି କରୁଥିବା ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କ ସଂସ୍ଥାଗୁଡିକୁ ପୂର୍ବରୁ ଆର୍‌ବିଆଇ ନିର୍ଦ୍ଦେଶନାମା ଜାରି କରିଥିଲା। ୨୦୧୮ ଏପ୍ରିଲରେ ଜାରି ଆର୍‌ବିଆଇ ସର୍କୁଲାର ମୁତାବକ, ସମସ୍ତ ପେମେଣ୍ଟ ସିଷ୍ଟମ ସୁବିଧା ଯୋଗାଣକାରୀ ନିଜ ଅକ୍ତିଆରରେ ରହିଥିବା ପେମେଣ୍ଟ ସଂକ୍ରାନ୍ତ ଡାଟାକୁ ଭାରତରେ ସଂରକ୍ଷିତ କରିବେ। ଏ ନେଇ ସଂସ୍ଥାଗୁଡିକୁ ୬ ମାସର ସମୟସୀମା ପ୍ରଦାନ କରାଯାଇଥିଲା। ଏହି ମାନଦଣ୍ଡ ପାଳନରେ ମାଷ୍ଟରକାର୍ଡ ବିଫଳ ହୋଇଛି। ୨୦୨୧ରେ ଏହା ପ୍ରଥମ ଘଟଣା ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଡିଟିଆଇ ସହ ବିଓବିର ସହଭାଗିତା

ଭୁବନେଶ୍ୱର,୧୩।୭: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ଏବଂ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଅଧୀନରେ ଥିବା ଡାଇରେକ୍ଟୋରେଟ ଅଫ ଟ୍ରେଜେରିଜ୍‌ ଆଣ୍ଡ ଇନ୍‌ସ୍ପେକ୍ସନ (ଡିଟିଆଇ) ମଧ୍ୟରେ...

ଭାରତରେ ୭୪,୪୫୦ କୋଟି ନିବେଶ କରିବ ସଫ୍ଟ ବ୍ୟାଙ୍କ

ଜାପାନର ସଫ୍ଟ ବ୍ୟାଙ୍କ ଗ୍ରୁପ କର୍ପୋରେଶନ ଆସନ୍ତା ବର୍ଷ ଭାରତରେ ପ୍ରାୟ ୩୭,୨୨୫ କୋଟିରୁ ୭୪,୪୫୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। ସଫ୍ଟ...

ଖୁଲାସା ହେଲା ବୃହତ୍‌ ଇଚ୍ଛାକୃତ ଖିଲାପକାରୀଙ୍କ ନାମ

ମୁମ୍ବାଇ,୨୨-୧୧: ବ୍ୟାଙ୍କଗୁଡିକରୁ ବୃହତ୍‌ ପରିମାଣର ଋଣ ନେଇ ପଇଠ କରି ନ ଥିବା ବୃହତ୍‌ ଇଛାକୃତ ଖିଲାପକାରୀଙ୍କ ନାମକୁ ରିଜର୍ଭ ବ୍ୟାଙ୍କ ଶେଷରେ ଖୁଲାସା କରିଛି।...

ରିଟର୍ନ ଦାଖଲ ଲାଗି ଇ-ଫାଇଲିଂ ଲାଇଟ୍‌

ନୂଆଦିଲ୍ଲୀ,୨-୮: ଆୟକର ବିଭାଗ ପକ୍ଷରୁ ରିଟର୍ନ ଦାଖଲ କରିବା ଉଦ୍ଦେଶ୍ୟରେ ଗୁରୁବାର ଏକ ନୂଆ ସରଳ ସୁବିଧା ଆରମ୍ଭ କରାଯାଇଛି। ବିଭାଗର ଓ୍ବେବ୍‌ସାଇଟରେ ‘ଇ-ଫାଇଲିଂ ଲାଇଟ୍‌’...

ମାର୍ଚ୍ଚ ୨୦୨୪ ସୁଦ୍ଧା ଏୟାର ଇଣ୍ଡିଆ-ଭିସ୍ତାରାର ବିଲୟ, ଟାଟା ସନ୍ସ୍‌-ସିଙ୍ଗାପୁର ଏୟାର ଲାଇନ୍ସର ନିଷ୍ପତ୍ତି…

ନୂଆଦିଲ୍ଲୀ,୨୯।୧୧ : ଟାଟା ସନ୍ସ୍‌ ଏବଂ ସିଙ୍ଗାପୁର ଏୟାର ଲାଇନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ ୨୦୨୪ ସୁଦ୍ଧା ଏୟାର...

ଭାରତକୁ ରେମିଟାନ୍ସ କମିବ

ଓ୍ବାଶିଂଟନ,୨୪।୪: କୋଭିଡ୍‌-୧୯ ଯୋଗୁ ଏବେ ସାରା ବିଶ୍ୱରେ ମାନ୍ଦାବସ୍ଥା ସ୍ଥିତି ଉପୁଜିଛି। ଫଳରେ ବିଦେଶରେ ରହୁଥିବା ଭାରତୀୟମାନଙ୍କ ରେମିଟାନ୍ସ (ପ୍ରେରିତ ଅର୍ଥ) ୨୩% କମିବ ବୋଲି...

ସମଗ୍ର ଦିଲ୍ଲୀ ଏନ୍‌ସିଆର୍‌ରେ ୫ଜି ସେବା

ମୁମ୍ବାଇ,୧୯।୧୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ସମଗ୍ର ଦିଲ୍ଲୀ ଏନ୍‌ସିଆର୍‌ରେ ୫ଜି ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦିଲ୍ଲୀ...

ୟୁଜରଙ୍କ ଅସନ୍ତୋଷ ଆଗରେ ମୁଣ୍ଡ ନୁଆଁଇଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୧୬।୧: ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ପଲିସି ଅପ୍‌ଡେଟ୍‌ କରିବାର ଘୋଷଣା କରିଥିଲା। ଏହାକୁ ନେଇ ବ୍ୟବହାରକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଲୋକମାନେ...

Advertisement
Archives

Model This Week