ଟିପିସିଓଡିଏଲ୍‌ର ନୂତନ ସିସିସି ଉଦ୍‌ଘାଟିତ

ଭୁବନେଶ୍ୱର,୫।୭: ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ରହିଥିବା ପ୍ରତିବଦ୍ଧତା ଅନୁସାରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ୧୯ତମ ଗ୍ରାହକ ସେବା କେନ୍ଦ୍ର(ସିସିସି) ନିମାପଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ଟିପିସିଓଡିଏଲ୍‌ର ନିମାପଡ଼ା ଡିଭିଜନର ସମସ୍ତ ଗ୍ରାହକଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ କରିବା ଲାଗି କମ୍ପାନୀର ରହିଥିବା ପ୍ରତିବଦ୍ଧତା ସ୍ବରୂପ ସିସିସିର ଶୁଭାରମ୍ଭ କରାଯାଇଛି। ସେହିଭଳି ତାଲିମପ୍ରାପ୍ତ କର୍ମଚାରୀମାନଙ୍କ ଏକ ଟିମ୍‌ ଦ୍ୱାରା ଉକ୍ତ ସିସିସି ପରିଚାଳିତ ହେବ। ଏପରିକି ଉକ୍ତ ଗ୍ରାହକ ସେବା କେନ୍ଦ୍ରରେ ନୂତନ ବିଦ୍ୟୁତ୍‌ ସଂଯୋଗ ପାଇଁ ଆବେଦନ, ମାସିକ ବିଲ୍‌ ପ୍ରଦାନ, ଗ୍ରାହକଙ୍କ ପ୍ରଶ୍ନ ଓ ସମସ୍ୟାଗୁଡ଼ିକର ସମାଧାନ ସମେତ ଅନ୍ୟାନ୍ୟ ଗ୍ରାହକ ସମ୍ପର୍କିତ ସେବାଗୁଡ଼ିକ ମଧ୍ୟ ପ୍ରଦାନ କରାଯିବ।
ଅପରପକ୍ଷରେ ନିମାପଡ଼ାସ୍ଥିତ ଗ୍ରାହକ ସେବା କେନ୍ଦ୍ର ମୁଖ୍ୟତଃ ଏହି ଅଳରେ ବାସ କରୁଥିବା ଗ୍ରାମୀଣ ଗ୍ରାହକମାନଙ୍କ ଆବଶ୍ୟକତାକୁ ପୂରଣ କରିବ। ଉତ୍ତମ ଗ୍ରାହକ ସେବା ପ୍ରଦାନ କରିବା ଲାଗି ଏହି ଗ୍ରାହକ ସେବା କେନ୍ଦ୍ରରେ ଉନ୍ନତ ମାନର ସୁବିଧାସୁଯୋଗ ଯଥା କେନ୍ଦ୍ରକୁ ଆସୁଥିବା ଗ୍ରାହକଙ୍କ ସୁଚାରୁ ରୂପେ ପରିଚାଳନା ପାଇଁ ଧାଡ଼ି ପରିଚାଳନା ବ୍ୟବସ୍ଥା, ଏକ ସେଲ୍‌ଫ ହେଲ୍‌ପ କିଓସ୍କ ଏବଂ ସେବା ଉପରେ ଗ୍ରାହକମାନଙ୍କ ମତାମତ ସଂଗ୍ରହ କରିବା ଲାଗି ଏକ ଫିଡ୍‌ବ୍ୟାକ୍‌ ଟ୍ୟାବ୍‌ ଓ ପରାମର୍ଶ ବାକ୍ସ ରହିଛି। ଅନ୍‌ଲାଇନ ପେମେଣ୍ଟ ବିକଳ୍ପ, ସୁରକ୍ଷା ଓ ଅନ୍ୟାନ୍ୟ ସ୍କିମ୍‌ ବିଷୟରେ ଗ୍ରାହକମାନଙ୍କୁ ଅବଗତ କରିବା ଲାଗି ଉକ୍ତ କେନ୍ଦ୍ରରେ ଏକ ଟିଭି ସ୍କ୍ରିନ୍‌ର ବ୍ୟବସ୍ଥା ମଧ୍ୟ ରହିଛି।
ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଗ୍ରାହକମାନଙ୍କୁ ଉତ୍ତମ ଅନୁଭୂତି ପ୍ରଦାନ କରିବା ଲାଗି ଆମେ ନିମାପଡ଼ାଠାରେ ଏକ ନୂତନ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟନ କରିଛୁ ବୋଲି ସିଂହ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

ଭିଜିଲାନ୍ସ ଜାଲରେ ରେଞ୍ଜର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ ସ୍ଥାନରେ ଚଢାଉ

କେନ୍ଦ୍ରାପଡା, ୮।୭ (ଜଗନ୍ନାଥ ଧଳ): କଟକସ୍ଥ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

‘ସେ ଏହାର ଯୋଗ୍ୟ ଥିଲେ’: ବାରୁଇପୁର ବଳାତ୍କାର-ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନା କଲେ ମାଆ

କୋଲକାତା,୮।୭: ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କ ମାଆ ବୁଧବାର କହିଛନ୍ତି ଯେ ସେ ତାଙ୍କ ପୁଅର ମୃତଦେହ ଦାବି କରିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri