ପୁରୁଣା ଉପରେ ନୂଆ ସେତୁ

ଭଦ୍ରକ ଅଫିସ, ୧୩।୬-ସାଳନ୍ଦୀ ନଦୀ ପାର ହେବା ପାଇଁ ଭଦ୍ରକ ଜିଲା କୁଆଁସଠାରେ ପୂର୍ବତନ ଏମ୍‌ପି ସ୍ବର୍ଗତ ଅର୍ଜୁନ ସେଠୀ ୨୦୦୨ରୁ ଏକ ସେତୁ ନିର୍ମାଣ କରିଥିଲେ। ଏହାର ନାମ ଅର୍ଜୁନ ସେତୁ ରଖାଯାଇଥିଲା। ଏଥିପାଇଁ କେନ୍ଦ୍ର ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଉକ୍ତ ସେତୁର ସ୍ଥାୟିତ୍ୱ ଥାଇ ମଧ୍ୟ ତାକୁ ଭାଙ୍ଗି ପୁଣି ଏକ ସେତୁ ନିର୍ମାଣ ପାଇଁ ବର୍ତ୍ତମାନ ଅଣ୍ଟା ଭିଡ଼ିଛନ୍ତି ଏମ୍‌ପି ଓ ବିଧାୟକ। ଚଳିତବର୍ଷ ମାର୍ଚ୍ଚ ୨୫ରେ ଉକ୍ତ ସେତୁ ପୁନଃ ନିର୍ମାଣ ପାଇଁ ସ୍ଥିର କରି ଶିଳାନ୍ୟାସ କରାଯାଇଛି। ପୋଲ ଭଙ୍ଗାଯାଇ ପୁନଃ ନିର୍ମାଣ କରାଯାଉଥିବା ପୋଲ ପଛର କାରଣ କ’ଣ ବୋଲି ସହରରେ ଚର୍ଚ୍ଚା ଜୋର୍‌ ଧରିଛି।
ପ୍ରକାଶ ଯେ, ପ୍ରାୟ ୬୮ ମିଟର ଲମ୍ବ ବିଶିଷ୍ଟ ହେବାକୁ ଥିବା ସେତୁ ପାଇଁ ୬କୋଟି ୪ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବା ବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆଗାମୀ ବର୍ଷକ ମଧ୍ୟରେ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସେତୁ ଶିଳାନ୍ୟାସ ହେଉ ହେଉ ଏହାର ନାମକରଣକୁ ନେଇ ବିବାଦ ଦେଖାଦେଇଛି। ପୂର୍ବରୁ ନାମିତ ଅର୍ଜୁନ ସେତୁର ନାମକରଣକୁ ପରିବର୍ତ୍ତନ କରାଯାଇ ଏହାକୁ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ନାଁରେ ନାମିତ କରିବାକୁ ନିଷ୍ପତ୍ତି ନେଇ ଫଳକ ନିର୍ମାଣ କରାଯାଇଛି। ଏହାକୁ ବିରୋଧ କରାଯିବାରୁ ନାମ ପରିବର୍ତ୍ତନ କରାଯାଇ କୁଆଁସ ସେତୁ ରଖାଯାଇଛି। ତେବେ ପୁରୁଣାକୁ ହଟାଯାଇ ସେଠାରେ ନୂଆ ସେତୁ ନିର୍ମାଣ କରାଯାଉଥିଲେ ମଧ୍ୟ ଏହାର ନାମକରଣ ପରିବର୍ତ୍ତନର ଯଥାର୍ଥତାକୁ ନେଇ ସହରବାସୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷେ ଘଟଣାକ୍ରମେ ବିଜେଡି ରାଜନୀତିରୁ ଅର୍ଜୁନଙ୍କ ବିଦାୟ ଏବଂ ଦେହାନ୍ତ ପରେ ତାଙ୍କ ସ୍ମୃତିକୁ ଲିଭେଇ ଦେବା ଲାଗି କେତେଜଣ ମୁଷ୍ଟିମେୟ ରାଜନୈତିକ ଲୋକଙ୍କର ଏହା ହୀନପ୍ରୟାସ ବୋଲି ଭାଜପା ଅଭିଯୋଗ କରୁଛି। ଏପରିକି ଏହି ପୁରୁଣା ସେତୁର ବିକଳ୍ପ କରା ନ ଯାଇ ଭାଙ୍ଗିଦିଆଯିବା ଅତ୍ୟନ୍ତ ଦୁଃଖଦାୟକ। ଭଦ୍ରକ ସହରର ଲାଇଫ୍‌ ଲାଇନ କୁହାଯାଉଥିବା ଏହି ସେତୁର ବିକଳ୍ପ କରା ନ ଯାଇ ତରବରିଆ ଭାବେ ଭାଙ୍ଗି ଦିଆଯିବା ପୂର୍ତ୍ତ ବିଭାଗର ଦାୟିତ୍ୱହୀନତା ବୋଲି ଭାଜପା ଜିଲା ସଭାପତି ହେମନ୍ତ କୁମାର ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ୩୦ଟି ୱାର୍ଡର କେତେଜଣ ଯୁବନେତାଙ୍କୁ ନେଇ ବିରୋଧାଭାଷ ମୁଣ୍ଡ ଟେକୁଥିବା ଜଣାପଡ଼ିଛି। ଭାଜପା ଯୁବନେତା ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ୱରେ ଏହାକୁ ନେଇ ଭଦ୍ରକ ସହରରେ ଜନଆନ୍ଦୋଳନ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମନୋଜ ସିଂଙ୍କୁ ପଚାରିବାରୁ ଓସାରିଆ କରାଯିବା ପାଇଁ ପୁରୁଣା ସେତୁ ଭାଙ୍ଗିବାକୁ ପଡ଼ିଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ଟେନ୍‌ସନ୍‌ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ

ଓ୍ବାଶିଂଟନ୍‌,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri