ଭୁବନେଶ୍ୱର,୩।୬ଉତ୍କର୍ଷ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ (ୟୁଏସ୍ଏଫ୍ବି)ର ନୂତନ ତଥା ୯୦୦ତମ ଶାଖା ଝାଡ଼ଖଣ୍ଡର ରାଞ୍ଚତ୍ସ୍ଥିତ ଖୁଣ୍ଟିଠାରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ବ୍ୟାଙ୍କର ଆଉ ୭ଟି ନୂଆ ଶାଖା ବିହାର,ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ବିଶେଷ କରି ବ୍ୟାଙ୍କର ଏହି ସଫଳତା ଓ ସମ୍ପ୍ରସାରଣର ଏକ ଅଂଶ ହୋଇଥିବାବେଳେ ଗ୍ରାହକଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି।
ଏ ସମ୍ପର୍କରେ ୟୁଏସଏଫବିର ଏମ୍ଡି ତଥା ସିଇଓ ଗୋବିନ୍ଦ ସିଂହ କହିଛନ୍ତି, ଝାଡ଼ଖଣ୍ଡର ରାଞ୍ଚତ୍ିସ୍ଥିତ ଖୁଣ୍ଟିଠାରେ ବ୍ୟାଙ୍କର ୯୦୦ତମ ଶାଖାର ଶୁଭାରମ୍ଭ (ଉଦ୍ଘାଟନ) କରି ଆମେ ବେଶ୍ ଉତ୍ସାହିତ ଅଛୁ। ବିଶେଷ କରି ଏହା ଆମ ପାଇଁ ଏକ ସ୍ମରଣୀୟ ଦିନ ହୋଇଥିଲାବେଳେ ଝାଡ଼ଖଣ୍ଡ ବ୍ୟାଙ୍କ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଭାବେ ଉଭା ହୋଇଛି। ଅପରପକ୍ଷରେ ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶଠାରେ ବ୍ୟାଙ୍କର ୭ଟି ନୂଆ ଆଉଟଲେଟ୍ ସମ୍ପୃକ୍ତ ଅଞ୍ଚଳରେ ଆମର ପ୍ରତିବଦ୍ଧତାକୁ ଅଧିକ ସୁଦୃଢ କରିଛି। ଏପରିକି ଆମର ନୂଆ ଆଉଟଲେଟଗୁଡିକ ସ୍ଥାନୀୟ ଉଦ୍ୟୋଗିକତା ବୃଦ୍ଧି କରିବା ସହିତ ସ୍ଥାନୀୟ ଉଦ୍ୟୋଗୀ ଓ ବ୍ୟକ୍ତିମାନଙ୍କ ଜୀବିକାକୁ ଉନ୍ନତ କରିବା ପାଇଁ ଆର୍ଥିକ ସ୍ଥିରତାକୁ ମଜଭୁତ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ସଂଶାଧନ ପ୍ରଦାନ କରିବ। ସୂଚନାଯୋଗ୍ୟ, ଝାଡଖଣ୍ଡରେ ବ୍ୟାଙ୍କର ୮୧ଟି ବ୍ୟାଙ୍କିଙ୍ଗ୍ ଆଉଟ୍ଲେଟ୍ ଥିଲାବେଳେ ଦେଶରେ ମୋଟ ୯୦୩ ଟି ଆଉଟ୍ଲେଟ ରହିଛି। ରାଞ୍ଚତ୍ିସ୍ଥିତ ଖୁଣ୍ଟିର ଗ୍ରାହକମାନଙ୍କ ନିକଟରେ ବ୍ୟାଙ୍କର ଏକ ବିସ୍ତୃତ ଶୃଙ୍ଖଳାର ଉପତ୍ାଦ ଓ ସେବା ଉପଲବ୍ଧ ରହିବ। ଏଥିରେ ସେଭିଙ୍ଗ୍ସ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ଫିକ୍ସଡ ଡିପୋଜିଟ, ରିକରିଂ ଡିପୋଜିଟ ଏବଂ ବିଭିନ୍ନ ଋଣ ଉପତ୍ାଦ ଯେପରିକି ଗୃହ ଋଣ, ବ୍ୟବସାୟ ଋଣ, ସମ୍ପତ୍ତି ଋଣ, ଋଣ, ବୀମା ଓ ନିବେଶ ଉପତ୍ାଦ ସାମିଲ ରହିଛି। ଏହି ବ୍ୟାଙ୍କିଙ୍ଗ୍ ଆଉଟ୍ଲେଟ୍ଗୁଡିକ ଅଣସଂଗଠିତ ଓ କମ୍ ଆୟ ବର୍ଗର ଲୋକମାନଙ୍କୁ ବ୍ୟବସାୟ ବିକାଶ ସେବାଗୁଡିକ ପାଇଁ ମାଇକ୍ରୋ-ବ୍ୟାଙ୍କିଙ୍ଗ ଲୋନ୍ ପ୍ରଦାନ କରିବ।
ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ
ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…
ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି
କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…
ଧରାପଡ଼ିଲେ ନକଲି ଏମ୍ଭିଆଇ
ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…
ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା
ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…
ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ
ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍ ଉଦ୍ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…
ଡେଭିିସ କପ୍ରେ ଭାରତକୁ ହରାଇଲା କୋରିଆ
ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…
ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍
ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

