ବାରିପଦା ବାଘଡ଼ା ରୋଡ୍‌ଠାରେ ଏସ୍‌ବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ବର,୪।୭ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ର ନୂତନ ଶାଖା ‘ବାରିପଦା ସିଟି ଶାଖା’ ନିକଟରେ ବାରିପଦାସ୍ଥିତ ୱାର୍ଡ ନଂ.୧୫ ଅଧୀନ ବାଘଡ଼ା ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍‌ବିଆଇ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ବିଆଇର ମହାପ୍ରବନ୍ଧକ (ନେଟ୍‌ଓ୍ବର୍କ-୧) ଏମ୍‌.ପୋନ୍ନମବଲମ,ଉପ-ମହାପ୍ରବନ୍ଧକ ବାଲେଶ୍ୱର ଅଞ୍ଚଳ ଶୈଲେଶ କୁମାର ସିହ୍ନା,କ୍ଷେତ୍ରୀୟ ପ୍ରବନ୍ଧକ ଜଗନ୍ନାଥ ଶ୍ରୀଚନ୍ଦନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ବାରିପଦା ଟାଉନରେ ଏସ୍‌ବିଆଇର ଏହା ୫ମ ଶାଖା ହୋଇଥିଲାବେଳେ ମୟୂରଭଞ୍ଜ ଜିଲାରେ ୩୩ ତମ ଶାଖା ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ପର୍ବତାରୋହୀ ଓ ଅବସରପ୍ରାପ୍ତ ଏସ୍‌ବିଆଇ କର୍ମଚାରୀ ପ୍ରସନ୍ନ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri