ରିଷିଡ଼ା,୨୨ା୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ଭାବେ ସୁଶ୍ରୀ ସୁଚରିତା ମୁଗ୍ରୀ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ପୂର୍ବରୁ ବଲାଙ୍ଗୀର ଜିଲାରେ ଡେପୁଟି କଲେକ୍ଟର ଭାବରେ କାର୍ଯ୍ୟରତ ଥିଲେ। ଏଥିରେ ବ୍ଲକ ଭାଜପା କମିଟି, ସଭାପତି ଡୋଳାମଣି ଭୋଇ, ଯୋରାଡ୍ରବରା ମଣ୍ଡଳ ସଭାପତି ଯତୀନ୍ଦ୍ର ସାହୁ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ସେହିପରି ବିଜୁଜନତା ଦଳର ବ୍ଲକ ସଭାପତି ଯଶୋବନ୍ତ ସାହୁ, ଯୁଗୋଳ ନାଏକ ସମେତ ଶତାଧିକ କର୍ମକର୍ତ୍ତା ଏବଂ ସରପଞ୍ଚ ସଂଘର ସଭାପତି ବରୁଣ ଛତ୍ରିଆ ସମେତ ୧୧ଟି ପଞ୍ଚାୟତର ସରପଞ୍ଚମାନେ ମଧ୍ୟ ସ୍ବାଗତ ଜଣାଇଛନ୍ତି। ବିଭାଗୀୟ ପଦୋନ୍ନତି ପାଇବା ପରେ ବିଡିଓ ସୁଚରିତା ମୁଗ୍ରୀ ପ୍ରଥମେ ମୁଖ୍ୟମନ୍ତ୍ରୀ ଜିଲାପାଳ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅଞ୍ଚଳରେ ବେଆଇନ ଦୁର୍ନୀତି, ଅସାମାଜିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖି ଜନସାଧାରଣଙ୍କ ସହ ମିଶି ସମସ୍ୟାଗୁଡ଼ିକର ସମାଧାନ କରିବା ମୋର ପ୍ରଥମ ଲକ୍ଷ୍ୟ ରହିବ ବୋଲି ପ୍ରତିକ୍ରିୟାରେ ସୁଶ୍ରୀ ବିଡିଓ ସୁଚରିତା ମୁଗ୍ରୀ କହିଛନ୍ତି। ଆଜି କାର୍ଯ୍ୟରେ ଯୋଗଦାନ ପରେ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।
ପ୍ରକାଶ ଥାଉକି, ସୁଶ୍ରୀ ସୁଚରିତା ମୁଗ୍ରୀ ଗତ ୨.୧୦.୨୦୨୨ରୁ ୩୧.୧.୨୦୨୪ ମଧ୍ୟରେ କର୍ଲାମୁଣ୍ଡା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ଦ୍ବିତୀୟ ଥର ପୁନଃ ଯୋଗଦାନ କରିଛନ୍ତି।