ନ୍ୟୁ ଏଜ୍‌ ଏନର୍ଜି ମିନେରାଲ୍ସ ରିପୋର୍ଟ ଉନ୍ମୋଚିତ

ନୂଆଦିଲ୍ଲୀ,୪।୫: ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ଏକ ବିଶେଷଜ୍ଞ କମିଟି ଦ୍ୱାରା ପ୍ରସ୍ତୁତ ‘ନ୍ୟୁ ଏଜ୍‌ ଏନର୍ଜି ମିନେରାଲ୍ସ’ ରିପୋର୍ଟ ନିକଟରେ ଉନ୍ମୋଚିତ ହୋଇଯାଇଛି। ନୂଆଦିଲ୍ଲୀଠାରେ ଏକ ସ୍ବତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା। ଏହି ଅବସରରେ ଖଣି ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିକି ଇଣ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କ ସମେତ ଫିକି ଖଣି କମିଟିର କୋ-ଚେୟାରମ୍ୟାନ୍‌ ପଙ୍କଜ ସତିଜା, ସେକ୍ରେଟାରି ଜେନେରାଲ ଶୈଳେଶ ପାଠକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି ଉକ୍ତ ରିପୋର୍ଟରେ ନ୍ୟୁ ଏଜ୍‌ ଏନର୍ଜି ମିନେରାଲ୍ସ ସମ୍ପର୍କରେ ବିସ୍ତୃ୍‌ତ ସୂଚନା ସହ ଭୌଗୋଳିକ ତଥା ଭୂତାତ୍ତ୍ୱିକ ତଥ୍ୟ, ବ୍ୟବହାର, ବଜାର ଦୃଷ୍ଟିକୋଣ, ଚ୍ୟାଲେଞ୍ଜ ଏବଂ ସୁଯୋଗ ଆଦି ସବିଶେଷ ସୂଚନା ରହିଛି। ଏହି ପରିପ୍ରେକ୍ଷୀରେ ଫିକି ଇଣ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି, ଭାରତର ଆର୍ଥିକ ବିକାଶ ଏବଂ ଚିରସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ନ୍ୟୁ ଏଜ୍‌ ଏନର୍ଜି ମିନେରାଲ୍ସ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏପରିକି ଭାରତ ତା’ର ଖଣି ଜ୍ଞାନକୌଶଳ ଏବଂ ସୁସମ୍ପର୍କ ବ୍ୟବହାରକରି ଉକ୍ତ ମିନେରାଲକୁ ହାସଲ ଏବଂ ଉତ୍ତୋଳନ କରିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ଅପରପକ୍ଷରେ ପଣ୍ଡା ତାଙ୍କ ଅଭିଭାଷଣରେ କହିଥିଲେ, ଭାରତର ଜିଡିପି ଅଭିବୃଦ୍ଧି ପାଇଁ ଖଣି ଖନନର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ନ୍ୟୁ ଏଜ୍‌ ଏନର୍ଜି ମିନେରାଲ୍ସର ଉତ୍ପାଦନ ବୃଦ୍ଧି ନିମନ୍ତେ ଚାଲିଥିବା ଖଣିଜ ସନ୍ଧାନ,ବୈଷୟିକ ଜ୍ଞାନକୌଶଳ ବିନିଯୋଗ ଏବଂ ଦକ୍ଷତା ବୃଦ୍ଧି ଉପରେ ସେ ବେଶ୍‌ ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri