Posted inଖେଳ

‘କେବେ ପ୍ରତାରଣା କରିନାହିଁ’: ଛାଡ଼ପତ୍ର, ଆତ୍ମହତ୍ୟା ଚିନ୍ତା ଉପରେ ମୁହଁ ଖୋଲିଲେ ଯୁଜବେନ୍ଦ୍ର ଚହଲ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ସ୍ପିନର ଯୁଜବେନ୍ଦ୍ର ଚହଲ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସହ ଛାଡପତ୍ର ଏବଂ ନିଜର ମାନସିକ ସ୍ୱାସ୍ଥ୍ୟ ସଂଘର୍ଷ ନେଇ ପ୍ରଥମ ଥର ପାଇଁ ମୌନ ଭାଙ୍ଗିଛନ୍ତି। ରାଜ ଶମାନୀଙ୍କ ପଡ଼କାଷ୍ଟରେ ଚହଲ ଖୋଲାଖୋଲି କଥା ହୋଇ କହିଛନ୍ତି ଯେ, ତାଙ୍କ ବିରୁଦ୍ଧରେ ପ୍ରତାରଣାର ଗୁଜବ ସତ୍ତ୍ୱେ ସେ କେବେ ଧନଶ୍ରୀଙ୍କୁ ଠକି ନାହାନ୍ତି। ସେ ଆହୁରି କହିଛନ୍ତି ଯେ, ଛାଡପତ୍ର ଚୂଡ଼ାନ୍ତ ନ ହେବା ପର୍ଯ୍ୟନ୍ତ ସେମାନେ ଏହି ବିଚ୍ଛେଦକୁ ଲୋକଙ୍କଠାରୁ ଲୁଚାଇ ରଖିଥିଲେ।

ଚହଲ କହିଛନ୍ତି, “ଏହା ବହୁ ଦିନ ଧରି ଚାଲିଥିଲା। ଆମେ ନିଷ୍ପତ୍ତି ନେଇଥିଲୁ ଯେ ଏହାକୁ ଲୋକଙ୍କୁ ଦେଖାଇବୁ ନାହିଁ। କିଏ ଜାଣେ, ଯଦି ଏହା ହୋଇ ନଥାନ୍ତା, ତେବେ ପରିସ୍ଥିତି ଭିନ୍ନ ହୋଇପାରିଥାନ୍ତା। ଆମେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ କିଛି କହିବୁ ନାହିଁ ବୋଲି ଭାବିଥିଲୁ। ସୋସିଆଲ ମିଡିଆରେ ଆମେ ଏକ ସାଧାରଣ ଦମ୍ପତି ଭଳି ରହିଥିଲୁ।”

ଛାଡପତ୍ର ସମୟରେ ତାଙ୍କୁ ‘ପ୍ରତାରକ’ ବୋଲି ଅଭିଯୋଗ କରାଯାଇଥିବା ନେଇ ଚହଲ କହିଛନ୍ତି, “ମୋ ବିରୁଦ୍ଧରେ ପ୍ରତାରଣାର ଅଭିଯୋଗ ଲଗାଯାଇଥିଲା। ମୁଁ କେବେ ପ୍ରତାରଣା କରିନାହିଁ। ମୋ ଠାରୁ ଅଧିକ ନିଷ୍ଠାବାନ ବ୍ୟକ୍ତି ଆପଣ ପାଇବେ ନାହିଁ। ମୋ ପ୍ରିୟଜନଙ୍କ ପାଇଁ ମୁଁ ହୃଦୟରୁ ଭାବେ। ମୁଁ କେବେ କିଛି ମାଗିନାହିଁ, କେବଳ ଦେଇଛି। ଲୋକେ ନ ଜାଣି ମୋ ବିଷୟରେ ଲେଖୁଛନ୍ତି। ମୋର ଦୁଇ ଭଉଣୀ ଅଛନ୍ତି, ମୁଁ ଝିଅଙ୍କୁ ସମ୍ମାନ ଦେବା ଜାଣେ। କେବଳ କାହା ସହ ଦେଖାଗଲେ ଆପଣ ତାଙ୍କ ସହ ଜଡ଼ିତ କରି ଟିଆରପି ଏବଂ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଲେଖନ୍ତି।”

ଚହଲ ତାଙ୍କ ମାନସିକ ସ୍ୱାସ୍ଥ୍ୟ ସଂଘର୍ଷ ନେଇ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି, “ମୁଁ ମୋ ଜୀବନରେ ଥକି ପଡ଼ିଥିଲି। ପ୍ରତିଦିନ ଏକା ଜିନିଷ ଦେଖି ମୁଁ ଅସ୍ଥିର ହେଉଥିଲି। ଦୁଇ ଘଣ୍ଟା କାନ୍ଦୁଥିଲି, ୨-୩ ଘଣ୍ଟା ଶୋଇ ପୁଣି ସେହି ଅବସ୍ଥା। ମୁଁ ଭାବୁଥିଲି ସବୁ ଶେଷ ହୋଇଯାଉ। ଏହା ମାସକୁ ୧-୨ ଦିନ ହେଉଥିଲା, କିନ୍ତୁ କ୍ରିକେଟରୁ ବିରତି ନେବା ସମୟରେ ୪୦-୪୫ ଦିନ ଏହା ଚାଲିଥିଲା। ମୋ ମନରେ ଆତ୍ମହତ୍ୟାର ଚିନ୍ତା ଆସୁଥିଲା, କିଛି ଲୋକେ ତାହା କରନ୍ତି।”

ସେ ଆହୁରି କହିଛନ୍ତି, “ମୁଁ କ୍ରିକେଟରୁ ବିରତି ନେଇଥିଲି କାରଣ ମୋ କାରଣରୁ ଦଳ କ୍ଷତିଗ୍ରସ୍ତ ହେଉ ନାହିଁ ବୋଲି ଚାହୁଁଥିଲି।”


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri