ନେତାନ୍ୟାହୁଙ୍କ ଗାଜା ଦଖଲ ଯୋଜନା: ଅଭୂତପୂର୍ବ ଉତ୍ତେଜନା

ତେଲ୍‌ଆଭିଭ/ଗାଜା ସିଟି,୧୧ା୮:ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ଗତ ୨୨ ମାସ ମଧ୍ୟରେ ଗାଜା ଷ୍ଟ୍ରିପ୍‌ର ପ୍ରାୟ ୭୫ ଭାଗ ଦଖଲ କରିସାରିଲାଣି। ଅବଶିଷ୍ଟ ୨୫% ଅଞ୍ଚଳ ଅକ୍ତିଆର କରି ସମ୍ପୂର୍ଣ୍ଣ ଗାଜା ଦଖଲ କରିବା ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଉଦ୍ୟମ ଆରମ୍ଭ କରିଛନ୍ତି। ନେତାନ୍ୟାହୁ ଏନେଇ ରବିବାର ଜେରୁଜେଲମ୍‌ରେ ବିଦେଶୀ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି, ତାଙ୍କ ପାଖରେ ହମାସ୍‌କୁ ସମ୍ପୂର୍ଣ୍ଣ ପରାସ୍ତ କରି କାର୍ଯ୍ୟ ଶେଷ କରିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ। ଗାଜାକୁ ଦଖଲ କରିବା ତାଙ୍କ ଲକ୍ଷ୍ୟ ନୁହେଁ। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଗାଜାକୁ ମୁକ୍ତ କରିବା। ନେତାନ୍ୟାହୁଙ୍କୁ ଦେଶବିଦେଶରୁ କରାଯାଉଥିବା ସମାଲୋଚନାକୁ ସେ ‘ମିଛର ଏକ ବୈଶ୍ୱିକ ଅଭିଯାନ’ ବୋଲି ଅଭିହିତ କରିଛନ୍ତି। ନାଗରିକଙ୍କ ମୃତ୍ୟୁ, ଧ୍ୱଂସଲୀଳା ଓ ସହାୟତା ନିଅଣ୍ଟ ପାଇଁ ସେ ପୁଣି ହମାସ୍‌କୁ ଦାୟୀ କରିଛନ୍ତି। ଏଥିସହ ଗାଜାର ବେସାମରିକକରଣ ଦ୍ୱାରା ହିଁ ସବୁ ସମସ୍ୟାର ସମାଧାନ ସମ୍ଭବ ବୋଲି କହିଛନ୍ତି।
ମିଡିଆ ରିପୋର୍ଟ ଅନୁସାରେ ନେତାନ୍ୟାହୁଙ୍କ ଗାଜା ଦଖଲ ଯୋଜନା ଯୋଗୁ ଯୁଦ୍ଧ ଆହୁରି ଭୟାବହ ହୋଇପାରେ ବୋଲି ଆଇଡିଏଫ୍‌ର ଶୀର୍ଷ ଅଧିକାରୀମାନେ ଆଶଙ୍କା କରି ଏଥିରେ ରାଜି ହେଉନାହାନ୍ତି। ତେଣୁ ସାମରିକ ନେତୃତ୍ୱ ଓ ସରକାର ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ଲାନ୍‌କୁ ସୁରକ୍ଷା କ୍ୟାବିନେଟ ମଞ୍ଜୁରୀ ଦେଇସାରିଥିବାବେଳେ ପୂର୍ଣ୍ଣ କ୍ୟାବିନେଟ୍‌ ଖୁବ୍‌ଶୀଘ୍ର ଅନୁମୋଦନ କରିପାରେ ବୋଲି କୁହାଯାଉଛି। ଇତିମଧ୍ୟରେ ହମାସ୍‌ କବଳରେ ଥିବା ୫୦ରୁ ଊର୍ଦ୍ଧ୍ୱ ପଣବନ୍ଦୀଙ୍କ ପରିବାର ସମେତ ଦେଶବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ତେଲ୍‌ଆଭିଭରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ତୁରନ୍ତ ସାମରିକ ଅଭିଯାନ ବନ୍ଦ ସହ ପଣବନ୍ଦୀଙ୍କୁ ମୁକ୍ତି କରାଇ ଫେରାଇ ଆଣିବାକୁ ଦାବି କରିଛନ୍ତି। ଏହା ଉପରେ ନେତାନ୍ୟାହୁ କହିଛନ୍ତି, ସାମରିକ ଅଭିଯାନ ବ୍ୟାପକ ହେଲେ ଅବଶିଷ୍ଟ ପଣବନ୍ଦୀଙ୍କୁ ମୁକୁଳାଇବା ସହଜ ହେବ। ଜର୍ମାନୀ, ବ୍ରିଟେନ୍‌ ଓ ଫ୍ରାନ୍ସ ପକ୍ଷରୁ ଏକ ମିଳିତ ବିବୃତି ଜାରି କରାଯାଇ ଇସ୍ରାଏଲ୍‌ର ସାମରିକ ଅଭିଯାନକୁ ଏଥିରେ ପ୍ରତ୍ୟାଖ୍ୟାନ କରାଯାଇଛି। ଏହାଦ୍ୱାରା ପଣବନ୍ଦୀଙ୍କ ଜୀବନ ପ୍ରତି ଅଧିକ ବିପଦ ସୃଷ୍ଟି ହେବା ସହ ମାନବୀୟ ସଙ୍କଟ ଏବଂ ବିସ୍ଥାପନ ବୃଦ୍ଧି ପାଇବ ବୋଲି ୩ ଦେଶ କହିଛନ୍ତି। ସେହିପରି ଗାଜାକୁ ଇସ୍ରାଏଲ୍‌ ସହ ମିଶ୍ରଣ କରାଇବା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି ଏଥିରେ କୁହାଯାଇଛି। ସାମ୍ପ୍ରତିକ ସ୍ଥିତିକୁ ଗାଜା କର୍ତ୍ତୃପକ୍ଷ ‘ଅଭୂତପୂର୍ବ ଉତ୍ତେଜନା’ ବୋଲି ଅଭିହିତ କରିବା ସହ ଇସ୍ରାଏଲ୍‌କୁ ନିଜ ଯୋଜନାରୁ କ୍ଷାନ୍ତ ରହିବାକୁ କହିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ‘X’ ରେ କହିଛନ୍ତି, ଇସ୍ରାଏଲ୍‌ ଗାଜା ଆଡ଼କୁ ଅଗ୍ରସର ହେଲେ ଆହୁରି ବହୁ ପାଲେଷ୍ଟିନୀୟଙ୍କ ଜୀବନହାନି ହେବା ସହ ବିସ୍ଥାପିତଙ୍କ ସଂଖ୍ୟ ବହୁଗୁଣିତ ହେବ। ଗାଜାର ପାଲେଷ୍ଟିନୀୟ ଜନସଂଖ୍ୟା ଅକଳ୍ପନୀୟ ଦୁର୍ଦ୍ଦଶା ଭୋଗିବ। ଅତି ବିପଜ୍ଜନକ ସ୍ଥିତି ଉପୁଜିବା ପୂର୍ବରୁ ସମ୍ପୂର୍ଣ୍ଣ ଯୁଦ୍ଧ ବନ୍ଦ କରାଯାଉ। ହମାସ୍‌ ମଧ୍ୟ ତୁରନ୍ତ ସମସ୍ତ ପଣବନ୍ଦୀଙ୍କୁ ନିଃସର୍ତ୍ତ ମୁକ୍ତ କରୁ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri