ନେତାନ୍ୟାହୁଙ୍କ ଗାଜା ଦଖଲ ଯୋଜନା: ଅଭୂତପୂର୍ବ ଉତ୍ତେଜନା

ତେଲ୍‌ଆଭିଭ/ଗାଜା ସିଟି,୧୧ା୮:ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ଗତ ୨୨ ମାସ ମଧ୍ୟରେ ଗାଜା ଷ୍ଟ୍ରିପ୍‌ର ପ୍ରାୟ ୭୫ ଭାଗ ଦଖଲ କରିସାରିଲାଣି। ଅବଶିଷ୍ଟ ୨୫% ଅଞ୍ଚଳ ଅକ୍ତିଆର କରି ସମ୍ପୂର୍ଣ୍ଣ ଗାଜା ଦଖଲ କରିବା ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଉଦ୍ୟମ ଆରମ୍ଭ କରିଛନ୍ତି। ନେତାନ୍ୟାହୁ ଏନେଇ ରବିବାର ଜେରୁଜେଲମ୍‌ରେ ବିଦେଶୀ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି, ତାଙ୍କ ପାଖରେ ହମାସ୍‌କୁ ସମ୍ପୂର୍ଣ୍ଣ ପରାସ୍ତ କରି କାର୍ଯ୍ୟ ଶେଷ କରିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ। ଗାଜାକୁ ଦଖଲ କରିବା ତାଙ୍କ ଲକ୍ଷ୍ୟ ନୁହେଁ। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଗାଜାକୁ ମୁକ୍ତ କରିବା। ନେତାନ୍ୟାହୁଙ୍କୁ ଦେଶବିଦେଶରୁ କରାଯାଉଥିବା ସମାଲୋଚନାକୁ ସେ ‘ମିଛର ଏକ ବୈଶ୍ୱିକ ଅଭିଯାନ’ ବୋଲି ଅଭିହିତ କରିଛନ୍ତି। ନାଗରିକଙ୍କ ମୃତ୍ୟୁ, ଧ୍ୱଂସଲୀଳା ଓ ସହାୟତା ନିଅଣ୍ଟ ପାଇଁ ସେ ପୁଣି ହମାସ୍‌କୁ ଦାୟୀ କରିଛନ୍ତି। ଏଥିସହ ଗାଜାର ବେସାମରିକକରଣ ଦ୍ୱାରା ହିଁ ସବୁ ସମସ୍ୟାର ସମାଧାନ ସମ୍ଭବ ବୋଲି କହିଛନ୍ତି।
ମିଡିଆ ରିପୋର୍ଟ ଅନୁସାରେ ନେତାନ୍ୟାହୁଙ୍କ ଗାଜା ଦଖଲ ଯୋଜନା ଯୋଗୁ ଯୁଦ୍ଧ ଆହୁରି ଭୟାବହ ହୋଇପାରେ ବୋଲି ଆଇଡିଏଫ୍‌ର ଶୀର୍ଷ ଅଧିକାରୀମାନେ ଆଶଙ୍କା କରି ଏଥିରେ ରାଜି ହେଉନାହାନ୍ତି। ତେଣୁ ସାମରିକ ନେତୃତ୍ୱ ଓ ସରକାର ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ଲାନ୍‌କୁ ସୁରକ୍ଷା କ୍ୟାବିନେଟ ମଞ୍ଜୁରୀ ଦେଇସାରିଥିବାବେଳେ ପୂର୍ଣ୍ଣ କ୍ୟାବିନେଟ୍‌ ଖୁବ୍‌ଶୀଘ୍ର ଅନୁମୋଦନ କରିପାରେ ବୋଲି କୁହାଯାଉଛି। ଇତିମଧ୍ୟରେ ହମାସ୍‌ କବଳରେ ଥିବା ୫୦ରୁ ଊର୍ଦ୍ଧ୍ୱ ପଣବନ୍ଦୀଙ୍କ ପରିବାର ସମେତ ଦେଶବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ତେଲ୍‌ଆଭିଭରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ତୁରନ୍ତ ସାମରିକ ଅଭିଯାନ ବନ୍ଦ ସହ ପଣବନ୍ଦୀଙ୍କୁ ମୁକ୍ତି କରାଇ ଫେରାଇ ଆଣିବାକୁ ଦାବି କରିଛନ୍ତି। ଏହା ଉପରେ ନେତାନ୍ୟାହୁ କହିଛନ୍ତି, ସାମରିକ ଅଭିଯାନ ବ୍ୟାପକ ହେଲେ ଅବଶିଷ୍ଟ ପଣବନ୍ଦୀଙ୍କୁ ମୁକୁଳାଇବା ସହଜ ହେବ। ଜର୍ମାନୀ, ବ୍ରିଟେନ୍‌ ଓ ଫ୍ରାନ୍ସ ପକ୍ଷରୁ ଏକ ମିଳିତ ବିବୃତି ଜାରି କରାଯାଇ ଇସ୍ରାଏଲ୍‌ର ସାମରିକ ଅଭିଯାନକୁ ଏଥିରେ ପ୍ରତ୍ୟାଖ୍ୟାନ କରାଯାଇଛି। ଏହାଦ୍ୱାରା ପଣବନ୍ଦୀଙ୍କ ଜୀବନ ପ୍ରତି ଅଧିକ ବିପଦ ସୃଷ୍ଟି ହେବା ସହ ମାନବୀୟ ସଙ୍କଟ ଏବଂ ବିସ୍ଥାପନ ବୃଦ୍ଧି ପାଇବ ବୋଲି ୩ ଦେଶ କହିଛନ୍ତି। ସେହିପରି ଗାଜାକୁ ଇସ୍ରାଏଲ୍‌ ସହ ମିଶ୍ରଣ କରାଇବା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି ଏଥିରେ କୁହାଯାଇଛି। ସାମ୍ପ୍ରତିକ ସ୍ଥିତିକୁ ଗାଜା କର୍ତ୍ତୃପକ୍ଷ ‘ଅଭୂତପୂର୍ବ ଉତ୍ତେଜନା’ ବୋଲି ଅଭିହିତ କରିବା ସହ ଇସ୍ରାଏଲ୍‌କୁ ନିଜ ଯୋଜନାରୁ କ୍ଷାନ୍ତ ରହିବାକୁ କହିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ‘X’ ରେ କହିଛନ୍ତି, ଇସ୍ରାଏଲ୍‌ ଗାଜା ଆଡ଼କୁ ଅଗ୍ରସର ହେଲେ ଆହୁରି ବହୁ ପାଲେଷ୍ଟିନୀୟଙ୍କ ଜୀବନହାନି ହେବା ସହ ବିସ୍ଥାପିତଙ୍କ ସଂଖ୍ୟ ବହୁଗୁଣିତ ହେବ। ଗାଜାର ପାଲେଷ୍ଟିନୀୟ ଜନସଂଖ୍ୟା ଅକଳ୍ପନୀୟ ଦୁର୍ଦ୍ଦଶା ଭୋଗିବ। ଅତି ବିପଜ୍ଜନକ ସ୍ଥିତି ଉପୁଜିବା ପୂର୍ବରୁ ସମ୍ପୂର୍ଣ୍ଣ ଯୁଦ୍ଧ ବନ୍ଦ କରାଯାଉ। ହମାସ୍‌ ମଧ୍ୟ ତୁରନ୍ତ ସମସ୍ତ ପଣବନ୍ଦୀଙ୍କୁ ନିଃସର୍ତ୍ତ ମୁକ୍ତ କରୁ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri