ବଡ଼ ଆକ୍ରମଣର ଧମକ ଦେଲେ ନେତାନ୍ୟାହୁ

ତେଲ୍‌ ଆଭିଭ୍‌,୫ା୫: ଇରାନ ସମର୍ଥତ୍ତ ୟେମେନ୍‌ର ହୁଟି ଆତଙ୍କବାଦୀମାନେ ରବିବାର ଇସ୍ରାଏଲ୍‌ର ତେଲ୍‌ ଆଭିଭ୍‌ସ୍ଥିତ ଦେଶର ସର୍ବବୃହତ୍‌ ବିମାନବନ୍ଦରରେ ମିଶାଇଲ ମାଡ଼ କରିଛନ୍ତି। ଏହାର ଜବାବରେ ହୁଟି ବିରୋଧରେ ବଡ଼ ଆକ୍ରମଣ କରାଯିବ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସଂକଳ୍ପ ନେଇଛନ୍ତି। ପୂର୍ବରୁ ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲୁ। ଏଥର ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ଗାଜାର ପାଲେଷ୍ଟିନୀୟମାନଙ୍କ ସମର୍ଥନରେ ହୁଟି ଆତଙ୍କବାଦୀମାନେ ଇସ୍ରାଏଲ୍‌ ଉପରେ ମିଶାଇଲ ଆକ୍ରମଣ କରୁଛନ୍ତି। ରବିବାର ସକାଳେ ତେଲ୍‌ ଆଭିଭ୍‌ର ବେନ୍‌ ଗୁରିଅନ୍‌ ଏୟାରପୋର୍ଟ ନିକଟରେ ହୋଇଥିବା ମିଶାଇଲ ମାଡ଼ରେ ୨୫ ଫୁଟ୍‌ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ମିଶାଇଲ ମାଡ଼ରେ କେତେଜଣ ଆହତ ହୋଇଥାଇପାରନ୍ତି ବୋଲି କୁହାଯାଉଛି। ଗାଜାରେ ୨ ମାସର ଅସ୍ତ୍ରବିରତି ପରେ ମାର୍ଚ୍ଚରୁ ପୁଣିଥରେ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଛି। ସାମରିକ କାର୍ଯ୍ୟାନୁଷ୍ଠାନ ବଢ଼ାଇବା ପାଇଁ ଇସ୍ରାଏଲ୍‌ର ମନ୍ତ୍ରୀମାନେ ଏକ ଯୋଜନାକୁ ଅନୁମୋଦନ କରିବାକୁ ଯାଉଥିବାବେଳେ ହୁଟି ପକ୍ଷରୁ ମିଶାଇଲ ଆକ୍ରମଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

ଇଣ୍ଡିଗୋ ସଙ୍କଟକୁ ନେଇ କଡ଼ା ହେଲେ ସରକାର, CEOଙ୍କୁ ଶୋ କଜ୍‌ ନୋଟିସ ପଠାଇଲା DGCA, ଗଠନ ହେଲା କମିଟି

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ବିମାନ ଚଳାଚଳରେ ବ୍ୟାପକ ବିଳମ୍ବ ଏବଂ ବାତିଲ ହେବା ପରେ, କମ୍ପାନୀ ଏକ ସଙ୍କଟ ପରିଚାଳନା ଦଳ ଗଠନ କରିଛି। କମ୍ପାନୀର ମୂଳ...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ୨ ନାବାଳିକା ସାଙ୍ଗ, ଜଣେ ଉଦ୍ଧାର, ଆଉ ଜଣେ…

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ...

ଦ୍ୱାଦଶ ପର୍ଯ୍ୟନ୍ତ ପଢିବାକୁ ଲାଗୁଛି ୨୨ ଲକ୍ଷ! କେମିତି ମଧ୍ୟବିତ୍ତଙ୍କ ଅଣ୍ଟା ଭାଙ୍ଗିଲାଣି ଘରୋଇ ସ୍କୁଲ, ଭାଇରାଲ ହେଉଛି CAଙ୍କ ପୋଷ୍ଟ

ନୂଆଦିଲ୍ଲୀ,୭।୧୨: ଭାରତରେ ମଧ୍ୟବିତ୍ତ ପରିବାର ପାଇଁ ଶିକ୍ଷା ସର୍ବଦା ପ୍ରାଥମିକତା ରହିଆସିଛି। କିନ୍ତୁ ୨୦୨୫ ପାଇଁ ଆଶ୍ଚର୍ଯ୍ୟଜନକ ସଂଖ୍ୟା ସାମ୍ନାକୁ ଆସିଛି। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ...

ଚେର୍ନୋବିଲରେ ପରମାଣୁ ଲିକେଜର ବିପଦ ଅଛି କି? ଚମକାଇବା ଭଳି ରିପୋର୍ଟ ଦେଲା UN

କ୍ୱିଭ,୭।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ୟୁକ୍ରେନର ଚେର୍ନୋବିଲ ପରମାଣୁ ପ୍ଲାଣ୍ଟର ସୁରକ୍ଷା କବଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri