ଜନ୍ମସ୍ଥାନରେ ନେତାଜୀ ଜୟନ୍ତୀ

କଟକ,୨୩ା୧ (କାର୍ତ୍ତିକ ସାହୁ) ମହାନ୍‌ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ସମାରୋହ ଓଡ଼ିଆବଜାରସ୍ଥିତ ତାଙ୍କ ଜନ୍ମସ୍ଥାନରେ ମଙ୍ଗଳବାର ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ସଂଗ୍ରହାଳୟ ପରିସରରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଓଡ଼ିଶା ଲଳିତ କଳା ଏକାଡେମୀର ଶିଳ୍ପୀମାନଙ୍କ ଦ୍ୱାରା ନେତାଜୀଙ୍କ ସମ୍ପର୍କିତ ମୃଣ୍ମୟ ଭାସ୍କର୍ଯ୍ୟ ପ୍ରଦର୍ଶନୀକୁ ଅତିଥିମାନେ ପରିଦର୍ଶନ କରିଥିଲେ। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଅଂଶଗ୍ରହଣକାରୀ ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କୁ ୧୦ ହଜାର ଟଙ୍କାର ଚେକ୍‌ ସହ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସିଏମ୍‌ସି ମେୟର ସୁବାସ ସିଂ, ଜିଲାପାଳ ନରହରି ସେଠୀ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଅତସି ଦାସ, ସ୍ବତନ୍ତ୍ର ଶାସନ ସଚିବ ମଧୁସୂଦନ ଦାସ, ଲଳିତ କଳା ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥି ଭାବେ ଯୋଗଦେଇଥିଲେ। ଲଳିତ କଳା ଏକାଡେମୀ ପକ୍ଷରୁ ମୃଣ୍ମୟ ପୁସ୍ତକ ଉନ୍ମୋଚିତ ହୋଇଥିଲା।
ବିଧି ଅନୁଯାୟୀ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟର ନେତାଜୀଙ୍କ ଜନ୍ମ ପ୍ରକୋଷ୍ଠରେ ହୋମ ଯଜ୍ଞ, ପୂଜାପାଠ ଦିନ ୧୨ଟା ବେଳେ କରାଯାଇଥିଲା। ଜିଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ପୁରୋଧା ଭାବେ ପୂଜାକାର୍ଯ୍ୟ ସମାପନ କରିଥିଲେ। ପରେ ବରଗଡ଼ର ମା’ ସମଲେଶ୍ୱରୀ ଗବେଷଣା କେନ୍ଦ୍ରର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଓ ସୌରଭ ନାୟକଙ୍କ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣରେ ସମଗ୍ର ପରିବେଶ ଉଲ୍ଲସିତ ହୋଇଥିଲା। ସଂଗ୍ରହାଳୟର କୋଠା, ଫୁଲବଗିଚା ଅତ୍ୟନ୍ତ ଆକର୍ଷଣୀୟ ଭାବେ ସଜ୍ଜିତ ହୋଇଥିଲା। ବହୁସଂଖ୍ୟକ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରୀଛାତ୍ର, ବିଭିନ୍ନ ସରକାରୀ, ବେସରକାରୀ ସଂଗଠନର ବ୍ୟକ୍ତି ବିଶେଷଙ୍କ ସମେତ ରାଜନୈତିକ ନେତୃବୃନ୍ଦ ଓ ଜନସାଧାରଣଙ୍କ ସମାଗମରେ ନେତାଜୀ ଜନ୍ମସ୍ଥାନ ତଥା ଜାନକୀ ନାଥ ଭବନ ଉତ୍ସବ ମୁଖରିତ ହୋଇଥିଲା। ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ନାନା ଦେଶାତ୍ମବୋଧକ ନାରାରେ ସମ୍ପୂର୍ଣ୍ଣ ପରିବେଶ ପ୍ରକମ୍ପିତ ହୋଇଥିଲା। ପ୍ରତ୍ୟୁଷରେ ଜିଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ରାମଧୁନ ପରିବେଷଣ ସହ ସହରର ବିଭିନ୍ନ ସ୍ଥାନରେ ଅବସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। କଟକ ଏମ୍‌ପି ଭର୍ତ୍ତୃହରି ମହତାବ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପର କରିବା ସହ ବ୍ଲଡ୍‌ ଡୋନରସ୍‌ କାଉନସିଲ ପକ୍ଷରୁ ନେତାଜୀ ସେବା ସଦନଠାରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ। କଟକ ବାରବାଟି ବିଧାୟକ ଇଂ. ମହମ୍ମଦ ମୋକିମ, ପ୍ରାକ୍ତନ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଓଡ଼ିଶା ଲଲିତ କଳା ଏକIଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟ ଦ୍ୱାରା ନେତାଜୀଙ୍କ ବୀରତ୍ୱ, ଦର୍ଶନ ତଥା ତାଙ୍କ ସଂଗ୍ରାମୀ ଜୀବନର ପ୍ରମୁଖ ଘଟଣାବଳୀକୁ ନେଇ ଆୟୋଜିତ ମୃଣ୍ମୟ ଭାସ୍କର୍ଯ୍ୟ କଳା ଶିବିରରେ ୧୮ ଜଣ ମୃଣ୍ମୟ ଶିଳ୍ପୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକାରୀ ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ମହାପାତ୍ର, ସାଧାରଣ ସମିତି ସଭ୍ୟା ସ୍ମିତା ମୁଳିଆ, ବରିଷ୍ଠ ଶିଳ୍ପୀ ରବି ନାରାୟଣ ରଥ, ନେତାଜୀ ସଂଗ୍ରହାଳୟ ଭାରପ୍ରାପ୍ତ ଅଧିକାରୀ ଜଳେନ୍ଦ୍ର ପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ରହି ଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ।

ନେତାଜୀଙ୍କ ଅଣନାତି ଜଣାଇଲେ ଶ୍ରଦ୍ଧାଞ୍ଜଳି
ନେତାଜୀଙ୍କ ଜୟନ୍ତୀରେ ପ୍ରତିବର୍ଷ ବୋଷ ପରିବାର ସଦସ୍ୟଙ୍କ ଆଗମନ ହୋଇଥାଏ। ଚଳିତ ବର୍ଷ ମଧ୍ୟ ନେତାଜୀଙ୍କ ଦୁଇ ନାତି ସୁପ୍ରିୟା ବୋଷ ଓ ଚିତ୍ତପ୍ରିୟ ବୋଷ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ଉଭୟେ ନେତାଜୀଙ୍କ ବଡ଼ ଭାଇ ସତୀଶ ଚନ୍ଦ୍ର ବୋଷଙ୍କ ପୁତ୍ର ଦ୍ୱିଜେନ୍ଦ୍ର ନାଥ ବୋଷଙ୍କ ପୁତ୍ର ବୋଲି କହିଛନ୍ତି। ନେତାଜୀଙ୍କ ଏହି ନାତିଦ୍ୱୟଙ୍କୁ ଦେଖି ପରିଦର୍ଶକମାନେ ମଧ୍ୟ ଉତ୍ସାହିତ ହୋଇଥିଲେ। ସେମାନଙ୍କୁ ଅଭିବାଦନ ଜଣାଇବା ସହ ଉଭୟଙ୍କ ସହ ଫଟୋ ଉଠାଇ ଆନନ୍ଦିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ବୁଢ଼ାଢିଅ ଗାଁ ରେ ଥିବା କିଛି ଘରେ ଥିଲା ଗଞ୍ଜେଇ: ଚଢ଼ାଉପରେ ୭ ଲକ୍ଷ ଟଙ୍କାର …

ମୋହନା,୨୪।୩(ମନ୍ମଥ ମିଶ୍ର): ଗଜପତି ଅଡବା ଥାନା ଅଞ୍ଚଳ ଗତ କିଛି ଦିନ ହେବ ଗଞ୍ଜେଇ ବେପାରୀଙ୍କ ନିଦ ହଜାଇ ଦେଇଛି ପୋଲିସ। ଆର୍‌ ଉଦୟଗିରୀ ଏସଡିପିଓ ରାକେଶ…

ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ, ବୌଦ୍ଧ, ଶିଖ ଧର୍ମାବଲମ୍ବୀ…

ନୂଆଦିଲ୍ଲୀ,୨୪।୩: ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି, ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

ମାନସିକ ବିକୃତ ମସ୍ତିଷ୍କ ମହିଳା ଗର୍ଭବତୀ ଅଭିଯୁକ୍ତଙ୍କ ଗିରଫ ଦାବିରେ ଫାଣ୍ଡିରେ ଗ୍ରାମବାସୀଙ୍କ ହୋ ହାଲା

ଗଞ୍ଜାମ, ୨୪।୩(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନାର ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକୃତ ମହିଳା…

ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇରାନର ସର୍ବୋଚ୍ଚ ନେତା! କହିଦେଲେ ଏମିତି…ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୩: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୫ତମ ଦିନ। ଉଭୟ ପକ୍ଷ ଦ୍ରୁତ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧ ଶେଷ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri