ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ ବାନାମ୍ବର ନାୟକ(୨୯) ନାମକ ଜଣେ ଯୁବକ ନିଜର ଦାଦା ମାନସ ନାୟକ(୫୮)ଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଛନ୍ତି ।
ଘଟଣାରୁ ଜଣାପଡିଛି ଯେ, ଅଭିଯୁକ୍ତ ବାନାମ୍ବର ନିଜ ଦାଦା ମାନସଙ୍କ ଘର ନିକଟରେ ପାଟିତୁଣ୍ଡ କରୁଥିବାରୁ ମାନସ ଏହାକୁ ବାରଣ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ନିକଟରେ ଥିବା ଏକ ଠେଙ୍ଗାରେ ବାନାମ୍ବର ନିଜ ଦାଦାଙ୍କ ମୁଣ୍ଡକୁ ଶକ୍ତ ପାହାର ଦେଇଥିଲେ । ଠେଙ୍ଗା ମାଡରେ ଦାଦା ମାନସ ନାୟକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।
ଖବରପାଇ ଗୋବିନ୍ଦପୁର ଫାଣ୍ଡି ପୋଲିସ ସମେତ ସାଇଂଟିଫିକ୍ ଦଳ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସହ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ବୁଧବାର ଘଟଣା ସ୍ଥଳରୁ ବ୍ୟବହୃତ ହୋଇଥିବା ଠେଙ୍ଗା ଜବତ କରାଯିବା ସହ ଅଭିଯୁକ୍ତ ପୁତୁରା ବାନାମ୍ବରଙ୍କୁ ଗିରଫ କରାଯାଇଥିବା ନେଇ ଫାଣ୍ଡି ଅଧିକାରୀ ଘନିଷ୍ଠ ମହନ୍ତ ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ସଦର ଥାନାରେ କେସ୍ ନଂ-୧୦୩୩ା୨୫ରେ ଏକ ମାମଲା ରୁଜୁ କରାଯାଇଛି ।


