Posted inଜାତୀୟ

ନେପାଳ ଯୁବକଙ୍କୁ ଲଣ୍ଡା କରାଇ ମୁଣ୍ଡରେ ଲେଖିଲେ ‘ଜୟ ଶ୍ରୀରାମ’

କାଠମାଣ୍ଡୁ,୧୭।୭:ନିଜ ଗାଦିକୁ ନେଇ ଲାଗି ରହିଥିବା ଅସ୍ଥିରତାକୁ ଘୋଡ଼ାଇବା ପାଇଁ ଭାରତ ବିରୋଧରେ ଅଯଥା ବିଷ ଓଗାଳୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ସେ କହିଛନ୍ତି, ପ୍ରଭୁ ଶ୍ରୀରାମ ନେପାଳରେ ଜନ୍ମ ହୋଇଛନ୍ତି। ଭାରତରେ ନକଲି ଅଯୋଧ୍ୟା ନିର୍ମାଣ ହୋଇଛି। ଅସଲରେ ଅଯୋଧ୍ୟା ନେପାଳରେ ରହିଛି।ଓଲିଙ୍କ ଏଭଳି ମନ୍ତବ୍ୟ ପରେ ବାରାଣସୀରେ ରହୁଥିବା ଜଣେ ନେପାଳ ଯୁବକଙ୍କୁ ଲଣ୍ଡା କରାଇ ତାଙ୍କ ମୁଣ୍ଡରେ ଜୟ ଶ୍ରୀରାମ ଲେଖିଦେଇଛନ୍ତି ଏକ ବିଶ୍ୱହିନ୍ଦୁ ସେନା। କେବଳ ଏତିକି ନୁହେଁ ଏହି ସେନା ସମ୍ପୃକ୍ତ ଯୁବକଙ୍କୁ ନେପାଳ ପ୍ରଧାନମନ୍ତ୍ରୀଙ୍କ ନାଁରେ ନାରାବାଜି ଦେବାକୁ କହିଥିଲେ। ଏହାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ହିନ୍ଦୁବାଦୀ ସଂଗଠନର ଅଧ୍ୟକ୍ଷ ଏବଂ ଏଥିରେ ସାମିଲ ଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ଓଲି ଏବେ ତାଙ୍କ ଦଳ ଭିତରୁ କୋଣଠେସା ହୋଇଛନ୍ତି। ଅଧିକାଂଶ ଏମ୍‌ପି ଏବେ ତାଙ୍କ ବିରୋଧରେ। ରାଜନୀତିକ ଗାଦି ବଞ୍ଚାଇବା ପାଇଁ ସେ ଚାଇନା ଏବଂ ପାକିସ୍ତାନର ଶରଣରେ ପଶିଛନ୍ତି। ଏମିତିକି କାଠମାଣ୍ଡୁରେ ଥିବା ଚୀନର ମହିଳା ଦୂତାବାସ ଅଧିକାରୀଙ୍କ ହନିଟ୍ରାପର ଶିକାର ଓଲି ସରକାର ହୋଇଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକମାଣ୍ଡଙ୍କୁ ପ୍ରଶ୍ନ କଲେ ସିବଲ

ନୂଆଦିଲ୍ଲୀ,୨୯ ।୯: ପଞ୍ଜାବ କଂଗ୍ରେସରେ ଚାଲିଥିବା ସଂଘର୍ଷକୁ ନେଇ ଏବେ ସାରା ଦେଶରେ କଂଗ୍ରେସ ପାର୍ଟି ଚିନ୍ତାରେ ପଡିଯାଇଛି । ଏହାକୁ ନେଇ କଂଗ୍ରେସର ବରିଷ୍ଠ...

ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଲା ୨୦୦୦ ଟଙ୍କିଆ ନୋଟ ମାମଲା

ନୂଆଦିଲ୍ଲୀ,୨୨।୫: ଦେଶରେ ୨୦୦୦ ଟଙ୍କିଆ ନୋଟ ଉପରେ ନିଷେଧାଦେଶ ମାମଲା ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ ଏ ସମ୍ପର୍କରେ କୋର୍ଟରେ...

ହାର୍ଟଆଟାକ୍‌ ଓ ମେଦବହୁଳତାରୁ ଦୂରେଇ ରଖେ ଡ୍ୟାନ୍ସ୍‌ ଥେରାପି…

ଭାରତୀୟ ସଂସ୍କୃତିରେ ନୃତ୍ୟର ବିଶେଷ ସ୍ଥାନ ରହିଛି। ନୃତ୍ୟ କରିବା ଦ୍ୱାରା ବହୁ ସୁଫଳ ମିଳିଥାଏ। ନୃତ୍ୟ ଶରୀରକୁ ଫିଟ୍‌ ରଖିଥାଏ। ଏହାକୁ ଡ୍ୟାନ୍ସ୍‌ ଥେରାପି...

ପୁଅ ଗିରଫ ହେବା ପରେ ସରକାରଙ୍କୁ ଗୁହାରି କଲେ ମା’

କାନପୁର,୯।୭: ଉତ୍ତରପ୍ରଦେଶ କାନପୁରର ୮ ପୋଲିସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କୁ ଗୁରୁବାର ଗିରଫ କରାଯାଇଛି। ଉଜ୍ଜୟିନୀର ମହାକାଳ ମନ୍ଦିର ପରିସରରୁ ତାଙ୍କୁ...

ସବୁ ଅଭିଯୁକ୍ତ ଦୋଷମୁକ୍ତ

ବେଙ୍ଗାଲୁରୁ,୧୨ା୧୧: ଆର୍‌ଟିଆଇ କର୍ମୀ ତଥା ‘ମହାପ୍ରଚଣ୍ଡ’ ଖବରକାଗଜର ସମ୍ପାଦକ ଲିଙ୍ଗାରାଜୁ ହତ୍ୟା ମାମଲାରେ ଉପଯୁକ୍ତ ତଥ୍ୟ ପ୍ରମାଣ ଅଭାବରୁ କର୍ନାଟକ ହାଇକୋର୍ଟ ସମସ୍ତ ୧୨ ଅଭିଯୁକ୍ତଙ୍କୁ...

ମାଓବାଦୀ ଆତ୍ମସମର୍ପଣ କଲେ ମିଳିବ ଘର: କେରଳ ସରକାରଙ୍କ ନିଷ୍ପତ୍ତି…

ଥିରୁଭାନନ୍ତପୁରମ୍‌,୨।୨ : ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଏବଂ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ କେରଳ ସରକାର ଏକ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାଇ...

ଯୁବତୀଙ୍କ ଗର୍ଭପାତ କରାଇଲେ ଡାକ୍ତର ନେବେ ୧୦ ହଜାର ଟଙ୍କା, ଭିଡିଓ ଭାଇରାଲ୍‌

ଲକ୍ଷ୍ନୌ,୫।୧୧: ଉତ୍ତର ପ୍ରଦେଶର ବଦାୟୁଁ ସହରର ଏକ ଘରୋଇ ଡାକ୍ତରଖାନାର ମହିଳା ଡାକ୍ତରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଅବିବାହିତା ଯୁବତୀଙ୍କ ଗର୍ଭପାତ...

ବିହାରରେ ଦୁଇଟି ରାଲି କରିବେ ରାହୁଲ

ନୂଆଦିଲ୍ଲୀ,୧୭ ।୧୦: ବିହାର ରାଜନୀତି ଏବେ ସରଗରମ । ଅକ୍ଟୋବର ୨୮ରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ସବୁଦଳ...

Advertisement
Archives

Model This Week