ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା: ଅଚ୍ୟୁତଙ୍କୁ ଅଢ଼େଇ ଘଣ୍ଟା ଜେରା

ଭୁବନେଶ୍ୱର,୨୧ା୨(ସୁଚିସ୍ମିତା ସାହୁ): କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମ୍‌ସଲଙ୍କ ମୃତ୍ୟୁ, ଆନ୍ଦୋଳନରତ ନେପାଳୀ ଛାତ୍ରୀଛାତ୍ରଙ୍କୁ ଆକ୍ରମଣ ସହ ବଳପୂର୍ବକ ବସ୍‌ରେ ନେଇ କଟକ ରେଳଷ୍ଟେଶନରେ ଛାଡ଼ିବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଉଚ୍ଚସ୍ତରୀୟ କମିଟି ଘଟଣାର ତଦନ୍ତ କରୁଛି। ଶୁକ୍ରବାର କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଜ୍ୟ ଅତିଥି ଭବନରେ ଏହି ଉଚ୍ଚସ୍ତରୀୟ ତଦନ୍ତ କମିଟି ନିକଟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି। ସେହିଭଳି କିଟ୍‌ କୁଳପତି ସରନଜିତ୍‌ ସିଂ, ରେଜିଷ୍ଟ୍ରାରଙ୍କ ସହ କର୍ମଚାରୀ ଜୟନ୍ତୀ ନାଥ ଓ ଆସୋସିଏଟ୍‌ ପ୍ରଫେସର ମଞ୍ଜୁଷା ପାଣ୍ଡେ ମଧ୍ୟ ହାଜର ହୋଇଥିଲେ। ଅଚ୍ୟୁତଙ୍କ ସମେତ ମୋଟ ୮ଜଣଙ୍କୁ ଅଢ଼େଇ ଘଣ୍ଟା ଧରି ଘନଘନ ଜେରା କରି ତଥ୍ୟ ହାସଲ କରିଥିଲା ୩ଜଣିଆ ତଦନ୍ତ କମିଟି। ତେବେ ଜେରା ପରେ ଅଚ୍ୟୁତଙ୍କ ସହ ଅନ୍ୟମାନେ ରାଜ୍ୟ ଅତିଥି ଭବନରୁ ବାହାରିବା ସମୟରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି ବି କହି ନ ଥିଲେ।
ତଦନ୍ତ କମିଟି ନିକଟରେ ହାଜର ହେବାକୁ ଗୁରୁବାର ଅଚ୍ୟୁତ ସାମନ୍ତଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୋଟିସ କରାଯାଇଥିଲା। ଏହି ଅନୁସାରେ ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ପୂର୍ବରୁ ଅର୍ଥାତ୍‌ ଶୁକ୍ରବାର ସନ୍ଧ୍ୟା ୬ଟାରେ ଅଚ୍ୟୁତ ଓ ଅନ୍ୟମାନେ ରାଜ୍ୟ ଅତିଥି ଭବନରେ ପହଞ୍ଚତ୍ଥିଲେ। ତଦନ୍ତ କମିଟିରେ ଥିବା ମହିଳା ଓ ଶିଶୁ କଲ୍ୟାଣ ସଚିବ ଶୁଭା ଶର୍ମା, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରଓ୍ବାଲ ଘଟଣା ସଂକ୍ରାନ୍ତରେ ଅଚ୍ୟୁତ ଓ ଅନ୍ୟମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ତେବେ ମିଳିଥିବା ସୂଚନାନୁସାରେ, ନେପାଳୀ ଛାତ୍ରୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାହିଁକି ଘଟଣା ସମ୍ପର୍କରେ ତୁରନ୍ତ ଗୃହ ବିଭାଗ କିମ୍ବା ଉଚ୍ଚ ଶିକ୍ଷା ବିଭାଗକୁ ଜଣାଇଲେ ନାହିଁ, ଆନ୍ଦୋଳନ ଛାତ୍ରୀଛାତ୍ରଙ୍କୁ ମାଡ଼ ଓ କ୍ୟାମ୍ପସରୁ ତଡ଼ିବାଦେବା ଆଦି ଘଟଣା ଉପରେ ଏବେସୁଦ୍ଧ କ’ଣ ସବୁ ପଦକ୍ଷେପ ହୋଇଛି, ସମ୍ପୃକ୍ତ ନେପାଳୀ ପିଲାମାନେ ଏବେ କେଉଁଠି ଅଛନ୍ତି ଏବଂ ସେମାନେ କିପରି କ୍ୟାମ୍ପସକୁ ଫେରିବା ନେଇ କର୍ତ୍ତୃପକ୍ଷ କ’ଣ ପଦକ୍ଷେପ ନେଇଛନ୍ତି ଆଦି ବିଷୟରେ କମିଟି ସଦସ୍ୟମାନେ ପଚରାଉଚରା କରି ତଥ୍ୟ ଚାହିଁଥିଲେ। ଅଚ୍ୟୁତ ଓ ଅନ୍ୟ ୭ଜଣ ସବୁ ପ୍ରଶ୍ନର ଉତ୍ତର ରଖିଥିବାବେଳେ ନିର୍ଦ୍ଦେଶ ଅନୁସାରେ କିଛି ଡକ୍ୟୁମେଣ୍ଟ ଦାଖଲ କରିଥିବା ସୂଚନା ମିଳିଛି।
କିଟ୍‌ ଘଟଣାରେ ଦୁଃଖ ପ୍ରକାଶ କଲା ଏମ୍‌ଇଏ
କିଟ୍‌ ବିଶ୍ୱବିଦ୍ୟାଳୟରେ ଛାତ୍ରୀମୃତ୍ୟୁ ଘଟଣାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ (ଏମ୍‌ଇଏ) ଦୁଃଖ ପ୍ରକାଶ କରିଛି। ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ପ୍ରତିକ୍ରିୟା ରଖି କହିଛନ୍ତି, ଏହି ଘଟଣାକୁ ନେଇ ଭାରତ ନେପାଳ କର୍ତ୍ତୃପକ୍ଷଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଛି। ଏହା ସହିତ ଓଡ଼ିଶା ସରକାର ଓ କିଟ୍‌ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଥିବା ନେଇ ସେ ସୂଚନା ଦେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସର୍ବଦା ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ପ୍ରଦାନ କରିଥାଏ। ଛାତ୍ରୀ ମୃତ୍ୟୁକୁ ଗମ୍ଭୀରତାର ସହ ନିଆଯାଇଥିବା ବେଳେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଉପରେ ଜୟସ୍ବାଲ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri