ଭାରତକୁ ଟମାଟୋ ରପ୍ତାନି କରିବ ନେପାଳ

ନୂଆଦିଲ୍ଲୀ,୧୨।୮: ଆକାଶଛୁଆଁ ଟମାଟୋର ମୂଲ୍ୟ ହ୍ରାସ କରିବା ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର। ଏଥିପାଇଁ କେନ୍ଦ୍ର ସରକାର ନେପାଳର ସହଯୋଗ ଲୋଡିଛନ୍ତି। ତେବେ ଏନେଇ ନେପାଳ ଟମାଟୋ ରପ୍ତାନି କରିବାକୁ ରାଜି ହୋଇଥିଲେ ମଧ୍ୟ ସିଧାସଳଖ ବଜାରକୁ ସହଜରେ ପହଞ୍ଚାଇବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ପ୍ରଦାନ କରିବାକୁ ସରକାରଙ୍କୁ ଦାବି କରିଛି। ନେପାଳ ସରକାର କହିଛନ୍ତି, ବହୁ ପରିମାଣରେ ଏବଂ ଦୀର୍ଘକାଳୀନ ଭିତ୍ତିରେ ଭାରତକୁ ଟମାଟୋ ରପ୍ତାନି କରିବାକୁ ପ୍ରସ୍ତୁତ ଅଛୁ। କମ୍‌ ମୂଲ୍ୟରେ ଭାରତୀୟ ବଜାରରେ ଏହାକୁ ବିକ୍ରି କରିବୁ।କିନ୍ତୁ ଏଥିପାଇଁ ବଜାର ତଥା ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସହଜରେ ଉପଲବ୍ଧ କରିବାକୁ ହେବ। ଏନେଇ ଭାରତ ସରକାରଙ୍କୁ ସୂଚନା ଦେଇଛୁ। ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସଂସଦରେ କହିଥିଲେ ଯେ, ଭାରତ ନେପାଳରୁ ଟମାଟୋ ଆମଦାନୀ ଆରମ୍ଭ କରିଛି। ତେବେ ଏହାର ଗୋଟିଏ ଦିନ ପରେ ପଡୋଶୀ ଦେଶ ନେପାଳରୁ ଏହି ଦାବି ଆସିଛି।

ଭାରତୀୟ ବଜାରକୁ ପହଞ୍ଚିବାକୁ ସୁବିଧା ଯୋଗାଇ ଦିଆଗଲେ, ନେପାଳ ଭାରତକୁ ବହୁ ପରିମାଣରେ ଟମାଟୋ ରପ୍ତାନି କରିପାରିବ ବୋଲି କାଲିମାଟି ଫଳ ଏବଂ ପନିପରିବା ବଜାର ବିକାଶ ବୋର୍ଡର ଡେପୁଟି ଡାଇରେକ୍ଟର ବିନୟ ଶ୍ରେଷ୍ଟା କହିଛନ୍ତି।

ସେ କହିଛନ୍ତି, ନେପାଳୀ ଟମାଟୋ ପାଇଁ ଭାରତ ଏକ ଭଲ ବଜାର। କାଠମାଣ୍ଡୁ ଉପତ୍ୟକାର ତିନୋଟି ଜିଲା ଯଥା କାଠମାଣ୍ଡୁ, ଲଲିତପୁର ଏବଂ ଭକ୍ତପୁରରେ ଟମାଟୋ ପ୍ରଚୁର ପରିମାଣରେ ଚାଷ କରାଯାଏ ଏବଂ ସ୍ଥାନୀୟ ଚାହିଦା ପୂରଣ କରିବା ପରେ ଯଥେଷ୍ଟ ଅଧିକ ଟମାଟୋ ବଳୁଛି। ତେଣୁ ଏହା ଭାରତର ଚାହିଦାକୁ ପୂରଣ କରିପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri