ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ ଏହି ଘରପୋଡି ମନୁଷ୍ୟକୃତ ହୋଇଥିବା ବେଳେ ପୂର୍ବ ଶତୃତାକୁ ନେଇ ନିଆଁ ଲଗାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୋମବାର ରାତି ପାଖାପାଖି ୧୦ ଟା ସମୟରେ ପ୍ରଥମେ ନିଆଁ ଲାଗିଥିବା ବେଳେ ସମସ୍ତେ ମିଶି ନିଆଁକୁ ଆୟତ୍ତ କରିଥିଲେ । ପୁନଶ୍ଚ ରାତି ପ୍ରାୟ ୨ ଟା ସମୟରେ ପୁଣି ନିଆଁ ଲାଗିଥିଲା । ଘର ଭିତରେ ଧୂଆଁ ହୋଇଯିବାରୁ ନିଆଁ ଲାଗିଥିବା ସନ୍ଦେହରେ ପରିବାର ଲେକେ ଜୀବନ ବିକଳରେ ଘର ବାହାରକୁ ପଳାଇ ଆସିଥିଲେ । ଜଣେ ପଡୋଶୀ ଦୌଡି ପଳାଇ ଯାଉଥିବା ପରିବାର ଲୋକଙ୍କ ନଜରକୁ ଆସିଥିଲା । ନିଆଁର ପ୍ରକୋପ ଏତେ ଥିଲାଯେ ଜିନିଷ ପତ୍ର କାଢ଼ିବା ସମ୍ଭବ ନଥିଲା । ପୋଲ ନିର୍ମାଣ ଚାଲିଥିବାରୁ ଖଇରା ଦମକଳ ବହୁ ବିଳମ୍ବରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୂର୍ବରୁ ଗାଁର ଜଣେ ପଡୋଶୀଙ୍କ ସହ ସହିତ ଶତ୍ରୁତା ଏହି ଅଗ୍ନିକାଣ୍ଡ ପଛର କାରଣ ବୋଲି ନିରଞ୍ଜନ କହିଛନ୍ତି ।

 

Dharitri – Odisha’s No.1 Odia Daily

Share