Posted inଜାତୀୟ

ନେହେରୁଙ୍କ ଆଦିବାସୀ ସ୍ତ୍ରୀ: ଜୀବନ ସାରା ନିଜ ଗାଁରେ କରିପାରି ନ ଥିଲେ ପ୍ରବେଶ…

ଧାନବାଦ,୨୧।୧୧ : ପୁଣିଥରେ ଝାଡଖଣ୍ଡ ରାଜ୍ୟର ବୁଦ୍ଧନି ମାଝିଂୟାଇନ ପୁଣିଥରେ ଏହି ଖବରରେ ଅଛନ୍ତି। ୧୯୫୯ ମସିହାରେ, ଯେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା ସେ ଏକ ଡ୍ୟାମ ପ୍ରକଳ୍ପରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ସେତେବେଳେ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦାମୋଦର ଉପତ୍ୟକା ନିଗମର ପଞ୍ଚେତ ଡ୍ୟାମ ଏବଂ ହାଇଡ୍ରୋ ପାୱାର ପ୍ଲାଣ୍ଟର ଉଦଘାଟନ କରିବାକୁ ଆସିଥିଲେ। ଏହି ଅବସରରେ ନେହେରୁ ଶ୍ରମିକମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ଭାବରେ ବୁଦ୍ଧନିଙ୍କୁ ଫୁଲମାଳ ପିନ୍ଧାଇ ଦେଇଥିଲେ। ସେବେଠାରୁ ତାଙ୍କୁ ନେହେରୁଙ୍କର ଆଦିବାସୀ ସ୍ତ୍ରୀ କୁହାଯିବା ଆରମ୍ଭ ହୋଇଥିଲା।

ବୁଦ୍ଧନି ୧୭ ନଭେମ୍ବର ୨୦୨୩ରେ ପଞ୍ଚେତରେ ୮୦ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ ଏବଂ ସେଠାରେ ତାଙ୍କର ଶେଷ ରୀତିନୀତି କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ରାଜନେତା ଏବଂ ନାଗରିକମାନେ ଉପସ୍ଥିତ ଥିଲେ। ଏକ ରିପୋର୍ଟ ଅନୁଯାୟୀ, ବୁଦ୍ଧନି ପଞ୍ଚେତ ଡ୍ୟାମରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଯାହା ବର୍ତ୍ତମାନ ଧାନବାଦ ନିକଟରେ ଅଛି। ଯେତେବେଳେ ତାଙ୍କୁ ନେହେରୁ ଫୁଲମାଳ ପିନ୍ଧାଇଥିଲେ କେହି ଭାବି ନ ଥିଲେ ଏହା ତାଙ୍କ ସମଗ୍ର ଜୀବନକୁ ବଦଳାଇ ଦେବ। କିନ୍ତୁ ଏହି ଘଟଣା ପରେ ସାନ୍ତାଳି ସମ୍ପ୍ରଦାୟ ତାଙ୍କୁ ଅଲଗା କରିଦେଇଥିଲେ କାରଣ ସେମାନେ ଫୁଲମାଳ ପିନ୍ଧିବାକୁ ବିବାହ ବୋଲି ଭାବୁଥିଲେ।

ଏଥିପାଇଁ ବୁଦ୍ଧନି ସାରା ଜୀବନ ତାଙ୍କ ଗାଁକୁ ଯାଇପାରି ନ ଥିଲେ। ଏବେ ତାଙ୍କ ସ୍ମାରକୀ ନିର୍ମାଣ କରିବାକୁ ଦାବି ହେଉଛି। ନେହେରୁଙ୍କ ଭଳି ଜଣେ ଅଣ-ଆଦିବାସୀଙ୍କଠାରୁ ଫୁଲମାଳ ପିନ୍ଧିଥିବାରୁ ତାଙ୍କୁ ଆଜୀବନ ସମ୍ପ୍ରଦାୟରୁ ବହିଷ୍କୃତ କରାଯାଇଥିଲା ଏବଂ ତାଙ୍କ ଗାଁରେ ପ୍ରବେଶ କରିବାକୁ ମଧ୍ୟ ଅନୁମତି ଦିଆଯାଇ ନ ଥିଲା। ବର୍ତ୍ତମାନ ସ୍ଥାନୀୟ ପାର୍କରେ ନେହେରୁଙ୍କ ପ୍ରତିମୂର୍ତ୍ତି ନିକଟରେ ବୁଦ୍ଧନିଙ୍କ ସମ୍ମାନାର୍ଥେ ଏକ ସ୍ମାରକୀ ନିର୍ମାଣ ପାଇଁ ଦାବି କରାଯାଇଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ଅଶୋକ ମଣ୍ଡଳ କହିଛନ୍ତି ପଞ୍ଚେତ ଡ୍ୟାମ ନିର୍ମାଣରେ ବୁଦ୍ଧନିଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ।

ଡ୍ୟାମ ଆରମ୍ଭ କରିବା ପାଇଁ ବୁଦ୍ଧନି ବଟନ ଦବାଇଥିଲେ। କିନ୍ତୁ ୧୯୬୨ ମସିହାରେ ଅନ୍ୟ ଶ୍ରମିକମାନଙ୍କ ସହିତ ବୁଦ୍ଧନିଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା । ଏହି ବନ୍ଧ ଯୋଗୁଁ ତାଙ୍କ ଜମି ମଧ୍ୟ ଜଳମଗ୍ନ ହୋଇଥିଲା। ସେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ପୁରୂଲିଆରେ ଦିନ ମଜୁରିଆ ଶ୍ରମିକ ହୋଇ ଯାଇଥିଲେ। ସେଠାରେ ତାଙ୍କର ସୁଧୀର ଦତ୍ତଙ୍କ ସହିତ ପରିଚୟ ହୋଇଥିଲା। ଉଭୟ ପରସ୍ପରକୁ ଭଲ ପାଇଥିଲେ। ତେବେ ସମାଜକୁ ଡରି ବିବାହ କରି ପାରି ନ ଥିଲେ। ତେବେ ସେମାନେ ଏକାଠି ରହିଥିଲେ। ସେମାନଙ୍କର ତିନି ଜଣ ସନ୍ତାନ ମଧ୍ୟ ହୋଇଥିଲେ। ଏହା ପରେ ବୁଦ୍ଧନି ୧୯୮୫ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ତାଙ୍କ ଦୁଃଖ ବିଷୟରେ ବର୍ଣ୍ଣନା କରିଥିଲେ; ଏହା ପରେ ସେ ଡିଭିସିରେ ଚାକିରି ପାଇଲେ ଏବଂ ୨୦୦୫ରେ ସେ ଅବସର ନେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri