The Minister of State (Independent Charge) for Statistics and Programme Implementation, Shri Srikant Kumar Jena addressing a Press Conference on MPLADS Fund to Phailin/flood affected area of Odisha, , in New Delhi on November 18, 2013.
ଭୁବନେଶ୍ବର,୩୦ା୬(ସୁନିତ୍ ମିଶ୍ର): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଗୁରୁବାର ପଛୁଆ ବର୍ଗ ଜାତୀୟ କମିଶନର ଅଧ୍ୟକ୍ଷ ହଂସରାଜ ଗଙ୍ଗରାମ ଅହିରଙ୍କୁ ଚିଠି ଲେଖିଛନ୍ତି। ଜେନା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଓଡ଼ିଶା ସରକାର ଜାଣିଶୁଣି ଓବିସି ଏବଂ ଏସ୍ଇବିସି ବର୍ଗର ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦେବାରେ ଚରମ ଅବହେଳା କରିଆସୁଛନ୍ତି। ଓଡ଼ିଶାରେ ଏହି ବର୍ଗର ମୋଟ୍ ୫୪ପ୍ରତିଶତ ଲୋକ ବସବାସ କରୁଥିବା ବେଳେ ସେମାନଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଶୂନ ପ୍ରତିଶତ ସଂରକ୍ଷଣ ମିଳୁଛି। କେନ୍ଦ୍ର ସରକାର ୨୦୦୫ରେ ପ୍ରକାଶ କରିଥିବା ବିଜ୍ଞପ୍ତି ଅନୁଯାୟୀ ଓବିସି ବର୍ଗକୁ ୨୭ ପ୍ରତିଶତ ସଂରକ୍ଷଣ ଦେବା ଲାଗି କୁହାଯାଇଥିଲା। ଏପରି କି ସବୁ ରାଜ୍ୟରେ ଓବିସି ବର୍ଗଙ୍କ ଲାଗି ସରକାରୀ ଚାକିରି କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଲାଗୁ କରାଯାଇଛି। ହେଲେ ଆର୍ଥିକ ଦୁର୍ବଳ ଶ୍ରେଣୀ(ଇଡବ୍ଲ୍ୟୁଏସ୍)ରେ ସାଧାରଣ ବର୍ଗକୁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯାଉଛି। ଓଡ଼ିଶାରେ ସାଧାରଣ ବର୍ଗଙ୍କ ସଂଖ୍ୟା ମୋଟ ୬ ପ୍ରତିଶତ ରହିଥିବାବେଳେ ୧୦ପ୍ରତିଶତ ସଂରକ୍ଷଣ ଦିଆଯାଇ ଓବିସିମାନଙ୍କ ପ୍ରତି ଅବହେଳା କରାଯାଉଛି। ରାଜ୍ୟ ସରକାର ମଧ୍ୟ ଏହି ନିୟମ ପରିବର୍ତ୍ତନ କରୁନାହାନ୍ତି। ତେଣୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ୫୪ ପ୍ରତିଶତ ସ୍ଥାନରେ ଅତିକମ୍ରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରୁ ପ୍ରଦାନ କରିବା ଜରୁରୀ ବୋଲି ଶ୍ରୀକାନ୍ତ ଚିଠିରେ ଉଲ୍ଲେଖ କରିଛନ୍ତି।