ହାତୀ ସୁରକ୍ଷା ପ୍ରତି ହତାଦର

ପରିକ୍ଷିତ ସାହୁ
ବଇଣ୍ଡା, ୨୪।୨:  ୨୦୧୮ ଅକ୍ଟୋବର ୨୭ରେ ଢେଙ୍କାନାଳ ଜିଲା କମଳାଙ୍ଗଠାରେ ଓହଳି ରହିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ଜୀବନହାନି ପରେ ହାତୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କାର୍ଯ୍ୟାନୁଷ୍ଠାନ ସ୍ବରୂପ ବିଦ୍ୟୁତ୍‌ ଓ ବନ ବିଭାଗର ୭ଜଣଙ୍କୁ ନିଲମ୍ବନ ଏବଂ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ବହିଷ୍କାର କରାଯାଇଥିଲା। ଜଙ୍ଗଲ ଓ ହାତୀ ଚଲାପଥ ଦେଇ ଯାଇଥିବା ବିଦ୍ୟୁତ୍‌ ତାର ନିର୍ଦ୍ଧାରିତ ଉଚ୍ଚତାରେ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଉକ୍ତ ନିର୍ଦ୍ଦେଶନାମାକୁ ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜରେ ପାଳନ କରାଯାଇ ନ ଥିବା ଦେଖିବାକୁ ମିଳିଛି। ରେଞ୍ଜ ଅଞ୍ଚଳର କୁରୁମଟାପ ଭାୟା ଗୁଣ୍ଡୁରୀଖଳି ଦେଇ ସିମିଳିଆ ଯାଇଥିବା ହାତୀ ଚଲାପଥରେ ବର୍ଷେ ହେଲା ବିଦ୍ୟୁତ୍‌ ତାର ଓହଳି ରହିଥିଲେ ମଧ୍ୟ ତାହାକୁ ଉପରକୁ ଉଠାଯାଉ ନାହିଁ। ହାତୀଙ୍କ ସୁରକ୍ଷା ପ୍ରତି ଦୁଇ ବିଭାଗର ଏପରି ହତାଦରକୁ ନେଇ ଗୁଣ୍ଡୁରୀଖଳି ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ବିପଦ ଏଡ଼ାଇବାକୁ ଗ୍ରାମବାସୀ ବାଉଁଶରେ ଉକ୍ତ ତାରକୁ ଟେକି ରଖିଥିବା ଦେଖାଯାଇଛି।
ଆଠମଲ୍ଲିକ ବ୍ଲକ କୁରୁମଟାପ ପଞ୍ଚାୟତ ଗୁଣ୍ଡୁରୀଖଳି ଗ୍ରାମ ଦେଇ ଯାଇଥିବା ହାତୀ ଚଲାପଥରେ ଦୈନିକ ହାତୀପଲ ଚଳପ୍ରଚଳ କରୁଛନ୍ତି। ଏହି ଚଲାପଥ ଉପର ଦେଇ ଏକ ଜଳସେଚନ ପ୍ରକଳ୍ପକୁ ୩ କେଭି ଏଲ୍‌ଟି ଲାଇନ ତାର ଟଣାଯାଇଥିଲେ ମଧ୍ୟ ତାହା ଅତି ତଳକୁ ଓହଳି ରହିଛି। ଏ ନେଇ ଦୀର୍ଘଦିନ ହେଲା ଗ୍ରାମବାସୀ ବଇଣ୍ଡାଠାରେ ଥିବା ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ହାତୀକୁ ସୁରକ୍ଷା ଯୋଗାଇ ଦେବାକୁ ଗ୍ରାମବାସୀ ବାଉଁଶ ଦେଇ ବିପଦସଙ୍କୁଳ ଅବସ୍ଥାରେ ଥିବା ତାରକୁ ଉପରକୁ ଟେକି ରଖିଛନ୍ତି। ଟିକେ ଅଧିକ ପବନ ହେଲେ ତାରରେ ତାର ବାଜି ନିଆଁ ଖସୁଥିବାରୁ ବିପଦ ଆଶଙ୍କା ବଢ଼ିଯାଇଛି। ସେହିପରି ରାଇନାଳୀ, କନ୍ତପଡ଼ା, ମଇମୁରା, ଟାପଢୋଲ ଅଞ୍ଚଳରେ ମଧ୍ୟ ୧୧ କେଭି ତାର ଅତି ତଳକୁ ଓହଳି ରହିଛି। ସେସୁ ଠାରୁ ୨୦୧୨ରେ ଏନ୍‌ଜେନ୍‌ ବିଦ୍ୟୁତ୍‌ ସେବା ଦାୟିତ୍ୱ ନେଇଥିଲା। ୨୦୨୦ରେ ଟାଟା ବିଦ୍ୟୁତ୍‌ କମ୍ପାନୀ ହାତକୁ ଏହି ସେବା ଯାଇଥିଲେ ମଧ୍ୟ ଏଯାଏ ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ବଦଳାଯାଉ ନାହିଁ କି ଓହଳି ରହିଥିବା ତାରକୁ ସୁରକ୍ଷିତ ଅବସ୍ଥାକୁ ଅଣାଯାଉ ନାହିଁ। ତୁରନ୍ତ ହାତୀ ଚଲାପଥ ସୁରକ୍ଷିତ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ଏ ନେଇ ଆଠମଲ୍ଲିକ ଡିଏଫ୍‌ଓ ଆନନ୍ଦ ଏସ୍‌ କହିଛନ୍ତି, ହାତୀ ଚଲାପଥ ଦେଇ ଯାଇଥିବା ସମସ୍ତ ଏଲ୍‌ଟି ଓ ୧୧ କେଭି ବିଦ୍ୟୁତ୍‌ ତାର ଉଚ୍ଚ ଖୁଣ୍ଟ ଲଗାଇ ନେବା ପାଇଁ ଟିପିସିଓଡିଏଲ୍‌କୁ ଚିଠି ମାଧ୍ୟମରେ ଅବଗତ କରାଯିବ। ସେହିପରି ଟିପିସିଓଡିଏଲ୍‌ର ଏସ୍‌ଡିଓ ସୀପକ ଦାସ କହିଛନ୍ତି, ହାତୀ ଚଲାପଥ ସୁରକ୍ଷିତ କରିବାକୁ ଖୁବ୍‌ଶୀଘ୍ର ଓହଳି ରହିଥିବା ତାରଗୁଡ଼ିକୁ ନିର୍ଦ୍ଧାରିତ ଉଚ୍ଚତାରେ ରଖାଯିବ।

ବିଦ୍ୟୁତ୍‌ କମ୍ପାନୀ ଦୃଷ୍ଟି ଦେଉନାହିଁ
ଦୀର୍ଘଦିନ ହେବ ହାତୀ ଚଲାପଥ ଅସୁରକ୍ଷିତ ଅବସ୍ଥାରେ ରହିଛି। ତାରରୁ ନିଆଁ ଖସୁଛି। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଦୃଷ୍ଟି ଦିଆଯାଉ ନାହିଁ। ଫଳରେ ବିପଦ ଆଶଙ୍କା ବଢ଼ିଯାଇଛି।
– ଟିକନ ସାହୁ, ଗୁଣ୍ଡୁରୀନାଳି
ଅସୁରକ୍ଷିତ ଅବସ୍ଥାରେ ବିଦ୍ୟୁତ୍‌ ତାର
ଉଠା ଜଳସେଚନ ପ୍ରକଳ୍ପକୁ ଟଣାଯାଇଥିବା ଏହି ତାର ଅସୁରକ୍ଷିତ ଅବସ୍ଥାରେ ରହିଛି। ଏହା ହାତୀଙ୍କ ଜୀବନ ପ୍ରତି ଯେତିକି ବିପଦ ସୃଷ୍ଟି କରୁଛି ଚାଷୀଙ୍କୁ ମଧ୍ୟ ସେତିକି ସମସ୍ୟାରେ ପକାଉଛି। ଅନେକ ସମୟରେ ତାରକୁ ତାର ବାଜି ଟ୍ରାନ୍ସଫର୍ମରରୁ ଫ୍ୟୁଜ୍‌ କଟିଯାଉଥିବାରୁ ଜମିକୁ ପାଣି ମାଡ଼ିପାରୁ ନାହିଁ।
– ଅରୁଣ କୁମାର ସାହୁ, ଗୁଣ୍ଡୁରୀନାଳି
ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉନି
ଏହି ଚଲାପଥ ଦେଇ ପ୍ରତ୍ୟେକ ଦିନ ହାତୀପଲ ଯାତାୟାତ କରୁଛନ୍ତି। ତେଣୁ ବିଦ୍ୟୁତ୍‌ ତାର ଉପରକୁ ଉଠାଇବା ପାଇଁ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଉ ନାହିଁ। ତୁ୍‌ରନ୍ତ ବିପଦସଙ୍କୁଳ ତାରକୁ ଉପରକୁ ଉଠାଯିବା ବ୍ୟବସ୍ଥା କରାଯାଉ।
– ଧନେଶ୍ୱର ସାହୁ, ଗୁଣ୍ଡୁରୀନାଳି
ଶୀଘ୍ର ପଦକ୍ଷେପ ନିଆଯାଉ
ନିର୍ଦ୍ଧାରିତ ଉଚ୍ଚତାରେ ବିଦ୍ୟୁତ୍‌ ତାର ନ ଥିବାରୁ ଏହା ହାତୀଙ୍କ ପାଇଁ ଯେତିକି ବିପଦ ସୃଷ୍ଟି କରୁଛି ଚାଷରେ ମଧ୍ୟ ସେତିକି ଅସୁବିଧା କରୁଛି। ତେଣୁ ଏ ଦିଗରେ ଶୀଘ୍ର ପଦକ୍ଷେପ ନିଆଗଲେ ହାତୀ ଚଲାପଥ ସୁରକ୍ଷିତ ହେବା ସହ ବିଦ୍ୟୁତ୍‌ ସମସ୍ୟା ଉପୁଜନ୍ତା ନାହିଁ।

ଚିଠିର ଉତ୍ତର ମିଳିନି
ଓହଳି ରହିଥିବା ବିଦ୍ୟୁତ୍‌ ତାର ଉପରକୁ ଉଠାଇବା ପାଇଁ ପଞ୍ଚାୟତ ଅଫିସ ପକ୍ଷରୁ ବିଦ୍ୟୁତ୍‌ ବିଭାଗକୁ ଚିଠି କରାଯାଇଥିଲା। କିନ୍ତୁ ଏ ଦିଗରେ ପଦକ୍ଷେପ ନିଆଯାଇ ନାହିଁ କି ଚିଠିର ଉତ୍ତର ମଧ୍ୟ ପଞ୍ଚାୟତ ଅଫିସକୁ ମିଳିନାହିଁ। ଉପଖଣ୍ଡ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri