ହାତୀ ସୁରକ୍ଷା ପ୍ରତି ହତାଦର

ପରିକ୍ଷିତ ସାହୁ
ବଇଣ୍ଡା, ୨୪।୨:  ୨୦୧୮ ଅକ୍ଟୋବର ୨୭ରେ ଢେଙ୍କାନାଳ ଜିଲା କମଳାଙ୍ଗଠାରେ ଓହଳି ରହିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ଜୀବନହାନି ପରେ ହାତୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କାର୍ଯ୍ୟାନୁଷ୍ଠାନ ସ୍ବରୂପ ବିଦ୍ୟୁତ୍‌ ଓ ବନ ବିଭାଗର ୭ଜଣଙ୍କୁ ନିଲମ୍ବନ ଏବଂ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ବହିଷ୍କାର କରାଯାଇଥିଲା। ଜଙ୍ଗଲ ଓ ହାତୀ ଚଲାପଥ ଦେଇ ଯାଇଥିବା ବିଦ୍ୟୁତ୍‌ ତାର ନିର୍ଦ୍ଧାରିତ ଉଚ୍ଚତାରେ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଉକ୍ତ ନିର୍ଦ୍ଦେଶନାମାକୁ ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜରେ ପାଳନ କରାଯାଇ ନ ଥିବା ଦେଖିବାକୁ ମିଳିଛି। ରେଞ୍ଜ ଅଞ୍ଚଳର କୁରୁମଟାପ ଭାୟା ଗୁଣ୍ଡୁରୀଖଳି ଦେଇ ସିମିଳିଆ ଯାଇଥିବା ହାତୀ ଚଲାପଥରେ ବର୍ଷେ ହେଲା ବିଦ୍ୟୁତ୍‌ ତାର ଓହଳି ରହିଥିଲେ ମଧ୍ୟ ତାହାକୁ ଉପରକୁ ଉଠାଯାଉ ନାହିଁ। ହାତୀଙ୍କ ସୁରକ୍ଷା ପ୍ରତି ଦୁଇ ବିଭାଗର ଏପରି ହତାଦରକୁ ନେଇ ଗୁଣ୍ଡୁରୀଖଳି ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ବିପଦ ଏଡ଼ାଇବାକୁ ଗ୍ରାମବାସୀ ବାଉଁଶରେ ଉକ୍ତ ତାରକୁ ଟେକି ରଖିଥିବା ଦେଖାଯାଇଛି।
ଆଠମଲ୍ଲିକ ବ୍ଲକ କୁରୁମଟାପ ପଞ୍ଚାୟତ ଗୁଣ୍ଡୁରୀଖଳି ଗ୍ରାମ ଦେଇ ଯାଇଥିବା ହାତୀ ଚଲାପଥରେ ଦୈନିକ ହାତୀପଲ ଚଳପ୍ରଚଳ କରୁଛନ୍ତି। ଏହି ଚଲାପଥ ଉପର ଦେଇ ଏକ ଜଳସେଚନ ପ୍ରକଳ୍ପକୁ ୩ କେଭି ଏଲ୍‌ଟି ଲାଇନ ତାର ଟଣାଯାଇଥିଲେ ମଧ୍ୟ ତାହା ଅତି ତଳକୁ ଓହଳି ରହିଛି। ଏ ନେଇ ଦୀର୍ଘଦିନ ହେଲା ଗ୍ରାମବାସୀ ବଇଣ୍ଡାଠାରେ ଥିବା ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ହାତୀକୁ ସୁରକ୍ଷା ଯୋଗାଇ ଦେବାକୁ ଗ୍ରାମବାସୀ ବାଉଁଶ ଦେଇ ବିପଦସଙ୍କୁଳ ଅବସ୍ଥାରେ ଥିବା ତାରକୁ ଉପରକୁ ଟେକି ରଖିଛନ୍ତି। ଟିକେ ଅଧିକ ପବନ ହେଲେ ତାରରେ ତାର ବାଜି ନିଆଁ ଖସୁଥିବାରୁ ବିପଦ ଆଶଙ୍କା ବଢ଼ିଯାଇଛି। ସେହିପରି ରାଇନାଳୀ, କନ୍ତପଡ଼ା, ମଇମୁରା, ଟାପଢୋଲ ଅଞ୍ଚଳରେ ମଧ୍ୟ ୧୧ କେଭି ତାର ଅତି ତଳକୁ ଓହଳି ରହିଛି। ସେସୁ ଠାରୁ ୨୦୧୨ରେ ଏନ୍‌ଜେନ୍‌ ବିଦ୍ୟୁତ୍‌ ସେବା ଦାୟିତ୍ୱ ନେଇଥିଲା। ୨୦୨୦ରେ ଟାଟା ବିଦ୍ୟୁତ୍‌ କମ୍ପାନୀ ହାତକୁ ଏହି ସେବା ଯାଇଥିଲେ ମଧ୍ୟ ଏଯାଏ ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ବଦଳାଯାଉ ନାହିଁ କି ଓହଳି ରହିଥିବା ତାରକୁ ସୁରକ୍ଷିତ ଅବସ୍ଥାକୁ ଅଣାଯାଉ ନାହିଁ। ତୁରନ୍ତ ହାତୀ ଚଲାପଥ ସୁରକ୍ଷିତ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ଏ ନେଇ ଆଠମଲ୍ଲିକ ଡିଏଫ୍‌ଓ ଆନନ୍ଦ ଏସ୍‌ କହିଛନ୍ତି, ହାତୀ ଚଲାପଥ ଦେଇ ଯାଇଥିବା ସମସ୍ତ ଏଲ୍‌ଟି ଓ ୧୧ କେଭି ବିଦ୍ୟୁତ୍‌ ତାର ଉଚ୍ଚ ଖୁଣ୍ଟ ଲଗାଇ ନେବା ପାଇଁ ଟିପିସିଓଡିଏଲ୍‌କୁ ଚିଠି ମାଧ୍ୟମରେ ଅବଗତ କରାଯିବ। ସେହିପରି ଟିପିସିଓଡିଏଲ୍‌ର ଏସ୍‌ଡିଓ ସୀପକ ଦାସ କହିଛନ୍ତି, ହାତୀ ଚଲାପଥ ସୁରକ୍ଷିତ କରିବାକୁ ଖୁବ୍‌ଶୀଘ୍ର ଓହଳି ରହିଥିବା ତାରଗୁଡ଼ିକୁ ନିର୍ଦ୍ଧାରିତ ଉଚ୍ଚତାରେ ରଖାଯିବ।

ବିଦ୍ୟୁତ୍‌ କମ୍ପାନୀ ଦୃଷ୍ଟି ଦେଉନାହିଁ
ଦୀର୍ଘଦିନ ହେବ ହାତୀ ଚଲାପଥ ଅସୁରକ୍ଷିତ ଅବସ୍ଥାରେ ରହିଛି। ତାରରୁ ନିଆଁ ଖସୁଛି। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଦୃଷ୍ଟି ଦିଆଯାଉ ନାହିଁ। ଫଳରେ ବିପଦ ଆଶଙ୍କା ବଢ଼ିଯାଇଛି।
– ଟିକନ ସାହୁ, ଗୁଣ୍ଡୁରୀନାଳି
ଅସୁରକ୍ଷିତ ଅବସ୍ଥାରେ ବିଦ୍ୟୁତ୍‌ ତାର
ଉଠା ଜଳସେଚନ ପ୍ରକଳ୍ପକୁ ଟଣାଯାଇଥିବା ଏହି ତାର ଅସୁରକ୍ଷିତ ଅବସ୍ଥାରେ ରହିଛି। ଏହା ହାତୀଙ୍କ ଜୀବନ ପ୍ରତି ଯେତିକି ବିପଦ ସୃଷ୍ଟି କରୁଛି ଚାଷୀଙ୍କୁ ମଧ୍ୟ ସେତିକି ସମସ୍ୟାରେ ପକାଉଛି। ଅନେକ ସମୟରେ ତାରକୁ ତାର ବାଜି ଟ୍ରାନ୍ସଫର୍ମରରୁ ଫ୍ୟୁଜ୍‌ କଟିଯାଉଥିବାରୁ ଜମିକୁ ପାଣି ମାଡ଼ିପାରୁ ନାହିଁ।
– ଅରୁଣ କୁମାର ସାହୁ, ଗୁଣ୍ଡୁରୀନାଳି
ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉନି
ଏହି ଚଲାପଥ ଦେଇ ପ୍ରତ୍ୟେକ ଦିନ ହାତୀପଲ ଯାତାୟାତ କରୁଛନ୍ତି। ତେଣୁ ବିଦ୍ୟୁତ୍‌ ତାର ଉପରକୁ ଉଠାଇବା ପାଇଁ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଉ ନାହିଁ। ତୁ୍‌ରନ୍ତ ବିପଦସଙ୍କୁଳ ତାରକୁ ଉପରକୁ ଉଠାଯିବା ବ୍ୟବସ୍ଥା କରାଯାଉ।
– ଧନେଶ୍ୱର ସାହୁ, ଗୁଣ୍ଡୁରୀନାଳି
ଶୀଘ୍ର ପଦକ୍ଷେପ ନିଆଯାଉ
ନିର୍ଦ୍ଧାରିତ ଉଚ୍ଚତାରେ ବିଦ୍ୟୁତ୍‌ ତାର ନ ଥିବାରୁ ଏହା ହାତୀଙ୍କ ପାଇଁ ଯେତିକି ବିପଦ ସୃଷ୍ଟି କରୁଛି ଚାଷରେ ମଧ୍ୟ ସେତିକି ଅସୁବିଧା କରୁଛି। ତେଣୁ ଏ ଦିଗରେ ଶୀଘ୍ର ପଦକ୍ଷେପ ନିଆଗଲେ ହାତୀ ଚଲାପଥ ସୁରକ୍ଷିତ ହେବା ସହ ବିଦ୍ୟୁତ୍‌ ସମସ୍ୟା ଉପୁଜନ୍ତା ନାହିଁ।

ଚିଠିର ଉତ୍ତର ମିଳିନି
ଓହଳି ରହିଥିବା ବିଦ୍ୟୁତ୍‌ ତାର ଉପରକୁ ଉଠାଇବା ପାଇଁ ପଞ୍ଚାୟତ ଅଫିସ ପକ୍ଷରୁ ବିଦ୍ୟୁତ୍‌ ବିଭାଗକୁ ଚିଠି କରାଯାଇଥିଲା। କିନ୍ତୁ ଏ ଦିଗରେ ପଦକ୍ଷେପ ନିଆଯାଇ ନାହିଁ କି ଚିଠିର ଉତ୍ତର ମଧ୍ୟ ପଞ୍ଚାୟତ ଅଫିସକୁ ମିଳିନାହିଁ। ଉପଖଣ୍ଡ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍‌ରେ ଛିଡ଼ା ହୋଇଛନ୍ତି ରୋଗୀ

ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri