ଅବହେଳିତ ଶାଳପତରିଆ ଆଦିବାସୀ ବସ୍ତି

କାଏମା,୨୦ା୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେଗୁଡ଼ିକ କିପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ବ ସେ ଦାୟିତ୍ୱ ପ୍ରଶାସନିକ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଉଛି। ହେଲେ କେତେକ ସ୍ଥାନରେ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ବହୁ ବ୍ୟକ୍ତି ଅବହେଳିତ ଅବସ୍ଥାରେ ରହୁଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାଳପତରିଆ ଆଦିବାସୀ ବସ୍ତିରେ। ଏଠାରେ ବାସବାସ କରୁଥିବା ୧୫ରୁ ଅଧିକ ପରିବାର ନାନା ଅସୁବିଧାରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ମାତ୍ର ୯ଟି ପରିବାରକୁ ମିଳିଛି ଘରଢ଼ଇ ପଟ୍ଟା। ଏଠାରେ ପାନୀୟ ଜଳଠାରୁ ଆରମ୍ଭ କରି ରାସ୍ତା ବିଦ୍ୟୁତ୍‌ ଆଦି ଅନେକ ସମସ୍ୟା ରହିଛି। ହେଲେ ସେ ସବୁର ସମାଧାନ ହୋଇ ପାରୁନାହିଁ। ଏହି ପରିବାରଗୁଡ଼ିକ ଜରିପାଲ ଟାଙ୍ଗି ରହୁଥିଲେ ମଧ୍ୟ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରିନାହିଁ। ପାନୀୟ ଜଳ ସମସ୍ୟା କହିଲେ ନସରେ। ଏଠାରେ ୨ ମାସ ହେବ ବସାଯାଇଥିବା ସରକାରୀ ନଳକୂପରୁ ବାହାରୁଛି ଗୋଳିଆ ପାଣି। ସେ ପାଣି ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ। ଅନ୍ୟ ଯେଉଁ ନଳକୂପ ରହିଛି ସେଥିରୁ ଗୋଟିଏ ବାଲ୍ଟି ଫୁଲ୍‌ ହେବାକୁ ଅନେକ ସମୟ ଲାଗୁଛି। ପାଣି ପାଇଁ ଲୋକେ ଘଣ୍ଟାଘଣ୍ଟା ଧରି ନଳପୂପ ନିକଟରେ ଅପେକ୍ଷା କରି ରହୁଛନ୍ତି। ସବୁ ସମୟରେ ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଥିବା ଅଧିବାସୀମାନେ ଅଭିଯୋଗ କଲେ ବି ଶୁଣିବାକୁ କେହିନାହାନ୍ତି। ଝାଟିମାଟି ଘରେ ଛିଣ୍ଡା ଜରିପାଲ ତଳେ ବିତୁଛି ସେମାନଙ୍କ ଜୀବନ। ଆବାସ ତାଲିକାରେ ନାମ ଅନ୍ତର୍ଭୁକ୍ତ ହୋଇ ପାରୁନାହିଁ। ବିଶେଷକରି ସେମାନେ କେଉଁ ପଞ୍ଚାୟତର ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଫଳରେ ୨ ପଞ୍ଚାୟତ ଗଙ୍ଗାଧରପୁର ଓ କୁମାରୀ ପଞ୍ଚାୟତ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ସେମାନଙ୍କୁ ଗଙ୍ଗାଧରପୁର ପଞ୍ଚାୟତ ଶାଳପତରିଆ ମୌଜାର ଜମିପଟ୍ଟା ମିଳିଛି। ହେଲେ କୁମାରୀ ପଞ୍ଚାୟତରୁ ରାଶନ ମିଳୁଛି। ଆଧାର କାର୍ଡରେ କୁମାରୀ ପଞ୍ଚାୟତ ଠିକଣା ରହିଛି। କିନ୍ତୁ ସେମାନେ କେଉଁ ପଞ୍ଚାୟତର ତାହା ସ୍ପଷ୍ଟ ହୋଇ ପାରୁନାହିଁ। ଫଳରେ ସେମାନଙ୍କୁ ସରକାରୀ ସହାୟତା ମିଳିବାରେ ସମସ୍ୟା ହେଉଛି।
ସେହିପରି ଶାଳପତରିଆବାସୀଙ୍କ ପାଇଁ ବିଦ୍ୟୁତ୍‌ ସେବା ଅପହଞ୍ଚ ହୋଇଛି। ବ୍ଲକ କାର୍ଯ୍ୟାଳୟଠାରୁ ଅଳ୍ପ ଦୂର ଜାରକା ବଜାର ଉପକଣ୍ଠରେ ଏହି ଅଞ୍ଚଳ ହୋଇଥିଲେ ବି ବହୁ ଅଣଦେଖା କରାଯାଇଛି। ପଠାପଢ଼ା କ୍ଷେତ୍ରରେ ପିଲା ବହୁ ପଛରେ ରହିଛନ୍ତି। ଗାଁକୁ ରାସ୍ତା ନ ଥିବାରୁ ବର୍ଷା ଦିନେ ଏଠାରେ ନାନା ସମସ୍ୟା ଦେଖା ଦେଇଥାଏ। ଲୋକେ ପାଣି କାଦୁଅରେ ପସି ଯାତାୟାତ କରିଥାନ୍ତି। ତେଣୁ ପ୍ରଶାସନ ଏହି ଆଦିବାସୀମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି।
ଏ ସମ୍ପର୍କରେ କୁମାରୀ ସରପଞ୍ଚଙ୍କ ପ୍ରତିନିଧି ପ୍ରଭୁରଞ୍ଜନ ସାମଲଙ୍କୁ ପଚାରିବାରେ ସେ କହିଛନ୍ତି, ଶାଳପତରିଆ(ଝାଲସୁଖା) କାହାର ପ୍ରଶାସନ ଧାର୍ଯ୍ୟ କରିବା ଦରକାର। ଏହା ଧାର୍ଯ୍ୟ କରାଗଲେ ସେମାନଙ୍କୁ ସରକାରୀ ସହାୟତା ମିଳିବା ସହଜ ହେବ। ଗଙ୍ଗାଧରପୁର ସରପଞ୍ଚ ତ୍ରିଲୋଚନ ଜେନାଙ୍କୁ ପଚାରିବାରେ ସେ ନକ୍ସା ଦେଖି ଏହି ଅଞ୍ଚଳ ତାଙ୍କ ପଞ୍ଚାୟତ ଅଧୀନରେ ଯାଉନାହିଁ ବୋଲି କହିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରୟା ପାଇଁ ବିଡିଓ ଦେବେନ୍ଦ୍ର ବଳଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri