ଧାର୍ମିକ, ପରିବେଶ ପର୍ଯ୍ୟଟନ କ୍ଷେତ୍ରକୁ ଅଣହେଳା

କେନ୍ଦ୍ରାପଡ଼ା, ୨୮ା୯ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ରାଜ୍ୟର ଏକମାତ୍ର ଜାତୀୟ ଉଦ୍ୟାନ ଅଛି। ଏଥିସହ ତୁଳସୀକ୍ଷେତ୍ର ଭାବେ ଏହି ଜିଲା ଧାର୍ମିକ, ପର୍ଯ୍ୟଟନ ପାଇଁ ପରିଚିତି ଲାଭ କରିଛି। ଏହି କ୍ଷେତ୍ରର ରାଜନଗର ବଗପାଟିଆରେ ଅବସ୍ଥିତ ପଞ୍ଚୁବରାହୀ ମନ୍ଦିରରେ କେବଳ ଦଳିତ ମହିଳା ହିଁ ପୂଜା କରନ୍ତି; ଯାହା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ। ପରିବେଶ ଓ ଧାର୍ମିକ, ପର୍ଯ୍ୟଟନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ ଏହାକୁ ଏକ ଶିଳ୍ପର ମାନ୍ୟତା ପାଇଁ ଉଦ୍ୟମ ହୋଇନାହିଁ। ପର୍ଯ୍ୟଟନ ସହିତ କର୍ମ ନିଯୁକ୍ତିକୁ ଯୋଡ଼ିବାକୁ ସ୍ଥାନୀୟ ପ୍ରଶାସକ ଓ ରାଜନେତା ସମ୍ବେଦନଶୀଳ ନୁହନ୍ତି। ଧାର୍ମିକ ସ୍ଥଳର ଉନ୍ନତୀକରଣର ଆବଶ୍ୟକତା ଥିବା ବେଳେ ବିଭିନ୍ନ କାରଣରୁ ଭିତରକନିକା ଜାତୀୟ ଉଦ୍ୟାନ ମାନ୍ୟତାରୁ ବଞ୍ଚତ୍ତ ହେବା ସମ୍ଭାବନା ଦେଖାଦେଇଛି।

ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ଇଚ୍ଛାପୁରର ଶ୍ରୀବଳଦେବଜୀଉ, ସହରର ଗୋବିନ୍ଦଜୀଉ, ତମାଳଶାସନର ଦଧିବାମନଜୀଉ, ସନ୍ଥପୁରାର ଶିବ ମନ୍ଦିର, ଆଳିର ଲକ୍ଷ୍ମୀବରାହଜୀଉ ମନ୍ଦିର, କୁଦାନଗରୀ, ସଖୀବଟ, ଗଦାଧର ପୀଠ, କର୍ତ୍ତେଶ୍ୱର ମନ୍ଦିର, ଅନ୍ଧବର, ଗୋଠେଶ୍ୱର ପୀଠ, ହୁକିଟୋଲା, ବତିଘର ଆଦି ରାଜ୍ୟ ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିଛି। ଏସବୁ କ୍ଷେତ୍ର ପର୍ଯ୍ୟଟନସ୍ଥଳୀ ହୋଇଥିଲେ ମଧ୍ୟ ପ୍ରଚାର ପ୍ରସାର ଅଭାବ ସହ ପର୍ଯ୍ୟଟନସ୍ଥଳୀକୁ ଉତ୍ତମ ରାସ୍ତା ନାହିଁ। ଏହି ଜିଲାରେ ଶ୍ରୀବଳଦେବଜୀଉଙ୍କ ବିଭିନ୍ନ ଲୀଳାକୁ ଛୋଟ ପ୍ରକଳ୍ପ ମାଧ୍ୟମରେ ପ୍ରଦର୍ଶନ କରାଯାଇ ପାରିଲେ ଆର୍ଥିକ ବିକାଶ ହୋଇପାରିବ। ଗବେଷକ ଡ. ସର୍ବେଶ୍ୱର ସେଣ କହିଛନ୍ତି, ଦେଶରେ ହାତଗଣତି ମନ୍ଦିରରେ ମହିଳା ପୂଜକ ଅଛନ୍ତି। କେରଳ ରାଜ୍ୟ ଥିରୁଭାନନ୍ତପୁରମସ୍ଥିତ ଭଗବତି ମନ୍ଦିର, ମହାରାଷ୍ଟ୍ରର ଶନି ଶିଘ୍ନପୁର ମନ୍ଦିର ଆଦିରେ ମହିଳା ପୂଜକ ଥିବା ବେଳେ ରାଜ୍ୟର ଏକମାତ୍ର ପଞ୍ଚୁବରାହୀ ଦେବୀଙ୍କୁ ଦଳିତ ମହିଳା ପୂଜା କରିବାର ସ୍ବତନ୍ତ୍ର ଅଧିକାର ଅଛି। ଏହି ପରମ୍ପରା ପ୍ରାୟ ୪୦୦ବର୍ଷ ଧରି ଚାଲିଆସିଛି। ଏହା ସାମ୍ପ୍ରତିକ ସମୟରେ ମହିଳା ସଶକ୍ତୀକରଣ ଉଦାହରଣ ପାଲଟିଛି। ରାଜନଗର ବ୍ଲକ ବଗପାଟିଆସ୍ଥ ଏହି ପୀଠର ଉନ୍ନତୀକରଣ ସହ ପ୍ରଚାର ପ୍ରସାର ହୋଇପାରିଲେ ପର୍ଯ୍ୟଟନ ଶିଳ୍ପ ସମୃଦ୍ଧ ହେବ। ସେହିପରି ଅବହେଳିତ ବିଭିନ୍ନ ଐତିହ୍ୟ ସାମଗ୍ରୀର ସୁରକ୍ଷା ପାଇଁ ମ୍ୟୁଜିୟମର ଆବଶ୍ୟକତା ରହିଛି। ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ରାଜନେତା ଓ ପ୍ରଶାସକଙ୍କ ଅବହେଳା ଜିଲା ପର୍ଯ୍ୟଟନ ଶିଳ୍ପକୁ ରୁଗ୍‌ଣ କରିଛି। ଦୀର୍ଘବର୍ଷ ଧରି ଏଠାରେ ନିୟମିତ ଜିଲା ପର୍ଯ୍ୟଟନ ଅଧିକାରୀ ପଦ ପୂରଣ ହୋଇପାରୁନାହିଁ। ରାଜ୍ୟ ସରକାର ଭିତରକନିକାର ଲୁଣା ଧଳା କୁମ୍ଭୀର ଗୋରି ଓ ଅଲିଭ ରିଡ୍‌ଲେ କଇଁଛ ଗୋଲୁ ମାସକଟ ଭାବେ ବ୍ୟବହାର କରିଛନ୍ତି। ତେବେ ଏହି ପ୍ରାଣୀଙ୍କ ସୁରକ୍ଷା ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ମଧୁରପାଣିର ଅଭାବ, ତଟକ୍ଷୟ, ଚିଙ୍ଗୁଡି ଘେରି, ଭିତରକନିକା ଆଭ୍ୟନ୍ତର ଅଞ୍ଚଳରୁ ଲୋକବସତିକୁ ସ୍ଥାନାନ୍ତର, ଇକୋ ସେନ୍‌ସିଟିଭ ଜୋନ୍‌ର ପରିଚାଳନା ଆଦିରେ ଛନ୍ଦି ହୋଇଛି। ଯାହାଫଳରେ ୨୦୧୭ରେ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇପାରି ନ ଥିବା ବେଳେ ଏବେ ଜାତୀୟ ଉଦ୍ୟାନ ମାନ୍ୟତା ହରାଇବାକୁ ଯାଉଛି। ଜିଲା ଜନ ଅଧିକାର ମଞ୍ଚ ସଭାପତି ଭୁବନ ମୋହନ ଜେନା କହିଛନ୍ତି, ଜିଲାର ଆର୍ଥିକ ବିକାଶରେ ପର୍ଯ୍ୟଟନ ଶିଳ୍ପ ସହାୟକ ହୋଇପାରିବ। ଧାର୍ମିକ ପୀଠର ଉନ୍ନତୀକରଣ ଓ ପ୍ରଚାର ପ୍ରସାରର ଆବଶ୍ୟକତା ଅଛି। ସେହିପରି ପ୍ରାକୃତିକ ପରିବେଶର ଉପଯୋଗ ଦରକାର। ଗାଇଡ, ଫଟୋଗ୍ରାଫି, କୁଟୀରଶିଳ୍ପର ମଣ୍ଡିଠାରୁ ଆରମ୍ଭ କରି ବେଳାଭୂମିକୁ ପର୍ଯ୍ୟଟକ ଉପଯୋଗୀ ଭିତ୍ତିଭୂମିର ବିକାଶ ଦ୍ୱାରା ଜିଲାର ଅର୍ଥନୈତିକ ବିକାଶ ହେବ। ମହୁ, ଝୁଣା ଆଦି ବନଜାତ ଦ୍ରବ୍ୟକୁ ଯୁବବର୍ଗଙ୍କ କର୍ମନିଯୁକ୍ତି ସହ ଯୋଡ଼ିବାକୁ ପଡ଼ିବ। ସାମୁଦ୍ରିକ, ବନ୍ୟ ଜୀବ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ଓ ଗବେଷଣାଗାର ଏ ସମ୍ପର୍କରେ ଶିକ୍ଷାକୁ ପ୍ରୋତ୍ସାହିତ କରିବ। ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ସହିତ ସରକାରୀ ପ୍ରୋତ୍ସାହନରେ ଜିଲାର ବିଭବକୁ ଅଧିକ ପ୍ରଚାର ପ୍ରସାର ହୋଇପାରିଲେ ଜିଲାର ଆର୍ଥିକ ବିକାଶ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri