Posted inଜାତୀୟ

ଏନ୍‌ଇଇଟି-ୟୁଜି: ଏନ୍‌ଟିଏ ଆବେଦନର ଶୁଣାଣି ୧୮ରେ

ନୂଆଦିଲ୍ଲୀ,୧୬ା୭(ପି.ଟି.): ଶୁଣାଣିରେ ସୁବିଧା ପାଇଁ ବିଭିନ୍ନ ହାଇକୋର୍ଟରେ ବିଚାରାଧୀନ ଥିବା ଏନ୍‌ଇଇଟି-ୟୁଜି ବିବାଦ ମାମଲାଗୁଡ଼ିକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ନିମନ୍ତେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆବେଦନ କରିଥିଲା। ଏନେଇ ସର୍ବୋଚ୍ଚ ଅଦାଲତ ସୋମବାର ଘରୋଇ ପକ୍ଷଗୁଡ଼ିକୁ ନୋଟିସ ଜାରି କରିଛନ୍ତି। ଜୁନ୍‌ ୧୪ରେ ଏନ୍‌ଟିଏର ଅନୁରୂପ ଆବେଦନ ଉପରେ ଅବକାଶକାଳୀନ ଖଣ୍ଡପୀଠ ମଧ୍ୟ ପକ୍ଷମାନଙ୍କୁ ନୋଟିସ୍‌ ପଠାଇଥିଲେ। ପ୍ରଶ୍ନପତ୍ର ଲିକ୍‌, ଅସାଧୁ ଉପାୟ ଅବଲମ୍ବନ ଆଦି ଅନିୟମିତତା ପାଇଁ ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ବାତିଲ କରିବା ପାଇଁ ଅନେକ ପିଟିଶନ ବିଭିନ୍ନ ହାଇକୋର୍ଟରେ ଦାଏର ହୋଇଛି। ଏହି ପରିପ୍ରେକ୍ଷୀରେ ସାନି ପିଟିଶନଗୁଡ଼ିକୁ ମଧ୍ୟ ସର୍ବୋଚ୍ଚ ଅଦାଲତକୁ ସ୍ଥାନାନ୍ତର କରାଯିବାକୁ ସୋମବାର ଏନ୍‌ଟିଏ ପକ୍ଷରୁ ଆଇନଜୀବୀ ବର୍ଦ୍ଧମାନ କୌଶିକ ଅପିଲ୍‌ କରିଥିଲେ। ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌ ଜେ.ବି. ପର୍‌ଡିଓ୍ବାଲଙ୍କ ଖଣ୍ଡପୀଠ ଏଥିପାଇଁ ପକ୍ଷଗୁଡ଼ିକୁ ନୋଟିସ ଜାରି କରିବା ସହ ଜୁଲାଇ ୧୮ରେ ସମସ୍ତ ଆବେଦନର ଏକତ୍ର ଶୁଣାଣି କରାଯିବ ବୋଲି କହିଛନ୍ତି। ସିଜେଆଇଙ୍କ କହିବା ଅନୁଯାୟୀ, ସର୍ବୋଚ୍ଚ ଅଦାଲତ ସ୍ଥାନାନ୍ତର ପିଟିଶନ ଉପରେ ନୋଟିସ ଜାରି କରିଥିବାରୁ ହାଇକୋର୍ଟଗୁଡ଼ିକ ଶୁଣାଣିକୁ ଆଗେଇବେ ନାହିଁ। ଏହାକୁ ସମ୍ପୃକ୍ତ ହାଇକୋର୍ଟଗୁଡ଼ିକର ଦୃଷ୍ଟିକୁ ଆଣିବା ପାଇଁ ଖଣ୍ଡପୀଠ ଏନ୍‌ଟିଏର ଓକିଲଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ, ଏନ୍‌ଇଇଟି-ୟୁଜି ପରୀକ୍ଷା ବାତିଲ ସହ ପୁନର୍ବାର କରାଇବା ପାଇଁ ୩୮ଟି ପିଟିଶନ ସୁପ୍ରିମକୋର୍ଟରେ ଦାଏର ହୋଇଥିଲା। ଜୁଲାଇ ୧୧ରେ ସେଗୁଡ଼ିକର ଶୁଣାଣି ହେବାକୁ ଥିବାବେଳେ ଖଣ୍ଡପୀଠ ଏହାକୁ ଜୁଲାଇ ୧୮କୁ ଘଞ୍ଚାଇଥିଲେ। ଖଣ୍ଡପୀଠ ଇତିମଧ୍ୟରେ ଏନ୍‌ଇଇଟି ଅନିୟମିତତା ସମ୍ପର୍କିତ ସିବିଆଇ ତଦନ୍ତର ଅଗ୍ରଗତି ସମ୍ପର୍କିତ ଷ୍ଟାଟସ୍‌ ରିପୋର୍ଟ ପାଇଛନ୍ତି। ଗତ ୧୦ ତାରିଖରେ କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତରେ ଏକ ଅତିରିକ୍ତ ସତ୍ୟପାଠ ଦାଖଲ କରିଥିଲେ। ଆଇଆଇଟି ମାଡ୍ରାସ ଦ୍ୱାରା ଏନ୍‌ଇଇଟି-ୟୁଜି ପରୀକ୍ଷା ଫଳର ସମୀକ୍ଷା କରାଯାଇଥିଲା, ଯେଉଁଥିରେ ବ୍ୟାପକ ଅସାଧୁ ଉପାୟ ଅବଲମ୍ବନ ଏବଂ ଅନ୍ୟାନ୍ୟ ଅନିୟମିତତା ସମ୍ପର୍କିତ କୌଣସି ପ୍ରମାଣ ମିଳିନାହିଁ ବୋଲି କେନ୍ଦ୍ର ଅଦାଲତଙ୍କୁ ଜଣାଇଥିଲା। ମେ’ ୫ରେ ଅନୁଷ୍ଠିତ ଏହି ପରୀକ୍ଷାରେ ବ୍ୟାପକ ଅନିୟମିତତାର ପ୍ରମାଣ ମିଳିଲେ ସାନି ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇପାରିବ ବୋଲି ଜୁଲାଇ ୮ରେ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?