Posted inଜାତୀୟ

ଏନଇଇଟି ୟୁଜି ପରୀକ୍ଷା ଆଉଥରେ ହେବ ନାହିଁ! ସୁପ୍ରିମକୋଟଙ୍କ ଆସିଲା ରାୟ, ସିଜେଆଇ କହିଲେ…

ନୂଆଦିଲ୍ଲୀ,୨।୮: ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଅପେକ୍ଷା ଶେଷ ହୋଇଛି। ଏନଇଇଟି ୟୁଜି ମାମଲାରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। ମେ ୫ରେ ଅନୁଷ୍ଠିତ ଏନଇଇଟି ୟୁଜି ପରୀକ୍ଷା ବିବାଦରେ ଥିଲା। ତେବେ ଶୁକ୍ରବାର ସୁପ୍ରିମକୋର୍ଟ ରାୟ ପ୍ରକାଶ କରି କହିଛନ୍ତି, ବଡ଼ଧରଣର ପେପର ଲିକ ହୋଇନାହିଁ। କେବଳ ପାଟନା ଓ ହଜାରୀବାଗରେ ପେପର ଲିକ ହୋଇଥିଲା। ପୁନର୍ବାର ପରୀକ୍ଷା ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ସିଜେଆଇ କହିଛନ୍ତି, ମୂଲ୍ୟାଙ୍କନ କମିଟି ଅନ୍ତର୍ଭୁକ୍ତ ହେବ। ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ପରିବର୍ତ୍ତନ ହେବ। ପରୀକ୍ଷା କେନ୍ଦ୍ର ସ୍ଥାପନ ପ୍ରକ୍ରିୟା ସମୀକ୍ଷା କରିବା ସହ ପରିଚୟ ଯାଞ୍ଚ ପ୍ରକ୍ରିୟା ବଢାଇବାକୁ ଗୁରୁତ୍ୱ ଦିଆଯିବ। ଏଥିସହ କମିଟିକୁ ପରୀକ୍ଷା କେନ୍ଦ୍ରରେ ଉନ୍ନତ ସିସିଟିଭିକୁ ନେଇ ପରାମର୍ଶ ଦେଇଛନ୍ତି ଏବଂ ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ଏକ ଉତ୍ତମ ବ୍ୟବସ୍ଥା କରିବାକୁ ମଧ୍ୟ ଧ୍ୟାନ ଦେବାକୁ କହିଛନ୍ତି।

ଶୁଣାଣି ସମୟରେ କୋର୍ଟ ଏନଇଇଟିକୁ ପରୀକ୍ଷା କରିବାର ଶୈଳୀ ବଦଳାଇବାକୁ କହିଛନ୍ତି । ଖାସ କରି ପ୍ରଶ୍ନପତ୍ର ପ୍ରସ୍ତୁତ ହେବା ପରଠାରୁ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ କଡା ସୁରକ୍ଷା ଭିତରେ ରଖିବାକୁ କୋର୍ଟ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଜାଣନ୍ତୁ କେମିତି କରାଯାଇଥିଲା ହତ୍ୟା

କୋଲକାତା,୭।୫: ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନ ଫଳାଫଳ ଘୋଷଣା ପରଠାରୁ, ରାଜ୍ୟରେ ହିଂସା କମିବାର କୌଣସି ସଙ୍କେତ ଦେଖାଯାଇ ନାହିଁ। ନୂତନ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ…

ଚନ୍ଦ୍ରନାଥଙ୍କ ହତ୍ୟାକୁ ନେଇ ଏମିତି କଥା କହିଲେ ଶୁଭେନ୍ଦୁ ଅଧିକାରୀ ସଭିଏଁ ଚକିତ

କୋଲକାତା,୭।୫: ବୁଧବାର ପଶ୍ଚିମବଙ୍ଗରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ଦେଶର ରାଜନୀତିରେ ଏକ ଅନ୍ଧାକାର ଅଧ୍ୟାୟ ଯୋଡିଛି। ଭାଜପା ନେତା ଏବଂ ମୁଖ୍ୟମନ୍ତ୍ରୀ ପଦର ଦୃଢ଼ ଦାବିଦାର…

ଛଟେଇ ବିରୋଧରେ ଗର୍ଜିଲା ବିଦ୍ୟୁତ୍‌ କର୍ମଚାରୀ ସଂଘ, କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇ କହିଲା…

ବନ୍ତ,୭ା୫(କିଶୋର କୁମାର ସେଠୀ): କର୍ମଚାରୀଙ୍କୁ ଛଟେଇ କରିବା ନିଷ୍ପତ୍ତିକୁ ନେଇ ଶ୍ରମିକ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର କର୍ମଚାରୀମାନେ ପ୍ରଥମେ ବନ୍ତ ସେକ୍ସନ କାର୍ଯ୍ୟାଳୟରେ…

ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗର ବଡ଼ ସୂଚନା, ଗଡିବ ୨୦୦….

ଭୁବନେଶ୍ବର,୭।୫: ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି । ଟ୍ବିନସିଟିରେ ମେଟ୍ରୋ ନୁହେଁ, ଏହା ବଦଳରେ ଗଡିବ ୨୦୦ ଇଲେକ୍ଟ୍ରିକ୍…

ସସ୍ପେନ୍ସ ଶେଷ, ଗ୍ରୀନ୍‌ ସିଗ୍‌ନାଲ୍‌ ଦେଲେ ରାଜ୍ୟପାଳ: ଏହି ଦିନ ଶପଥ ନେବେ ଥଲାପତି ବିଜୟ!

ଚେନ୍ନାଇ,୭।୫: ତାମିଲନାଡୁରେ ନୂତନ ସରକାର ଗଠନ ନେଇ ସସ୍ପେନ୍ସ ଶେଷ ହୋଇଥିବା ପରି ମନେ ହେଉଛି। ଟିଭିକେ ମୁଖ୍ୟ ବିଜୟ ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ…

ଏହି ଦିନ ଆସାମରେ ଶପଥ ନେବେ ନୂଆ ସରକାର, ଯୋଗଦେବେ ପ୍ରଧାନମନ୍ତ୍ରୀ

ଗୁଆହାଟୀ,୭।୫: ଆସାମରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ମେ ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଗୁଆହାଟୀର ଖାନାପାରାସ୍ଥିତ ଭେଟେନାରୀ ଫିଲ୍ଡରେ ଅନୁଷ୍ଠିତ ହେବ…

ବଙ୍ଗରେ ଭାଜପା ସରକାର ଗଠନରେ ବାଧା ସୃଷ୍ଟି କରିବା ପାଇଁ ଏହି ଯୋଜନା କଲେ ମମତା, ଚିନ୍ତାରେ ପଡିଲା ଭାଜପା

କୋଲକାତା,୭।୫: ପଶ୍ଚିମବଙ୍ଗରେ ୨୦୭ ଆସନରେ ବିପୁଳ ବିଜୟ ପରେ, ଭାରତୀୟ ଜନତା ପାର୍ଟି (ଭାଜପା) ନୂତନ ସରକାର ଗଠନ ପାଇଁ ମେ ୯ ତାରିଖକୁ ତାରିଖ ଭାବରେ…

ବାଇକ୍‌ ଆରୋହୀଙ୍କୁ ଧକ୍କାଦେଇ ଓଲଟି ପଡ଼ିଲା ଟ୍ୟାଙ୍କର, ଚାଲିଗଲା ଜଣଙ୍କ ଜୀବନ

ସଇଁତଳା,୭ା୫(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଦେଇ ଯାଇଥବା ବଲାଙ୍ଗୀର-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଟ୍ୟାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri