Posted inଜାତୀୟ

ଏନ୍‌ଡିଏକୁ ୩୧୮ ଆସନ ମିଳିବ

ନୂଆଦିଲ୍ଲୀ,୩୧ା୭ : ଏବେ ଯଦି ଲୋକ ସଭା ନିର୍ବାଚନ ହୁଏ, ତେବେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ୩୧୮ ଆସନ ସହ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବ। ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ କଂଗ୍ରେସ ନେତୃତାଧୀନ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ୧୭୫ ଆସନ ପାଇବ ବୋଲି ଇଣ୍ଡିଆ ଟିଭି-ସିଏନ୍‌ଏକ୍ସ ଜନମତ ସର୍ଭେରେ ଆକଳନ କରାଯାଇଛି। ଏହା ବ୍ୟତୀତ ଅନ୍ୟାନ୍ୟ ଆଞ୍ଚଳିକ ଦଳ ଓ ସ୍ବାଧୀନ ପ୍ରାର୍ଥୀ ୫୦ ଆସନ ପାଇପାରନ୍ତି। ଅନ୍ୟପକ୍ଷରେ ନିମ୍ନ ସଦନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପାର ଆସନ ସଂଖ୍ୟା ୩୦୩ରୁ ୨୯୦କୁ ହ୍ରାସ ପାଇବାକୁ ଥିବାବେଳେ କଂଗ୍ରେସ ଆସନ ସଂଖ୍ୟା ୫୨ରୁ ୬୬କୁ ବୃଦ୍ଧି ପାଇବ ବୋଲି ଜନମତ ସର୍ଭେରେ ପୂର୍ବାନୁମାନ କରାଯାଇଛି।
ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳର ଲୋକ ସଭା ଆସନ ସଂଖ୍ୟା ୧୨ରୁ ୧୩କୁ ବଢ଼ିବାକୁ ଥିବାବେଳେ ଭାଜପାକୁ ୮ ଆସନ ମିଳିବ। ରାଜ୍ୟରେ ଅନ୍ୟ କୌଣସି ଦଳ ଖାତା ଖୋଲିପାରିବେ ନାହିଁ ବୋଲି ଜନମତ ସର୍ଭେରେ କୁହାଯାଇଛି। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଲୋକ ସଭାରେ ୨୨ ଆସନ ଥିବାବେଳେ ଏହା ୨୯ ଆସନକୁ ବୃଦ୍ଧି ପାଇବ। ଟିଏମ୍‌ସି ଲୋକ ସଭାରେ ତୃତୀୟ ବୃହତ୍‌ ଦଳ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଗତ ଥର ୨୨ ଆସନ ପାଇଥିବା ଆନ୍ଧ୍ରପ୍ରଦେଶର ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଏଥର ୧୮ ଆସନକୁ ଖସି ଚତୁର୍ଥ ବୃହତ୍‌ ଦଳ ହେବ। ଉଦ୍ଧବ ଠାକ୍‌ରେଙ୍କ ଶିବସେନା (ୟୁବିଟି)ର ଆସନ ସଂଖ୍ୟା ୬ରୁ ୧୧କୁ ବୃଦ୍ଧି ପାଇବାକୁ ଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟିର ଲୋକ ସଭାରେ ଏବେ ଗୋଟିଏ ଆସନ ଥିବାବେଳେ ଏହା ୧୦କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନାର ଆସନ ସଂଖ୍ୟା ୧୨ରୁ ୨କୁ ହ୍ରାସ ପାଇପାରେ।
ଏବେ ନିର୍ବାଚନ ହେଲେ ଉତ୍ତରପ୍ରଦେଶର ୮୦ ଆସନରୁ ଏନ୍‌ଡିଏକୁ ୭୩ ଆସନ ମିଳିପାରେ। ରାଜ୍ୟର ଅବଶିଷ୍ଟ ୭ ଆସନ ଇଣ୍ଡିଆ ମେଣ୍ଟକୁ ଯିବ ବୋଲି ଆକଳନ କରାଯାଇଛି। ଭାଜପା ଗୁଜରାଟର ସମସ୍ତ ୨୬ ଏବଂ ଉତ୍ତରାଖଣ୍ଡର ସମସ୍ତ ୫ ଆସନ ପୋଛିନେବ। କର୍ନାଟକରୁ ଇଣ୍ଡିଆ ମେଣ୍ଟକୁ ୭ ଏବଂ ଜେଏସଏସ୍‌କୁ ଗୋଟିଏ ଆସନ ମିଳିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ଅନ୍ୟ ପକ୍ଷରେ ଇଣ୍ଡିଆ ମେଣ୍ଟ କେରଳର ସମସ୍ତ ୨୦ ଲୋକ ସଭା ଆସନ ଜିତିବାକୁ ଥିବାବେଳେ ପଶ୍ଚିମବଙ୍ଗରେ ଟିଏମ୍‌ସି ନେତୃତ୍ୱାଥୀନ ଇଣ୍ଡିଆ ମେଣ୍ଟ ୪୨ରୁ ୩୦ ଆସନ ଜିତିବ। ଅବଶିଷ୍ଟ ୧୨ ଆସନ ଏନ୍‌ଡିଏକୁ ଯିବ ବୋଲି ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri