Posted inଜାତୀୟ

ଭାଜପାରେ ସହ ହାତ ମିଳାଇବ ନାହିଁ ଏନସିପି,ପାୱାର ଉଦ୍ଧବଙ୍କୁ ଦେଇଛନ୍ତି ଆଶ୍ୱାସନା: ସଞ୍ଜୟ ରାଉତ…

ମୁମ୍ବାଇ,୧୬।୪ : ଏନସିପିରେ ବିବାଦ ଦେଖାଦେଇଥିବା ବେଳେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି। ଶରଦ ପାୱାର ଉଦ୍ଧବ ଠାକରେଙ୍କୁ ଆଶ୍ୱାସନା ଦେଇଛନ୍ତିୁ ହୁଏତ କିଛି କିଛି ନେତା ଦଳ ଛାଡିଲେ ମଧ୍ୟ ଏନସିପି ଭାଜପା ସହ ହାତ ମିଳାଇବ ନାହିଁ। ଶିବସେନା ମୁଖପତ୍ର ସାମାନାରେ ପ୍ରକାଶିତ ତାଙ୍କର ସାପ୍ତାହିକ ସ୍ତମ୍ଭ ରୋକଠୋକରେ ରାଉତ ଲେଖିଛନ୍ତି, ଉଦ୍ଧବ ଏବଂ ପାୱାର ମଙ୍ଗଳବାର ଦିନ ପରସ୍ପରକୁ ସାକ୍ଷାତ କରିଥିଲେ।

ପାୱାର କହିଛନ୍ତି, ଦଳ ଛାଡିବାକୁ କେହି ଚାହୁଁ ନାହାଁନ୍ତି କିନ୍ତୁ ସେମାନଙ୍କ ପରିବାରକୁ ଟାର୍ଗେଟ କରାଯାଉଛି। ରାଉତ କହିଛନ୍ତି, ମହାରାଷ୍ଟ୍ରର ଲୋକମାନେ ବର୍ତ୍ତମାନର ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଭଜପା ସହିତ ଯାଉଥିବା ରାଜନେତାମାନଙ୍କର ରାଜନୈତିକ ମୃତ୍ୟୁ ଘଟିବ ବୋଲି ଉଭୟ ଉଦ୍ଧବ ଏବଂ ପାଓ୍ବାର କହିଛନ୍ତି। ପାୱାର ଉଠାଇଥିବା ଏକ ପ୍ରସଙ୍ଗକୁ ନେଇ ରାଉତ କହିଛନ୍ତି। ଏନସିପି ମୁଖ୍ୟ କହିଛନ୍ତି, ଯେଉଁମାନେ ଭାଜପାକୁ ଭୟ କରି ଦଳକୁ ବିଦାୟ ଦେଇଛନ୍ତି ମୁଁ ସେମାନଙ୍କୁ କହିବାକୁ ଚାହେଁ, ଯଦି ଆପଣ ଭାଜପାରେ ଯୋଗ ଦିଅନ୍ତି ତେବେ ଆପଣଙ୍କ ଫାଇଲ ଆଲମୀରାକୁ ଚାଲିଯିବ। କିନ୍ତୁ ଏହି ଇଡି-ସିବିଆଇ ଫାଇଲଗୁଡିକ କେବେ ବନ୍ଦ ହେବ ନାହିଁ।

ଏକ ନ୍ୟୁଜ ଏଜେନ୍ସି ଖବର ଅନୁଯାୟୀ ସଞ୍ଜୟ ରାଉତ କହିଛନ୍ତି, ଭାଜପା ସିଜିନ ୨ରେ କାମ କରୁଛି। ସିଜିନ-୧ରେ ଶିବସେନାରେ ଫାଟ ସୃଷ୍ଟି କରାଯାଇ ଏହାର ବିଭାଜନ ହୋଇଥିଲା। ବର୍ତ୍ତମାନ ସିଜିନ-୨ରେ ଏନସିପିକୁ ଭାଙ୍ଗିବାକୁ ପ୍ରସ୍ତୁତି ଚାଲିଛି। କିଛି ଦଳ ବିଶ୍ୱାସ କରନ୍ତି, କୌଣସି ଦଳ ଭାଙ୍ଗିବା ହେଉଛି ଗଣତନ୍ତ୍ର। ଭାରତର ଗଣତନ୍ତ୍ର କିପରି ଚୂର୍ଣ୍ଣ ହେଉଛି ତାହା ଆମେ ପ୍ରତିଦିନ ଦେଖୁଛୁ। ପୂର୍ବରୁ ଭୋଟରଙ୍କୁ କିଣାଯାଉଥିଲା କିନ୍ତୁ ବର୍ତ୍ତମାନ ବିଧାୟକ ଏବଂ ଏମପିଙ୍କୁ କିଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri