Posted inଜାତୀୟ

ଭାଜପାରେ ଯୋଗ ଦେବେ ଅଜିତ ପାଓ୍ବାର!

ମୁମ୍ବାଇ,୧୮।୪: ମହାରାଷ୍ଟ୍ର ରାଜନୀତିରେ ପୁଣି ଉଷ୍ମତା ଦେଖାଦେଇଛି। ଶୁଣିବାକୁ ମିଳୁଛି କି ଅଜିତ ପାଓ୍ବାର ଭାରତୀୟ ଜନତା ପାର୍ଟି(ଭାଜପା) ସହ ଯାଇ ପାରନ୍ତି। ଅଜିତଙ୍କ ସହ ୧୧-୧୨ ବିଧାୟକ ରହିଛନ୍ତି। ଅଜିତଙ୍କୁ ନେଇ ଅନୁମାନ କରାଯାଉଛି କି ମହାରାଷ୍ଟ୍ର ରାଜନୀତିରେ ବଡ ଧରଣର ଅଦଳ ବଦଳ ହୋଇପାରେ। ମହାରାଷ୍ଟ୍ରରେ ଏବେ ଏକନାଥ ସିନ୍ଦେଙ୍କ ସରକାର ରହିଛନ୍ତି। ଅଜିତ ପାଓ୍ବାର ଭାଜପାରେ ସାମିଲ ହେବା ଅନୁମାନ କରାଯାଉଥିବା ଭିତରେ ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ ବି ବଡ ଦାବି କରିଛନ୍ତି। ସୁପ୍ରିୟା କହିଛନ୍ତି, ଆସନ୍ତା ୨ ସପ୍ତାହ ମଧ୍ୟରେ ବଡ ଧରଣର ରାଜାନୈତିକ ବିସ୍ଫୋରଣ ହେବ।
ସୁପ୍ରିୟାଙ୍କ ଏହି ଦାବି କରେ ମହାରାଷ୍ଟ୍ର ରାଜନୀତିରେ ଭୂକମ୍ପ ଆସିବାର ଭବିଷ୍ୟବାଣୀ କରାଯାଉଛି। ଯେତେବେଳେ ଅଜିତ ପାଓ୍ବାର କେଉଁଠି ଅଛନ୍ତି ବୋଲି ସୁପ୍ରିୟାଙ୍କୁ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ, ଆପଣ ତାଙ୍କ ପଛରେ ଯାଆନ୍ତୁ ସେ କେଉଁଠି ଅଛନ୍ତି ଆପଣ ଜାଣି ପାରିବେ। ରାଜ୍ୟରେ ଆନକ ସମସ୍ୟା ରହିଛି, କିଛି କାମ ହେଉନାହିଁ, ସେଥିପାଇଁ ଅଜିତ ପାଓ୍ବାର କିଛି କାର୍ଯ୍ୟକ୍ରମକୁ ରଦ୍ଦ କରି ଦେଇଛନ୍ତି। ସୁପ୍ରିୟା ଆହୁରି ମଧ୍ୟ କହିଛନ୍ତି କିଛି କାର୍ଯ୍ୟକ୍ରମକୁ ରଦ୍ଦ କରିଦେଲେ କିଛି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

ସରିଲା ଗୋଲାପ ଦିଆନିଆ, ଆଜି ପ୍ରପୋଜ୍‌

ଭୁବନେଶ୍ୱର,୮।୨(ସୌମ୍ୟରଞ୍ଜନ ରାଉତ): ଭାଲାଣ୍ଟାଇନ୍‌ ଡେ’ର ପ୍ରଥମ ପାହାଚ ରୋଜ୍‌ ଡେ’ ପାଇଁ ଶନିବାର ଚଳଚଞ୍ଚଳ ହୋଇଉଠିଥିଲା ରାଜଧାନୀ। ପରସ୍ପରକୁ ଗୋଲାପ ଦେଇ ଶୁଭେଚ୍ଛା ଜଣାଇଥିଲେ ପ୍ରେମୀଯୁଗଳ। ହଷ୍ଟେଲ୍‌ଗୁଡିକରେ…

Video: ଦର୍ଶକଙ୍କ ମନ ଚୋରି କଲେ ନୋରା, ବାନ୍ଧି ରଖିଲେ ବାଦଶାହା

ନୂଆଦିଲ୍ଲୀ,୮।୨: ଟି-୨୦ ବିଶ୍ୱକପ ୨୦୨୬ ଶନିବାର, ଫେବୃଆରୀ ୭ରେ ଆରମ୍ଭ ହୋଇଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯାଇଥିଲା, ଯେଉଁଥିରେ ଟିମ ଇଣ୍ଡିଆ ଏବଂ ଆମେରିକା…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ବିଦେଶରେ ଭାରତୀୟ ଛାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ

ମସ୍କୋ,୮।୨: ଋଷର ବାଶକୋର୍ଟୋସ୍ତାନ ଗଣରାଜ୍ୟରେ ଶନିବାର ବିଦେଶୀ ଛାତ୍ରଙ୍କ ପାଇଁ ଏକ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଛୁରୀ ଆକ୍ରମଣରେ ଚାରି ଜଣ ଭାରତୀୟ ଛାତ୍ରଙ୍କ ସମେତ ଛଅ ଜଣ…

ଅବ୍ୟବସ୍ଥା ଘେରରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛାତ୍ରାବାସରୁ ଛାତ୍ର ନିଖୋଜ

ଦାରିଙ୍ଗବାଡି, ୮।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁଣି ଆଉ ଏକ ଅଘଟଣ ଘଟିଛି । ଜଣେ ନବମ ଶ୍ରେଣୀ…

ମାର୍ଚ୍ଚ ପୂର୍ବରୁ ବୋତୋସ୍ବାନାରୁ ଆସିବେ ଚିତା

ନୂଆଦିଲ୍ଲୀ,୮|୨(ପି.ଟି.): ବୋତୋସ୍ବାନାରୁ ପ୍ରଥମ ପର୍ଯ୍ୟାୟରେ କେତେକ ଚିତାବାଘ ଚଳିତ ମାସ ଶେଷ ସୁଦ୍ଧା ଭାରତରେ ଆସି ପହଞ୍ଚତ୍ବେ ବୋଲି ଆଶା କରାଯାଉଥିବା କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri