Posted inଜାତୀୟ

ବହିରୁ ‘ଇଣ୍ଡିଆ’ ହଟାଇ ‘ଭାରତ’ ରଖାଯାଉ

୨୦୨୩ ଜୁଲାଇ ୧୮ରେ ୨୭ ବିରୋଧୀ ଦଳ ଏକାଠି ହୋଇ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲ୍ୟୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ନାମରେ ଏକ ବ୍ଲକ୍‌ ଗଠନ କରିବା ପରଠୁ ଭାଜପା ନେତା ଓ କେନ୍ଦ୍ରୀୟ ମନ୍ତ୍ରୀମାନେ ଏହି ଶବ୍ଦ ଉଚ୍ଚାରଣ କରୁନାହାନ୍ତି। ଜି୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମଫଳକରେ ‘ପ୍ରାଇମ୍‌ ମିନିଷ୍ଟର ଅଫ୍‌ ଭାରତ’ ଲେଖାଯାଇଥିଲା। ଫଳରେ ସରକାର ଦେଶର ନାମ କେବଳ ‘ଭାରତ’ ରଖିବା ପାଇଁ ଯୋଜନା କରୁଥିବା ଚର୍ଚ୍ଚା ହୋଇଥିଲା। ଏହି ବିବାଦ ନ ଥମୁଣୁ ସ୍କୁଲ ପାଠ୍ୟକ୍ରମରୁ ‘ଇଣ୍ଡିଆ’ ଶବ୍ଦ ହଟାଇ ‘ଭାରତ’ ଉଲ୍ଲେଖ କରିବା ପାଇଁ ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ (ଏନ୍‌ସିଇଆର୍‌ଟି)ର ଏକ କମିଟି ସୁପାରିସ କରି ନୂଆ ବିତର୍କକୁ ଜନ୍ମ ଦେଇଛି।

ନୂଆଦିଲ୍ଲୀ,୨୬ା୧୦: ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ସ୍କୁଲଗୁଡ଼ିକର ସବୁ ଶ୍ରେଣୀରେ ପଢ଼ାଯାଉଥିବା ପୁସ୍ତକରୁ ଦେଶର ନାମ ‘ଇଣ୍ଡିଆ’କୁ ହଟାଇ ‘ଭାରତ’ ଉଲ୍ଲେଖ କରାଯିବା ଉଚିତ ବୋଲି ସାମାଜିକ ବିଜ୍ଞାନ ଉପରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ସୁପାରିସ କରିଛି। ପାଠ୍ୟକ୍ରମରେ ‘ପ୍ରାଚୀନ ଇତିହାସ’ ପରିବର୍ତ୍ତେ ‘ଶାସ୍ତ୍ରୀୟ ଇତିହାସ’ ପଢ଼ାଯିବା ସହ ସମସ୍ତ ଶ୍ରେଣୀରେ ଇଣ୍ଡିଆନ୍‌ ନଲେଜ୍‌ ସିଷ୍ଟମ୍‌ (ଆଇକେଏସ୍‌)କୁ ସାମିଲ କରିବା ପାଇଁ ଉକ୍ତ ପ୍ୟାନେଲ ପ୍ରସ୍ତାବ ଦେଇଥିବା କମିଟି ଅଧ୍ୟକ୍ଷ ସି.ଆଇ. ଇସାକ୍‌ କହିଛନ୍ତି। ତେବେ ଏହି ସୁପାରିସ ଉପରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତେଣୁ ଏନେଇ ଏବେଠୁ କିଛି କହିବା ଉଚିତ ହେବନାହିଁ ବୋଲି ଏନ୍‌ସିଇଆର୍‌ଟି ମୁଖ୍ୟ ଦୀନେଶ ସାକ୍‌ଲାନି ସୂଚନା ଦେଇଛନ୍ତି।
ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ହିଷ୍ଟୋରିକାଲ ରିସର୍ଚ୍ଚ (ଆଇସିଏଚ୍‌ଆର୍‌) ସଦସ୍ୟ ଥିବା ଐତିହାସିକ ତଥା ଇସାକ୍‌ ଆହୁରି କହିଛନ୍ତି, ସବୁ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଠ୍ୟପୁସ୍ତକରେ ଦେଶର ନାମକୁ ସଂଶୋଧନ କରି ‘ଭାରତ’ ରଖାଯିବା ଉପରେ କମିଟି ସର୍ବସମ୍ମତି କ୍ରମେ ସୁପାରିସ କରିଛି। ଇଷ୍ଟ୍‌ ଇଣ୍ଡିଆ କମ୍ପାନୀ ପ୍ରତିଷ୍ଠା ଏବଂ ୧୭୫୭ ପଲାସୀ ଯୁଦ୍ଧ ପରଠୁ ‘ଇଣ୍ଡିଆ’ ଶବ୍ଦର ବ୍ୟବହାର କରାଯାଇଆସୁଛି। କିନ୍ତୁ ଭାରତ ଏକ ପୁରୁଣା ନାମ, ଯାହାକି ପ୍ରାଚୀନ ଲିପିଗୁଡ଼ିକରେ ରହିଛି। ୭,୦୦୦ ବର୍ଷ ପୁରୁଣା ବିଷ୍ଣୁ ପୁରାଣରେ ମଧ୍ୟ ‘ଭାରତ’ ଉଲ୍ଲେଖ କରାଯାଇଛି। ସେହିପରି ବିଭିନ୍ନ ଯୁଦ୍ଧରେ ‘ହିନ୍ଦୁଙ୍କ ବିଜୟ’କୁ ମଧ୍ୟ ପୁସ୍ତକଗୁଡ଼ିକରେ ପ୍ରାଧାନ୍ୟ ଦେବାକୁ ସୁପାରିସ କରାଯାଇଛି। ବ୍ରିଟିଶମାନେ ଭାରତୀୟ ଇତିହାସକୁ ପ୍ରାଚୀନ, ମଧ୍ୟଯୁଗୀୟ ଓ ଆଧୁନିକ ବର୍ଗରେ ୩ ଭାଗ କରିଦେଇଥିଲେ। ଭାରତ ଅନ୍ଧାରରେ ରହି ବୈଜ୍ଞାନିକ ଜ୍ଞାନ ଓ ପ୍ରଗତି ସମ୍ପର୍କରେ ଅଜ୍ଞ ବୋଲି ଏଥିରେ ଦର୍ଶାଯାଇଛି। ତେଣୁ ପ୍ରତ୍ୟେକ ସ୍କୁଲରେ ଭାରତୀୟ ଇତିହାସର ଶାସ୍ତ୍ରୀୟ ଯୁଗ ସହିତ ମଧ୍ୟଯୁଗୀୟ ଓ ଆଧୁନିକ ଇତିହାସ ପଠାଇବାକୁ ଆମେ ପ୍ରସ୍ତାବ ଦେଇଛୁ।
ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ୨୦୨୦ ଅନୁସାରେ ଏନ୍‌ସିଇଆର୍‌ଟି ସୁଲ ଟେକ୍ସଟବୁକ୍‌ଗୁଡ଼ିକର ସମୀକ୍ଷା କରୁଛି। ନିକଟରେ ଏହି ପରିଷଦ ୧୯ ସଦସ୍ୟ ବିଶିଷ୍ଟ ଏକ ନ୍ୟାଶନାଲ ସିଲାବସ୍‌ ଆଣ୍ଡ ଲର୍ନିଂ ମ୍ୟାଟେରିଆଲ କମିଟି (ଏନ୍‌ଏସ୍‌ଟିସି) ଗଠନ କରିଛି। ଶ୍ରେଣୀଗୁଡ଼ିକରେ ପିଲାଙ୍କୁ ଦିଆଯାଉଥିବା ବହି ଓ ପଢ଼ା ସାମଗ୍ରୀଗୁଡ଼ିକ ଯାଞ୍ଚ କରିବା ହେଉଛି ଏହାର ଉଦ୍ଦେଶ୍ୟ। ସେହିପରି ସବୁ ଶ୍ରେଣୀରେ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଆଇକେଏସ୍‌)କୁ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ କମିଟି ସୁପାରିସ କରିଛି। ଏନେଇ ଏନ୍‌ସିଇଆର୍‌ଟି ଡାଇରେକ୍ଟର ଦୀନେଶ ପ୍ରସାଦ ସାକ୍‌ଲାନି କହିଛନ୍ତି, ସୋସିଆଲ ସାଇନ୍ସ ପ୍ୟାନେଲର ପ୍ରସ୍ତାବକୁ ଏଯାଏ ଅନୁମୋଦନ କରାଯାଇନାହିଁ। ନ୍ୟାଶନାଲ କରିକୁଲମ୍‌ ଫ୍ରେମ୍‌ଓ୍ବାର୍କ (ଏନ୍‌ସିଏଫ୍‌) ହେଉଛି ପାଠ୍ୟଖସଡ଼ା ପାଇଁ ଆନୁଷ୍ଠାନିକ ଦସ୍ତାବିଜ। ଦେଶର ନାମ ପରିବର୍ତ୍ତନ କରାଯିବା ଉଚିତ ବୋଲି ଏନ୍‌ସିଏଫ୍‌ର କୌଣସି ସ୍ଥାନରେ ଉଲ୍ଲେଖ କରାଯାଇନାହିଁ। ଏହା କେବଳ ଗୁଜବ। ଯିଏ ଏପରି ଦାବି କରୁଛନ୍ତି, ସେ ତା’ର ପ୍ରମାଣ ଦେଖାଇବା ଉଚିତ।
ଉକ୍ତ ୭ ଜଣିଆ କମିଟିର ଅନ୍ୟ ସଦସ୍ୟମାନେ ହେଲେ ଆଇସିଏତ୍‌ଆର୍‌ ଅଧ୍ୟକ୍ଷ ରଘୁବେନ୍ଦ୍ର ତନଓ୍ବର, ବନ୍ଦନା ମିଶ୍ର, ଜେଏନ୍‌ୟୁ ପ୍ରଫେସର ବସନ୍ତ ଶିନ୍ଦେ, ଡେକାନ କଲେଜ ଡିମ୍‌ଡ ୟୁନିଭର୍ସିଟିର ପୂର୍ବତନ କୁଳପତି ଏବଂ ହରିୟାଣାର ଏକ ସରକାରୀ ସ୍କୁଲରେ ସମାଜବିଜ୍ଞାନ ପଢ଼ାଉଥିବା ମମତା ଯାଦବ ରହିଛନ୍ତି। ପ୍ରକାଶ ଯେ, କେନ୍ଦ୍ର ସରକାର ଜି୨୦ ସମ୍ମିଳନୀ ପାଇଁ ଛାପିଥିବା ନିମନ୍ତ୍ରଣ ପତ୍ରରେ ପ୍ରଥମ ଥର ପାଇଁ ସରକାରୀ ଭାବେ ଭାରତ ନାମ ବ୍ୟବହାର କରିଥିଲେ। ସେଥିରେ ‘ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଲେଖାଯାଇଥିଲା।
ଏ ସମ୍ପର୍କରେ ଜଟଣୀସ୍ଥିତ ନାଇଜରର ପ୍ରାଧ୍ୟାପକ ଅମରେନ୍ଦ୍ର ଦାସ କହିଛନ୍ତି, ବିଦେଶୀ ଛାପକୁ ହଟାଇବା ପାଇଁ ପୂର୍ବରୁ ଅଧିକାଂଶ ରାଜ୍ୟଗୁଡ଼ିକ ନିଜ ରାଜ୍ୟର ନାମ(ଉଚ୍ଚାରଣ) ପରିବର୍ତ୍ତନ କରିସାରିଛନ୍ତି। ସେହିଭଳି ଆମ ଦେଶର ନାମକୁ ‘ଭାରତ’ ବୋଲି ପରିଚୟ ଦେବାରେ କୌଣସି ଆପତ୍ତି ନୁହେଁ ବୋଲି ମୁଁ ଭାବୁଛି। ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ। ତେଣୁ ଶିକ୍ଷା କ୍ଷେତ୍ରରୁ ‘ଭାରତ’ ନାମ ଉଚ୍ଚାରଣ କରିବା ଅଭ୍ୟାସ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ଚିନ୍ତା କରିଥାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri