ଭାରତକୁ ପ୍ରଶଂସା କଲେ ନଓ୍ବାଜ, କହିଲେ ପଡୋଶୀ ଦେଶ ଚନ୍ଦ୍ରରେ ପହଞ୍ଚିଥିବାବେଳେ ପାକିସ୍ତାନ ଭୂମିରୁ ଉଠିନାହିଁ…

ଇସଲାମାବାଦ,୨୧।୧୨ : ପାକିସ୍ତାନର ଆର୍ଥିକ ଅବସ୍ଥା କାହାଠାରୁ ଲୁଚି ରହିନାହିଁ। ପ୍ରତିଦିନ ସାହାଯ୍ୟକାରୀ ଦେଶ ସହାୟତା କରୁଛନ୍ତି। ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଆମ ଚାରିପାଖରେ ଥିବା ଦେଶମାନେ ଚନ୍ଦ୍ରରେ ପହଞ୍ଚିଛନ୍ତି, କିନ୍ତୁ ପାକିସ୍ତାନ ଏପର୍ଯ୍ୟନ୍ତ ଭୂମିରୁ ଉଠିନାହିଁ।
ନୱାଜ ସରିଫ ଇସଲାମାବାଦରେ ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) କର୍ମୀଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି।

ଦେଶର ଭୟଙ୍କର ଆର୍ଥିକ ସ୍ଥିତିକୁ ସୂଚାଇ ସେ କହିଛନ୍ତି, ’ଆମର ପଡ଼ୋଶୀମାନେ ଚନ୍ଦ୍ରରେ ପହଞ୍ଚିଛନ୍ତି, କିନ୍ତୁ ଆମେ ଏପର୍ଯ୍ୟନ୍ତ ଭୂମିରୁ ଉଠିବାରେ ସକ୍ଷମ ହୋଇ ନାହୁଁ। ଏହା ଏହିପରି ଆଉ ଚାଲିବ ନାହିଁ। ଆମର ନିଜ ପତନ ପାଇଁ ଆମେ ଦାୟୀ, ନଚେତ ଏହି ପାକିସ୍ତାନ ଏକ ଭିନ୍ନ ସ୍ଥାନରେ ପହଞ୍ଚିଥାନ୍ତା ।

ଶରିଫ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ୨୦୧୩ ମସିହାରେ ଦେଶରେ ବିଦ୍ୟୁତ ଲୋଡ ଶେଡିଂ ସମ୍ମୁଖୀନ ହୋଇଥିଲା। ଆମେ ଏହାକୁ ଏହାକୁ ସମାପ୍ତ କରିଥିଲୁ। ସମଗ୍ର ଦେଶରୁ ଆତଙ୍କବାଦକୁ ହଟାଇ ଦେଇଥିଲୁ। ଏହା ବ୍ୟତୀତ କରାଚିରେ ଶାନ୍ତି ସ୍ଥାପିତ ହୋଇଥିଲା, ରାଜପଥ ନିର୍ମାଣ କରାଯାଇଥିଲା, ସିପିଇସି ଆସିଥିଲା ଏବଂ ବିକାଶ ତଥା ସମୃଦ୍ଧିର ଏକ ନୂତନ ଯୁଗ ଆରମ୍ଭ ହୋଇଥିଲା ।

ଯଦି ଦେଶ ବିକାଶ କରିବାକୁ ଚାହୁଁଛି ତେବେ ମହିଳାଙ୍କ ବିକାଶକୁ ପ୍ରାଥମିକତା ଦେବା ଉଚିତ। ମହିଳାମାନଙ୍କୁ ବିକାଶ ପାଇଁ ସମାନ ଅଂଶୀଦାର ହେବାକୁ ପଡ଼ିବ, ମହିଳାମାନଙ୍କୁ ମଧ୍ୟ ଏହି ଦେଶର ସେବାରେ ପୁରୁଷମାନଙ୍କ ସହିତ କାମ କରିବାକୁ ପଡ଼ିବ ବୋଲି ନଓ୍ବାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଚେତାବନୀ ଜାରି

ନୂଆଦିଲ୍ଲୀ,୨୪।୩: ଓସେନିଆର ଟୋଙ୍ଗା ଅଞ୍ଚଳ ନିକଟରେ ନିଆଫୁରେ ଏକ ଶକ୍ତିଶାଳୀ ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଆମେରିକାର ଭୂତତ୍ତ୍ୱ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri