କର୍ଲାମୁଣ୍ଡା:୨୫।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗା ପୂଜା କମିଟି ପକ୍ଷରୁ ସୋମବାରଠାରୁ ସାର୍ବଜନୀନ ଦୁର୍ଗା ପୂଜା ନବରାତ୍ର ଆରମ୍ଭ ହୋଇଯାଇଛି। ମା’ଙ୍କ ପୂଜା ସୋମବାର ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖରେ ଭଷାଣି ଉତ୍ସବ ରହିଛି।
ପୂଜାରେ ମୁଖ୍ୟ ପୂଜକ ଭାବେ ପଣ୍ଡିତ ନୃସିଂହ ଚରଣ ଦାଶ ରହିଥିବା ବେଳେ ଯଜ୍ଞ କର୍ତ୍ତା ସତ୍ୟନାରାୟଣ ସାହୁ ଏବଂ ତାଙ୍କ ସ୍ତ୍ରୀ ସୈରେନ୍ଦ୍ରୀ ସାହୁ ରହିଛନ୍ତି। ପୂଜାର ସୁପରିଚାଳନା ପାଇଁ ପୂଜା କମିଟି ସଭାପତି ଭାବେ ଦେବେନ୍ଦ୍ର ସାହୁ, ସମ୍ପାଦକ ଚନ୍ଦ୍ରଭାନୁ ସାହୁ ରହିଥିବା ପୂଜା କମିଟି ସଭ୍ୟ କୁଞ୍ଜ ସାହୁ ସୂଚନା ଦେଇଛନ୍ତି।
ତେବେ ଚଳିତ ବର୍ଷ ପୂଜା କମିଟି ପକ୍ଷରୁ ତୁଳସୀ ରାମାୟଣ ପାରାୟଣ ସହିତ ରାବଣ ରାଜ ଦରବାର କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ରହିଛି। ବ୍ଲକ ସଦରରେ ଦୁଇଟି ସ୍ଥାନରେ ଦୁର୍ଗା ପୂଜା ହେଉଥିବାରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ପୋଲିସ ପାଇଁ ଏକ ଚାଲେଞ୍ଜ ହେଇପାରେ ବୋଲି ଚର୍ଚ୍ଚା ହେଉଛି।


