ନବୀନଙ୍କ ବୟାନ, ପୁଣି ପାଣ୍ଡିଆନଙ୍କ ବଢାଇଲା ଚର୍ଚ୍ଚା, ଏବେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୦।୪: ଓ୍ବକଫ୍‌ ପ୍ରସଙ୍ଗ ପରେ ଏବେ ବିଜେଡିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଓ୍ବକଫ୍‌ ବିଲ୍‌କୁ ନେଇ ବିଜେଡି ଏମପିଙ୍କ ମଧ୍ୟରେ ଯେଉଁ ମତଭେଦ ଦେଖାଦେଇଥିଲା ତାହା ଏବେ ଉଗ୍ରରୂପ ନେଇଛି। ପ୍ରଥମେ ସସ୍ମିତଙ୍କୁ ନେଇ ଯେତିକି ଜୋର୍‌ରେ ଚର୍ଚ୍ଚା ହେଉଥିଲା ଏବେ ପୁଣି ପାଣ୍ଡିଆନ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି। ପାଣ୍ଡିଆନ ଏଥିପାଇଁ ଚର୍ଚ୍ଚାକୁ ଆସିଛନ୍ତି କାରଣ ଦେବାଶିଷ ସାମନ୍ତରାୟଙ୍କ ଠାରୁ ଆରମ୍ଭ କରି ବିଜେଡିର ବହୁ ଶୀର୍ଷ ନେତା ପ୍ରତ୍ୟକ୍ଷ ଓ ପରୋକ୍ଷରେ ବିଜେଡିରେ ଏପରି ଦ୍ୱନ୍ଦ୍ୱ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି। ସ୍ଥିତି ଏମିତି ହେଲା ଯେ, ନିକଟରେ ଦେବାଶିଷଙ୍କୁ ନିଜ ଦଳର ଏମପିମାନେ ଘେରିଛନ୍ତି। ଏଥିପାଇଁ ଘେରିଲେ ଯେ, ଦେବାଶିଷ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ।

Naveen Patnaik Backs VK Pandian: ଏସବୁ ଭିତରେ ପାଣ୍ଡିଆନଙ୍କୁ କ୍ଲିନଚିଟ୍‌ ଦେବାକୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବାହାରି ଆସିଲେ। ପାଣ୍ଡିଆନଙ୍କ ବିରୋଧରେ କହିଥିବା ନେତା ତଥା ବରିଷ୍ଠ ନେତା ପ୍ରଭାତୀ ତ୍ରୀପାଠୀ ଦଳର କେହି ନୁହନ୍ତି ବୋଲି କହିଲେ। ଯାହା ଏବେ ସୋସିଆଲ ମିଡିଆ ଓ ସବୁ ଗଣମାଧ୍ୟମରେ ଚର୍ଚ୍ଚା ହେଉଛଇ କି, ପାଣ୍ଡିଆନଙ୍କୁ କହିଲେ କୁଆଡେ କାର୍ଯ୍ୟାନୁଷ୍ଠାନ।

Naveen Patnaik Backs VK Pandian ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପାଣ୍ଡିଆନଙ୍କୁ ନେଇ ଉଠିଥିବା ବିବାଦ ଉପରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ପାଣ୍ଡିଆନ ଗତ ୧୦ ମାସ ଧରି ଦଳରୁ ଦୂରେଇ ରହିଛନ୍ତି ଏବଂ ଦଳୀୟ କାର୍ଯ୍ୟକଳାପରେ ସାମିଲ ନାହାଁନ୍ତି। ନବୀନ ନିଜ ବାସଭବନ ନବୀନ ନିବାସରେ ସାମ୍ବାଦିକଙ୍କୁ କହିଛନ୍ତି, “ପାଣ୍ଡିଆନ ଓଡ଼ିଶା ଏବଂ ବିଜେଡି ପାଇଁ ବହୁତ ଭଲ କାମ କରିଛନ୍ତି। ତାଙ୍କୁ କୌଣସି ଅନୁଚିତ ସମାଲୋଚନା କରାଯିବା ଉଚିତ ନୁହେଁ।”

Naveen Patnaik Backs VK Pandian ସେ ଆହୁରି କହିଛନ୍ତି, ମୁଁ ଏଠାରେ କହିବାକୁ ଚାହୁଁଛି ଯେ ଦଳୀୟ ସଦସ୍ୟଙ୍କ ଦ୍ୱାରା ହୋଟେଲରେ ହେଉଥିବା କୌଣସି ବଡ଼ ବୈଠକକୁ ମୁଁ ବିରୋଧ କରୁଛି। ସେମାନଙ୍କର ଦଳୀୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଅଛି, ଯାହା ଏକ ବଡ଼ ସ୍ଥାନ ଯେଉଁଠାରେ ସେମାନଙ୍କୁ କୁହାଯାଇଛି ଯେ ସେମାନେ ସେମାନଙ୍କର ବୈଠକ କରିବା ଉଚିତ ଏବଂ ସେମାନେ ତାହା କରିବା ଉଚିତ। ମୁଁ ଏଠାରେ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି ଯେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠିଙ୍କୁ କିଛି ବର୍ଷ ପୂର୍ବରୁ ବିଜେଡିରୁ ବହିଷ୍କାର କରାଯାଇଥିଲା କାରଣ ସେ ଚିଟ-ଫଣ୍ଡ ମାମଲାରେ ଅଭିଯୁକ୍ତ ଥିଲେ ଏବଂ କିଛି ବର୍ଷ ଜେଲରେ ବିତାଇଛନ୍ତି। ସେ ଦଳର ନୁହଁନ୍ତି।

Naveen Patnaik Backs VK Pandian କହିରଖୁଛି ଯେ, ପାଣ୍ଡିଆନ ଅତୀତରେ କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦଳ ପାଇଁ ବହୁତ ଭଲ କାମ କରିଛନ୍ତି। ତେଣୁ, ତାଙ୍କୁ କୌଣସି ବିଷୟରେ ସମାଲୋଚନା କିମ୍ବା ଦୋଷ ଦିଆଯିବା ଉଚିତ ନୁହେଁ। ଏହା ସହିତ, ସେ 10 ମାସରୁ ଅଧିକ ସମୟ ପୂର୍ବରୁ ଦଳ ଛାଡିଥିଲେ ଏବଂ ଦଳର କୌଣସି କାର୍ଯ୍ୟରେ ସାମିଲ ନାହାଁନ୍ତି।

ଏହା ସହିତ ନବୀନ ଦଳ ଭିତରେ ଚାଲିଥିବା ଅସନ୍ତୋଷକୁ ନେଇ ମଧ୍ୟ କଡ଼ା ନିଷ୍ପତ୍ତି ନେଇଛନ୍ତି। ସମ୍ପ୍ରତି ରାଜ୍ୟ ସଭାରେ ଓକଫ (ସଂଶୋଧନ) ବିଲ ୨୦୨୫ ଉପରେ ଦଳର ଭିନ୍ନ ମତ ପ୍ରକାଶ ପରେ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ନବୀନ କହିଛନ୍ତି, “ଆମେ ଏକ ଧର୍ମନିରପେକ୍ଷ ଦଳ, ଏବଂ ମୁଁ ସୁନିଶ୍ଚିତ କରିବି ଯେ ପ୍ରତ୍ୟେକ ମତ ଶୁଣାଯାଏ ଓ ଚିନ୍ତା ଦୂର ହୁଏ।” ସେ ଦଳୀୟ ନେତାମାନଙ୍କୁ ହୋଟେଲରେ ବଡ଼ ବୈଠକ ନ କରି ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଦଳ ବିରୋଧରେ କୌଣସି କାର୍ଯ୍ୟ କରୁଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସଂସଦର ଉଭୟ ସଦନରେ ଓ୍ବକ୍‌ଫ ବିଲ୍‌ ପାରିତ ହୋଇ ବିଜ୍ଞପ୍ତି ହୋଇସାରିଲାଣି। ହେଲେ ରାଜ୍ୟ ସଭାରେ ବିଜେଡିର ବିବେକାନୁମୋଦିତ ମତଦାନ ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ଝଡ଼ ଥମିବାର ନାଁ ଧରୁନାହିଁ। ଗତ ୪ ଦିନ ଧରି ବିଜେଡିର ରାଜ୍ୟ ସଭା ସଦସ୍ୟ, କେତେଜଣ ବରିଷ୍ଠ ଓ କନିଷ୍ଠ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିଛି। ଆଉ ଏହାକୁ ନେଇ କେତେବେଳେ ହୋଟେଲରେ ବରିଷ୍ଠ ନେତାଙ୍କ ବୈଠକ ବସୁଛି ତ ଆଉ କେତେବେଳେ ବିଧାୟକଙ୍କ ଘରେ ମେଳି ହେଉଛି। ବିଜେଡିରେ ଏଭଳି ସ୍ଥିତିକୁ ନେଇ ତୃଣମୂଳସ୍ତରରୁ ଆରମ୍ଭକରି ଶୀର୍ଷସ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପଟିଆସ୍ଥିତ ଏକ ଘରୋଇ ହୋଟେଲରେ ବିଜେଡି ନେତାଙ୍କ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ନେତା ଶଶିଭୂଷଣ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ଚନ୍ଦ୍ରସାରଥି ବେହେରା, ନୃସିଂହ ସାହୁ, ଭୂପିନ୍ଦର ସିଂ, ପ୍ରଭାତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ଶଶିଭୂଷଣ କହିଛନ୍ତି, ବିଜେଡି ଏକ ଶୃଙ୍ଖଳିତ ଦଳ। ଆମର ନେତା ନବୀନ ପଟ୍ଟନାୟକ। ଯଦି ବାହ୍ୟଶକ୍ତି ଦଳକୁ ଦୁର୍ବଳ କରିବାକୁ ଚେଷ୍ଟାକରନ୍ତି, ସୁପ୍ରିମୋ ଏହାକୁ ବରଦାସ୍ତ କରିବେ ନାହିଁ। ସେ ଆହୁରି କହିଛନ୍ତି, ବିଜେଡି ଏକ ବୃହତ୍‌ ଆଞ୍ଚଳିକ ଦଳ। ରାଜ୍ୟରେ ଦୀର୍ଘବର୍ଷ ଧରି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଜିଣିଆସିଛି। କୌଣସି ପରିସ୍ଥିତିରେ ବିଜେଡି ପ୍ରତି ଆଞ୍ଚ ଆଣିବାକୁ ଦିଆଯିବନାହିଁ। ନବୀନଙ୍କ ଉପରକୁ ଯିଏ ଆକ୍ଷେପ କରିବ ତାକୁ ଛଡ଼ାଯିବ ନାହିଁ। ଯେଉଁମାନେ ସମସ୍ୟା ସୃଷ୍ଟି କରୁଛନ୍ତି ସେମାନଙ୍କୁ ବାହାର ରାସ୍ତା ଦେଖାଇ ଦିଆଯିବ ବୋଲି ଶଶୀ କହିଛନ୍ତି।

ସେହିପରି ବିଧାୟକ ପ୍ରତାପ ଦେବଙ୍କ ସରକାରୀ ବାସଭବନରେ ବୁଧବାର ମଧ୍ୟାହ୍ନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ବରିଷ୍ଠ ନେତା ଅରୁଣ ସାହୁ କହିଛନ୍ତି, ବିଜେଡି କିଭଳି ଅଧିକ ଶକ୍ତିଶାଳୀ ହେବ ସେନେଇ ଆଲୋଚନା ଚାଲିଛି। ଯେଉଁମାନେ ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ସେମାନଙ୍କ ସମ୍ପର୍କରେ ଦଳର ସୁପ୍ରିମୋଙ୍କୁ ଅବଗତ କରାଯିବ। ଆଗକୁ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ଅରୁଣ କହିଛନ୍ତି।

ପରିପ୍ରେକ୍ଷୀରେ ବୁଧବାର ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା, ଦେବୀରଞ୍ଜନ ତ୍ରିପାଠୀ, ପ୍ରଣବ ବଳବନ୍ତରାୟ, ଅଂଶୁମାନ ମହାନ୍ତି, ସମ୍ବିତ୍‌ ରାଉତରାୟ, ରୁଦ୍ରପ୍ରତାପ ମହାରଥୀ ଓ ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଦେଇଛନ୍ତି। ସେଥିରେ ଦଳର ନୀତି ଆଦର୍ଶକୁ କେଉଁମାନେ, କାହିଁକି ଏବଂ କେଉଁ କାରଣରୁ ବିଚ୍ୟୁତ୍‌ କଲେ ତାହାର ସମୀକ୍ଷାପୂର୍ବକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ବିଜେଡି ନେତାଙ୍କ ବୈଠକ ପରେ ବୈଠକକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ପ୍ରସଙ୍ଗରେ ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ବିଜେଡିରେ ଯେଉଁ ବିଶୃଙ୍ଖଳା ଦେଖାଦେଇଛିି ତାହା କେବଳ କ୍ଷମତା ପାଇଁ। କ୍ଷମତା ଥିବା ପର୍ଯ୍ୟନ୍ତ ଦଳ ଶୃଙ୍ଖଳିତ ଥିଲା, ଏବେ କ୍ଷମତା ନାହିଁ ତେଣୁ ବାଡ଼ାପିଟା ଚାଲିଛି।
ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ବିଜେଡି ଏବେ ବିଜୁଙ୍କ ଚିନ୍ତାଧାରାରୁ ବିଚ୍ୟୁତ ହୋଇସାରିଲାଣି। ଦଳରେ ନୀତି ଆଦର୍ଶ ବୋଲି କିଛି ନାହିଁ। ତେଣୁ ବିଶୃଙ୍ଖଳା ବଢ଼ିଚାଲିଛି। ଯେଉଁମାନେ ଦଳକୁ ପାଣ୍ଡିଆନଙ୍କ କବଳରୁ ରକ୍ଷା କରିବାକୁ ଚାହୁଁଛନ୍ତି ସେମାନେ ସ୍ବର ଉଠାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?