ଘରେ ପହଞ୍ଚୁ ନବୀନଙ୍କ ବିକାଶ ବାର୍ତ୍ତା: ପ୍ରଣବ

ଜମନକିରା/କୁଚିଣ୍ଡା,୧୨ା୫(ରବୀନ୍ଦ୍ର ପ୍ରସାଦ ଦାନୀ/ବିରଞ୍ଚତ୍ ଦର୍କା)ସମ୍ବଲପୁର ଲୋକ ସଭା ଅଧୀନ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଶନିବାର ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସବୁ କର୍ମୀ ସମାବେଶରେ ଦଳର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକ ସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ଦଳର କର୍ମକର୍ତ୍ତାମାନଙ୍କ ଉତ୍ସାହ ବଢାଇଥିଲେ। ସେ କହିଥିଲେ ସମ୍ବଲପୁର ବର୍ତ୍ତମାନ ରାଜ୍ୟ ରାଜନୀତିର ହଟ୍‌ସ୍ପଟ୍‌ ପାଲଟିଛି। ଏହି ଆସନ ହାତେଇବାକୁ ବିରୋଧୀ ମିଛ ପ୍ରତିଶ୍ରୁତିର ସାହାରା ନେଉଛନ୍ତି। କିନ୍ତୁ ଆମେ ରାଜ୍ୟ ସରକାରଙ୍କ ବିକାଶ କାମର ତାଲିକା ନେଇ ଭୋଟରଙ୍କ ପାଖକୁ ପହଞ୍ଚତ୍ବା। ମୁଖ୍ୟମନ୍ତ୍ରୀ ଦେଇଥିବା ବିକାଶ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ବୋଲି କହିଥିଲେ ପ୍ରଣବ।
କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବାମରା ବ୍ଲକର କର୍ମୀମାନଙ୍କୁ ନେଇ କେଶେଇବାହାଲଠାରେ ଏକ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରଣବ ପ୍ରକାଶ କହିଥିଲେ ମୁଖ୍ୟମନ୍ତ୍ରୀ ଆଗାମୀ ୧୨ ବର୍ଷ ମଧ୍ୟରେ ଓଡ଼ିଶାକୁ ନମ୍ବର ୱାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ବିଜେଡି ଇସ୍ତାହାରରେ ସମସ୍ତ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଯୋଜନା ରଖାଯାଇଛି। ଯୁବବର୍ଗଙ୍କ ଉନ୍ନତି ପାଇଁ ସ୍ବତନ୍ତ୍ର ଭାବେ ବଜେଟ ପ୍ରସ୍ତୁତ କଥା ହେଉ କି ମହିଳାମାନଙ୍କୁ ୧୦ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ, ସମସ୍ତ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ କରି ଏକ ବିକଶିତ ଓଡ଼ିଶା ଗଠନ ପ୍ରତି ଦୃଷ୍ଟି ଦିଆଯିବ। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, କ୍ରୀଡା, ଗମନାଗମନ, ପରିବହନ ଏଭଳି ଅନେକ କିଛି ଯୋଜନା ଓ ପ୍ରକଳ୍ପର ସମ୍ଭାର ଭେଟିଦେବେ ନବୀନ ପଟ୍ଟନାୟକ। ସେହିଭଳି ବିଏସ୍‌କେୱାଇ କାର୍ଡ ଓଡ଼ିଶାବାସୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। କଲେଜ ଛାତ୍ରୀଛାତ୍ରଙ୍କୁ ନୂଆ ଓ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଏହି ସବୁ ଯୋଜନାକୁ ଆପଣମାନଙ୍କୁ ପ୍ରତି ଲୋକଙ୍କ ପାଖକୁ ପହଞ୍ଚାଇବାକୁ ପଡିବ ବୋଲି କହିଥିଲେ। ଅପରପକ୍ଷେ ଭାଜପା ସରକାର ଯାହା କହନ୍ତି ତାର ଓଲଟା କରନ୍ତି। ଗତ ନିର୍ବାଚନରେ ପ୍ରତି ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ। କୃଷିବୀମା କଥା କହିଥିଲେ କିନ୍ତୁ କିଛି ବି ମିଳୁନି। ତେଣୁକରି ସମୟ ଆସିଛି ବର୍ତ୍ତମାନ ସେହି ନେତାଙ୍କୁ ଉଚିତ ଜବାବ ଦେବା। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଜୁନ ୧୦ରେ ଭାଜପା ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରଦେଇ ପ୍ରଣବ ପ୍ରକାଶ କହିଥିଲେ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି, ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବି କହିସାରିଛନ୍ତି, ଜୁନ ୯ରେ ବିଜେଡି ସରକାରର ଶପଥ ଗ୍ରହଣ ଉତ୍ସବ ହେବ। ଆମେ ମୋଦିଜୀଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ନିମନ୍ତ୍ରଣ କରିବୁ ବୋଲି ପ୍ରଣବ କହିଥିଲେ।
କେସେଇବାହାଲ କାର୍ଯ୍ୟକ୍ରମ ପରେ ପହଞ୍ଚିଥିଲେ କୁଚିଣ୍ଡା ବ୍ଳକ କର୍ମକର୍ତ୍ତାଙ୍କ ସମ୍ମିଳନୀରେ ପହଞ୍ଚି ଥିଲେ ପ୍ରଣବ ପ୍ରକାଶ। ବକ୍ସମା ଫୁଟବଲ ପଡିଆରେ ଆୟୋଜିତ କର୍ମୀ ସମ୍ମିଳନୀରେ ପ୍ରଣବ ଯୋଗଦେଇ ନବୀନ ପଟ୍ଟନାୟକ ସରକାରରେ ହୋଇଥିବା ବିକାଶମୂଳକ କାମର ତାଲିକା ନେଇ ଭୋଟରଙ୍କ ପାଖକୁ ଯିବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସମାବେଶରେ କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ, କୁଚିଣ୍ଡା ଓ ଦେବଗଡ଼ ବିଧାନସଭା ଦାୟିତ୍ୱରେ ଥିବା ସଞ୍ଜିତ ମହାନ୍ତି ସମେତ ବହୁସଂଖ୍ୟକ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ। ଏହାପରେ ଜମନକିରା ବ୍ଲକର ଗୁଣ୍ଡୁରୁଚୁଆଁରେ ବ୍ଲକ ସଭାପତି ଆଦିପ୍ରସାଦ ମହାକୁଳଙ୍କ ସଭାପତିତ୍ୱରେ ଏକ କର୍ମୀ ସମ୍ମିଳନୀ ହୋଇଥିଲା। ବିକଶିତ ଓଡ଼ିଶା ଗଠନ ପାଇଁ ବିଜେଡିକୁ ପୁନର୍ବାର ସୁଯୋଗଦେବାକୁ ନେତୃବୃନ୍ଦ ଆହ୍ବାନ ଦେଇଥିଲେ। କର୍ମୀମାନଙ୍କୁ ନିର୍ବାଚନୀ ମନ୍ତ୍ର ଦେବା ସହିତ ଆପଣମାନେ ହିଁ ଦଳର ସ୍ତମ୍ଭ ବୋଲି କହିଥିଲେ ପ୍ରଣବପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri