ଭୁବନେଶ୍ୱର,୧୪।୧୧: ନୂଆପଡାରେ ଭାଜପାର ବିପୁଳ ବିଜୟ ହୋଇଛି । ନୂଆପଡାର ଏହି ଐତିହାସିକ ବିଜୟରେ ଜୟ ଢୋଲକିଆ ବଡ଼ ମାର୍ଜିନରେ ବିଜୟ ହାସଲ କରିଛନ୍ତି। ତେବେ ଏହିକ୍ରମରେ କଂଗ୍ରେସ ଦ୍ୱିତୀୟ ଓ ବିଜେଡି ତୃତୀୟ ସ୍ଥାନରେ ରହିଛି। ତେବେ ରେଜଲ୍ଟ ପରେ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ କରିଛନ୍ତି ବିରୋଧୀଦଳ ନେତା ନବୀନ।
ବିଜେଡି ସୁପ୍ରିମୋ କହିଛନ୍ତି, ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ଜଣାଉଛି। ସ୍ନେହାଙ୍ଗୀନ ଛୁରିଆଙ୍କୁ ପରିଶ୍ରମ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ନବୀନ ଆହୁରି କହିଛନ୍ତି, ନିର୍ବାବାଚନରେ ହାରଜିତ ଲାଗି ରହିଛି। ବିଜେଡିର ଲୋକଙ୍କ ପ୍ରତି ଭରସା ଓ ସମ୍ମାନ କାଏମ ରହିବ। ବିଜେଡିକୁ ଭୋଟ ଦେଇଥିବା ନୂଆପଡ଼ା ଭୋଟରଙ୍କୁ ଧନ୍ୟବାଦ।