ଆଜି ମୁମ୍ବାଇରୁ ଫେରିବେ ନବୀନ: ଏକାଠି ହେବେ ୧୦ ହଜାର ଲୋକ

ଭୁବନେଶ୍ୱର,୧୨ା୭(ସୁନିତ୍‌ ମିଶ୍ର):ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶନିବାର ମୁମ୍ବାଇରୁ ଫେରିବେ। ସେ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‌ ଭିତରେ ଭୁବନେଶ୍ୱର ବିମାନବନ୍ଦରେ ପହଞ୍ଚିବେ ବୋଲି ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ଏହି ଅବସରରେ ଦଳର ସଭାପତିଙ୍କୁ ସ୍ବାଗତକରିବା ଲାଗି ପ୍ରାୟ ୧୦ ହଜାର ଲୋକଙ୍କୁ ଏକାଠି କରିବା ପାଇଁ ଦଳୀୟ ନେତାମାନେ ଜୋର୍‌ଦାର ପ୍ରସ୍ତୁତି ଚଳାଇଛନ୍ତି। ଏଥିଲାଗି ନେତାମାନଙ୍କୁ ଲୋକ ଯୋଗାଡକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ଅସ୍ତ୍ରୋପଚାର ଲାଗି ନବୀନ ଗତ ୨୦ରୁ ମୁମ୍ବାଇ ଗସ୍ତରେ ଅଛନ୍ତି। ତାଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ସେ ହସ୍ପିଟାଲରୁ ମଧ୍ୟ ଗତ ସପ୍ତାହରେ ଡିସ୍‌ଚାର୍ଜ ହୋଇଥିଲେ। ଡିସ୍‌ଚାର୍ଜ ହେବା ସମୟରେ ସେ ଡାକ୍ତରମାନଙ୍କ ସହ ଭେଟୁଥିବାର ଏକ ଭିଡିଓ ମଧ୍ୟ ଜାରି କରିଥିଲେ। ଏହାପରେ ସେ ଫିଜିଓଥେରାପି ନେବା ଲାଗି କିଛିଦିନ ପାଇଁ ମୁମ୍ବାଇରେ ରହିବେ ବୋଲି ତାଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ସୂଚନା ମଧ୍ୟ ଦେଇଥିଲେ।