ପୁଣି ଦିଲ୍ଲୀ ଯିବେ ନବୀନ, ଜଣାପଡିଲା ବଡ଼ ପ୍ଲାନ!

ଭୁବନେଶ୍ୱର,୭ା୯(ସୁନୀତ୍‌ ମିଶ୍ର): ଉପରାଷ୍ଟ୍ରପତି ନିର୍ବାଚନ ଆସନ୍ତା ୯ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ରବିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ଗସ୍ତ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ନା ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ସେ ନେଇ କିଛି ସ୍ପଷ୍ଟ କରିନାହିଁ। ବିଭିନ୍ନ ସମୟରେ ଏନ୍‌ଡିଏକୁ ସମର୍ଥନ କରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ବୋଲି ଅନେକ ନେତା ଦଳ ଭିତରୁ ବିଭିନ୍ନ ସ୍ଥାନରେ ଚର୍ଚ୍ଚା କରୁଛନ୍ତି। ହେଲେ ଦଳର ଆଭିମୁଖ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ବଦଳିବ ନଁା ନାହିଁ ଏହା ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡିର ଏବେ ୭ଜଣ ରାଜ୍ୟ ସଭା ସଦସ୍ୟ ରହିଛନ୍ତି। ସେମାନଙ୍କ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଉପରାଷ୍ଟ୍ରପତି ନିର୍ବାଚନରେ ଦଳ ଭୋଟିଂରୁ ବିରତି ରହିବ ବୋଲି ଏକପ୍ରକାର ଅଲିଖିତ ନିର୍ଦ୍ଦେଶ ଜାରି କରାଯାଇଛି। ଦଳ ଭୋଟିଂରୁ ବିରତ ରହିବା ଅର୍ଥ ପରୋକ୍ଷରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ସଙ୍ଗେ ସମାନ। ଅନ୍ୟପଟେ ଏଭଳି ସ୍ଥିତିରେ ଶନିବାର ଦଳର ରାଜନୈତିକ ବ୍ୟାପାର କମିଟି ବୈଠକ ଡକାଯାଇଥିଲା। ନବୀନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବି ଦଳ ଯଦି ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରେ, ଏହା ବିଜେଡିକୁ କ୍ଷତି ପହଞ୍ଚାଇବ ବୋଲି ସେମାନଙ୍କ ଭିତରୁ କେତେଜଣ ସଦସ୍ୟ ପ୍ରସ୍ତାବ ରଖିଥିଲେ। ବୈଠକରେ ଉପସ୍ଥିତ ଜଣେ ସଦସ୍ୟଙ୍କ ସୂଚନା ମୁତାବକ ସମସ୍ତେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବା ନେଇ ପରୋକ୍ଷରେ ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଏହା କେତେ ଗ୍ରହଣୀୟ ତାହା ସମୟ କହିବ ବୋଲି ସେ ସୂଚନା ଦେଇଛନ୍ତି। ପିଏସି ବୈଠକ ସରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଦସ୍ୟା ପ୍ରମିଳା ମଲ୍ଲିକ କହିଛନ୍ତି, ଦଳର ନିଷ୍ପତ୍ତି କ’ଣ ହେବ ସେ କଥା ନବୀନ ନିଷ୍ପତ୍ତି କରିବେ, ଯାହାକୁ ନେଇ ବିଜେଡି ଭିତରେ ଏକ ଚର୍ଚ୍ଚା ଜୋର୍‌ ଧରିଛି। ଯଦି ନବୀନ ନିଷ୍ପତ୍ତି କରିବେ ବୈଠକରେ ନିଷ୍କର୍ଷ ହୋଇପାରିଲା ନାହିଁ, ତେବେ ପିଏସି କାହିଁକି ବସିଥିଲା ବୋଲି ଦଳ ଭିତରୁ ଅନେକ ପ୍ରଶ୍ନ ଉଠାଇଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ ଦେଶ ପାଇଁ RBI ର ବଡ଼ ପ୍ରସ୍ତାବ, ଫେଲ୍ ମାରିବେ ଟ୍ରମ୍ପଙ୍କ ଯୋଜନା

ନୂଆଦିଲ୍ଲୀ,୧୯।୧: ଟ୍ରମ୍ପଙ୍କ ଧମକ ପରେ ଧିମେଇ ଯାଇଥିବା ବ୍ରିକ୍ସ ସଂଗଠନର ସ୍ୱତନ୍ତ୍ର ମୁଦ୍ରା ପାଇଁ ବଡ ପ୍ରସ୍ତାବ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)। ବ୍ରିକ୍ସ ସମ୍ମିଳନୀରେ...

ଦାୟିତ୍ୱବାନ ଦେଶ ତାଲିକା: ବିଶ୍ୱର ଶ୍ରେଷ୍ଠ ଦେଶ ମଧ୍ୟରେ ଭାରତ, ଶୀର୍ଷରେ ସିଙ୍ଗାପୁର

ନୂଆଦିଲ୍ଲୀ,୧୯।୧: ବିଶ୍ୱର ଦାୟିତ୍ୱବାନ ରାଷ୍ଟ୍ର ଗୁଡ଼ିକର ତାଲିକାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସଦ୍ୟ ପ୍ରକାଶିତ ‘ଦାୟିତ୍ୱବାନ ରାଷ୍ଟ୍ର ତାଲିକା’ (RNI) ୨୦୨୬...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଓଡ଼ିଶାରେ ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନ: ଆସିବା ନୂଆ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’

ଭୁବନେଶ୍ୱର,୧୯।୧: ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ...

ମେଡିକାଲ ବାଥରୁମ୍‌ରେ ଶିଶୁ କନ୍ୟାଙ୍କୁ ଛାଡି ଚମ୍ପଟ ମାରିଲେ ମା’

ଭଦ୍ରକ, ୧୯।୧(ସନାତନ ରାଉତ): ମେଡିକାଲ ବାଥରୁମ୍‌ରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମା’ ଫେରାର । ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

୬ ମାସ ପରେ ଖୋଲିଲା ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡି: ବାହାରିଲା ଏତେ କୋଟି ଟଙ୍କା ସହ ବିଦେଶୀ…

ରାୟଗଡା, ୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ଉକ୍ତ ୯...

ହେଟାବାଘର କାଟିନେଲେ ଲାଞ୍ଜ, ଗୋଡ, ନଖ

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ରେଞ୍ଜ ଅଧୀନ କାଲିମେଳା-ମୋଟୁ ୩୨୬ ନମ୍ୱର ଜାତୀୟ ରାଜପଥର ଏମ୍‌ଭି ୭୨ ନିକଟ ଶାନ୍ତିନଗର ନିକଟରୁ ସୋମବାର...

ପ୍ରୋଟୋକଲ୍ ଭାଙ୍ଗିଲେ ମୋଦି: ୟୁଏଇ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ଏପରି କଲେ ସ୍ୱାଗତ

ନୂଆଦିଲ୍ଲୀ,୧୯।୧: ଭାରତ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ବଢୁଥିବା ସମ୍ପର୍କର ଏକ ଭିନ୍ନ ଦୃଶ୍ୟ ସୋମବାର ଦେଖିବାକୁ ମିଳିଛି। ୟୁଏଇ ରାଷ୍ଟ୍ରପତି ଶେଖ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri