ନବୀନଙ୍କୁ କଡ଼ା ଟାର୍ଗେଟ୍‌ କଲେ ଧର୍ମେନ୍ଦ୍ର, କହିଲେ ୨୪ ବର୍ଷରେ ଯିଏ ପାଣି ଯୋଗାଇ ପାରିଲେନି ସେ ପୁଣି…

ଭୁବନେଶ୍ୱର,୨୬ା୧୨: ଗୁରୁବାର ବିଜେଡିର ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭାଜପା ଉପରେ ବର୍ଷିଥିବାବେଳେ ନବୀନଙ୍କୁ ମଧ୍ୟ କଡ଼ା ଟାର୍ଗେଟ୍‌ କରି ଭାଜପା ସମାଲୋଚନା କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ନବୀନଙ୍କୁ ଟାର୍ଗେଟ୍‌ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଯିଏ ନିଜ ବାପାଙ୍କ ଜନ୍ମମାଟିରେ ୨୪ ବର୍ଷରେ ପାଣି ମୁନ୍ଦାଏ ପହଞ୍ଚାଇ ପାରିଲେ ନାହିଁ, ସିଏ ପୁଣି କହୁଛନ୍ତି ମୋଦି ମିଛ କହୁଛନ୍ତି। ଗଞ୍ଜାମ ଜିଲାରେ ୭/୮ଟି ପ୍ରକଳ୍ପରୁ ୬ଟି କାମ ଅଧାପନ୍ତରିଆ ହୋଇପଡ଼ିଛି। ନଳ ଅଛି, କିନ୍ତୁ ଜଳ ନାହିଁ। ସେ ପୁଣି କହୁଛନ୍ତି ଭାଜପା ମିଛ କହୁଛି। ଗଞ୍ଜାମରେ ସୁଭଦ୍ରାରେ ୧୦ ଲକ୍ଷ ମହିଳାଙ୍କୁ ମିଳିଛି ୫୦୦ କୋଟି ଟଙ୍କା। ଏଥିସହିତ ଜିଲାରେ ୪୪ ଲକ୍ଷ କ୍ବିଣ୍ଟାଲ ଧାନ କିଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏସବୁ ଯଦି ମିଛ ଲାଗିବ, ତେବେ କ’ଣ ଆଉ କୁହାଯିବ।

ବିଜେଡିର ପ୍ରତିଷ୍ଠା ଦିବସରେ ନବୀନ କହିଛନ୍ତି, ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା। ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ନେଇ ବିଜୁ ପ୍ରେମୀମାନେ ବିଜୁ ଜନତା ଦଳ ଗଠନ କରିଥିଲେ। ସେତେବେଳେ ବହୁ ଲୋକ କହିଥିଲେ ଏଥର ବିଜେଡି ଆଗୁ ବଢିପାରିବ ନାହିଁ କି ସଫଳ ହେବ ନାହିଁ। ଆଉ ମୋତେ ମଧ୍ୟ କହିଥିଲେ ମୁଁ ରାଜନୀତି କରିପାରିବି ନାହିଁ ହେଲେ ପରିଶ୍ରମ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁ ବିଜେଡି ୫ ଥର ନିର୍ବାଚନ ଜିତି ଆପଣମାନଙ୍କ ସେବା କରିବାକୁ ସୁଯୋଗ ପାଇଛି।

ସମସ୍ତଙ୍କ ମନରେ ପ୍ରଶ୍ନ ଥିବ ବିଜେଡି କାହିଁକି ହାରିଲା? ଏହି ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି, ଆମେ ହାରି ନାହୁଁ କି ଲୋକଙ୍କ ବିଶ୍ୱାସ ବି ହରାଇ ନାହୁଁ । ଭାଜପା ମିଛ ପ୍ରତିଶ୍ରୁତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ କ୍ଷମତାକୁ ଆସିଛି। ଏତେ ମିଛ କହି ମଧ୍ୟ ଭାଜପା ଆମଠୁ କମ ଭୋଟ ପାଇଛି । ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି, ଏମିତି କହି ଭାଜପା ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ।

ସେ ଆହୁରି କହିଛନ୍ତି, ଆମର ଭୁଲ ହେଲା, ଭାଜପା ମିଛକୁ ଆମେ ଠିକ ଭାବେ କାଉଣ୍ଟର କରିପାରିଲୁ ନାହିଁ । ଆଜି ଲୋକେ ଜାଣିଲେଣି ଭାଜପା ମିଛ କଥା କହି କ୍ଷମତା ଦଖଲ କରିଛି । ବର୍ତ୍ତମାନର ସରକାର ଲୋକଙ୍କୁ ବଡ ଉପହାର ଦେଇଛନ୍ତି। ତାହା ହେଉଛି ଦରଦାମ ବୃଦ୍ଧି । ଡାଲି, ଚାଉଳଠୁ ନେଇ, ତେଲ ଓ ପନିପରିବା ସବୁଥିରେ ଦର ବୃଦ୍ଧି ଘଟିଛି। ପ୍ରତି ପରିବାର ଆଜି କାନ୍ଦୁଛି । ଧାନ କିଣା ବିକା ନେଇ ଚାଷୀ କାନ୍ଦୁଛି । ମିଶନ ଶକ୍ତି ମା’ ମାନେ ଦୁଃଖରେ ଅଛନ୍ତି। କିନ୍ତୁ କୁମ୍ଭକର୍ଣ୍ଣ ନିଦରେ ଶୋଇଛି ଏ ସରକାର ବୋଲି ନବୀନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Read more

ଭୁବନେଶ୍ବର, ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

କ୍ରସ୍‌ ଭୋଟିଂକୁ ମାନିନେଲେ ସୌଭିକ୍‌, କହିଲେ ବାପାଙ୍କୁ ବହିଷ୍କାର କରିଥିଲେ, ପ୍ରତିଶୋଧ ନେଲି

ଭୁବନେଶ୍ୱର,୧୬ା୩:  ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ହୋଇଥିବା ଜୋର୍‌ଦାର ଚର୍ଚ୍ଚା ହେଉଛି। ତେବେ ଏହି କ୍ରସ୍‌ ଭୋଟିଂକୁ ମାନି ନେଇଛନ୍ତି ବିଧାୟକ ସୌଭିକ ବିଶ୍ବାଳ। ବିଜୁ…

ଭାରତୀୟ ଜାହାଜକୁ ହର୍ମୁଜ ଷ୍ଟ୍ରେଟ ଦେଇ ଆସିବାକୁ କେମିତି ଅନୁମତି ଦେଲା ଇରାନ୍? ଜୟଶଙ୍କର କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୬।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବଂ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ଇରାନର କଠୋର ଆଭିମୁଖ୍ୟ ମଧ୍ୟରେ, ଏଲପିଜି ବୋଝେଇ ଦୁଇଟି ଭାରତୀୟ ଜାହାଜ ଗୁଜୁରାଟ ଉପକୂଳରୁ ଆସିବାକୁ ଯାଉଛି…

କୂଅରେ ପଡିଛି ଯୁବକଙ୍କ ମୃତଦେହ: କୁକୁର ଧରି ପହଞ୍ଚିଲେ ସାଇଣ୍ଟିଫିକ୍‌ ଟିମ୍‌

ଗଞ୍ଜାମ,୧୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟସ୍ଥ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।  ରବିବାର କୂଅରେ…

କଂଗ୍ରେସରୁ ୩ କ୍ରସ ଭୋଟିଂ: AICCକୁ ଜଣାଇ ଦିଆଯାଇଛି କହିଲେ ଭକ୍ତ

ଭୁବନେଶ୍ୱର,୧୬।୩: କଂଗ୍ରେସରୁ ୩ କ୍ରସ ଭୋଟିଂ ହୋଇଛି ଏ ନେଇ କହିଲେ ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ରମେଶ, ସୋଫିଆ, ଦାଶରଥି କ୍ରସ ଭୋଟିଂ…

ଜଲଓ୍ବା ଦେଖାଇଲେ ପ୍ରିୟଙ୍କା ଚୋପ୍ରା: ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ…

୯୮ତମ ଓସ୍କାର ପୁରସ୍କାର ଉତ୍ସବରେ ବଲିଉଡର ଜଲଓ୍ବା ଦେଖାଇଛନ୍ତି ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା। ଯଦିଓ ତାଙ୍କର କୌଣସି ଚଳଚ୍ଚିତ୍ର ପୁରସ୍କାର ଜିତି ନ ଥିଲା କିନ୍ତୁ…

୨୦୦୮ ରୁ ୨୦୨୬ ପର୍ଯ୍ୟନ୍ତ…, IPL ରୁ ମୋଟ କେତେ ରୋଜଗାର କରିଛନ୍ତି ବିରାଟ କୋହଲି? ଜାଣିଲେ ଆଶ୍ଚର୍ଯ୍ୟହେବେ

ନୂଆଦିଲ୍ଲୀ,୧୬।୩: IPL 2026 ଆରମ୍ଭ ହେବାକୁ ଆଉ ମାତ୍ର ୧୨ ଦିନ ବାକି ଥିବା ବେଳେ, ଏହି ଟୁର୍ଣ୍ଣାମେଣ୍ଟ କ୍ରିକେଟ ମହଲରେ ଆଲୋଚନାର ଏକମାତ୍ର ବିଷୟ ପାଲଟିଛି।…

ରାସ୍ତାରେ ଅଚଳ ୧୦୮ ଆମ୍ବୁଲାନ୍ସ, ପ୍ରସବ ବେଦନାରେ ଛଟପଟ ଆସନ୍ନ ପ୍ରସବା

ନନ୍ଦପୁର/ପାଡୁଆ୧୬।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ସାରିଆପାଲି ଗାଁରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri