ଭୁବନେଶ୍ୱର,୧୭।୧: ବିଜେଡି ନିକଟରେ ଦଳରୁ କିଛି ଟାଣୁଆ ନେତାଙ୍କୁ ନିଲମ୍ବନ କରିବା ପରେ ମୁଁହ ଖୋଲିଲେ ଲେନିନ ମହାନ୍ତି। ସେ କହିଛନ୍ତି, ମିଡ ଡେ’ ଅପରେଶନ ବି ଫେଲ। ମିଡ ନାଇଟ ଅପରେଶନ ଫେଲ ହୋଇଥିଲା। ମିଡ ଡେ’ ଅପରେଶନ ବି ଫେଲ୍ ମାରିଲାା। ଅନ୍ୟପକ୍ଷେ ମିଡ ଇଭିନିଙ୍ଗ ଅପରେଶନ ବି ଫେଲ ହେବ କହିଲେ ଲେନିନ। ଦଳକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ଏଥିରେ ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର, ସନାତନ ମହାକୁଡଙ୍କ ମୁଖ୍ୟ ଭୁମିକା ରହିଛି। ଗତ କିଛି ମାସ ହେବ ଏମାନେ ଷଡ଼ଯନ୍ତ୍ରରେ ସାମିଲ ଥିଲେ। କିଛି ଲାଗିଛନ୍ତି ଦଳକୁ ଦୁର୍ବଳ କରିବାକୁ, ବିଜୟ ମହାପାତ୍ର ବ୍ୟାକଅପ ଦେଉଥିଲେ। ଗୋଟେ ପ୍ରଶ୍ନ ଉଠୁଛି ଯେ, ଅନ୍ୟମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି।
ଦେବାଶିଷ ସାମନ୍ତରାୟଙ୍କ ଭଳି କିଛି ନେତା କହିନାହାନ୍ତି ଦଳ ଭାଙ୍ଗୁ ବୋଲି ଲେଲିନ୍ କହିଛନ୍ତି। ମାତ୍ର ଏମାନେ ଦଳକୁ କ୍ଷତି କରିବାକୁ ଚେଷ୍ଟା କରୁଥିଲେ, ସେଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
Dharitri – Odisha’s No.1 Odia Daily