କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ଉପଲକ୍ଷେ ବିଜେଡି ସୁପ୍ରିମୋ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବିଜେଡିର ସାଧାରଣ ସମ୍ପାଦକ ଭାବେ ଗୋପାଳ ସାହୁଙ୍କୁ ମନୋନିତ କରିଛନ୍ତି। ନବୀନ ଗୋପାଳଙ୍କୁ ଗୁରୁ ହାୟିତ୍ୱ ପ୍ରଦାନ କରିଛନ୍ତି । ଗତ ୨୫ ବର୍ଷରୁ ଊର୍ଦ୍ଧ୍ୱ ହେବ ବିଜେଡିର ଜଣେ ଦକ୍ଷ ସଦସ୍ୟ ଭାବେ କାମକରି ଆସୁଛନ୍ତି। ସମଗ୍ର କେସିଙ୍ଗା ଅଞ୍ଚଳର ଏନଏସ ହେଉ କିମ୍ବା ସାଧାରଣ ନିର୍ବାଚନରେ ବିଜେଡିର ଉତ୍ତରୋତ୍ତର ଉନ୍ନତି ପାଇଁ ଗୋପାଳ ପ୍ରଚାର ପ୍ରସାର କରିଛନ୍ତି। ଅଞ୍ଚଳରେ ବିଜେଡିର ପ୍ରତ୍ୟେକ ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଯୁବବର୍ଗଙ୍କ ସମେତ ଅଞ୍ଚଳର ବିଜେଡି କର୍ମକର୍ତ୍ତାଙ୍କୁ ଏକତ୍ରିତ କରି ସଙ୍ଗଠନକୁ ସୁଦୃଢ କରି ରଖିଛନ୍ତି। ବିଜେଡିର ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ତାଙ୍କର ନାମ ଘୋଷଣା ପରେ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ବିଜେଡି ୱାର୍ଡ ସଦସ୍ୟା ସଦସ୍ୟ, ସମସ୍ତ ଦଳର ଟାଉନ ସଭାପତି ନୃପରାଜ ଯାଦବଙ୍କ ସମେତ ବହୁ ବିଜେଡି କର୍ମୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏ ସଂକ୍ରାନ୍ତରେ ଗୋପାଳ ସାହୁଙ୍କୁ ପଚାରିବାରୁ ଆସନ୍ତା ସାଧାରଣ ନିର୍ବାବାଚନରେ ସମଗ୍ର କେସିଙ୍ଗା ବ୍ଲକ ଓ ସହର ତଥା ଜିଲାର ସମସ୍ତ ବିଜେଡି କର୍ମୀଙ୍କୁ ଏକତ୍ରିତ କରିବା ସହ ଦଳକୁ ମଜଭୁତ କରିବା ଯୁବକ, ଯୁବତୀ ଓ ମହିଳା ଗୋଷ୍ଠୀଙ୍କୁ ଏକତ୍ରିତ କରିବା ପାଇଁ ଉଦ୍ୟମ ଜାରି ରହିଛି। ଆସନ୍ତା ସାଧାରଣ ନର୍ବାଚନରେ ଭବାନୀପାଟଣା ନର୍ବାଚନମଣ୍ଡଳୀରେ ବିଜେଡିର ନିଶ୍ଚୟ ବିଜୟ ହେବ ବୋଲି ପ୍ରକାଶ କରିଥିଲେ।
Dharitri – Odisha’s No.1 Odia Daily