୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ ଗୁରୁତ୍ତର ହାର୍ଟ ସର୍ଜରୀ ହୋଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବା ଲାଗି ନବୀନ ନୂଆଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନବୀନ କେତେଦିନ ଲାଗି ଗସ୍ତ କରୁଛନ୍ତି ସେନେଇ କିଛି ସୂଚନା ଦିଆଯାଇନାହିଁ।

 

Dharitri – Odisha’s No.1 Odia Daily