ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କଲେ ନବୀନ, କହିଲେ ଯାହା ୨୪ ବର୍ଷରେ ଦେଖିବାକୁ ମିଳି ନ ଥିଲା ତାହା…

ଭୁବନେଶ୍ୱର,୧୫ା୬: ହଇଜାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳି ନ ଥିଲା ତାହା ଏବେ ଅସ୍ତବ୍ୟସ୍ତ କଲାଣି। ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକରେ ହଇଜା ଭୟଙ୍କର ହେଲାଣି। ଏପରିକି ହଇଜାରେ ୧୪ ଜଣ ପ୍ରାଣ ହରାଇବା ମୋତେ ବ୍ୟଥିତ କରିଛି। ସେମାନଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ବଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ। ନବୀନ କହିଛନ୍ତି, ରାଜ୍ୟ ସରକାର ଏହି ଘଟଣାକୁ ହାଲୁକା ଭାବେ ନେବା ସମସ୍ତଙ୍କୁ ବିଚଳିତ କରୁଛି। ହଇଜାର ବ୍ୟାପକତାକୁ ରୋକିବା ପାଇଁ ରାଜ୍ୟ ସରକାର ତୁରନ୍ତ ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ନବୀନ କହିଛନ୍ତି।

Share