ଭୁବନେଶ୍ୱର,୪।୯: ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗୁରୁବାର ଏକ ବଡ ଘୋଷଣା କରିଛନ୍ତି। ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପୁଣି ଦାୟିତ୍ୱ ଦିଆଯାଇଛି। ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଏହାସହ ୩ ବରିଷ୍ଠ ସାଧାରଣ ସଂପାଦିକା ଓ ୧୨ ସାଧାରଣ ସଂପାଦିକା ନିଯୁକ୍ତ ହୋଇଛନ୍ତି। ଏମାନେ ହେଲେ ସୁମିତ୍ରା ଜେନା, ରାଜଶ୍ରୀ ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର। ସୁଲୋଚନା ଦାସ, ସୁଲତା ଦେଓ, ବର୍ଷା ସିଂ ବରିହାଙ୍କୁ ସାଧାରଣ ସଂପାଦିକା କରାଯାଇଛି। ସେହିପରି ଶ୍ରର୍ମିଷ୍ଠା ସେଠୀ, ଶ୍ରୀମୟୀ ମିଶ୍ର,ଲୋପାମୁଦ୍ରା ବକ୍ସିପାତ୍ର- ସାଧାରଣ ସଂପାଦିକା। ମୀନତି ବେହେରା, କସ୍ତୁରୀ ମହାପାତ୍ର, ପଦ୍ମିନୀ ଦିଆନ- ସାଧାରଣ ସଂପାଦିକା ଏବଂ ଦୀପାଳି ଦାସ, ରଂଜିତା ସାହୁ ଓ ଗୀତାଞ୍ଜଳି ବସ୍ତିଆ- ସାଧାରଣ ସଂପାଦିକା ଭାବେ ନିଯୁକ୍ତ ହୋଇଛନ୍ତି।