ଏହି ୨ ନେତାଙ୍କୁ ଦାୟିତ୍ୱ ଦେଇ ଖସିଗଲେ ନବୀନ: ଜାଣନ୍ତୁ ଭିତିରି କଥା…

ଭୁବନେଶ୍ୱର, ୨୪ା୧(ସୁନିତ୍‌ ମିଶ୍ର): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯିବାକୁ ନେଇ କିଛିଦିନ ହେଲା ରାଜ୍ୟ ରାଜନୀତି ଜୋର୍‌ ଧରିଛି। ଅରବିନ୍ଦଙ୍କୁ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ଉଠାଇ ବିଜେଡିରୁ କଢ଼ାଯାଇଛି। ଅରବିନ୍ଦ କ’ଣ ଦଳ ବିରୋଧୀ କରିଛନ୍ତି ତା’ର ସେ ପ୍ରମାଣ ମାଗିବା ସହିତ ପ୍ରଥମେ ଶୋ’ କଜ୍‌ ନ ଦେଇ କାହିଁକି ଦଳରୁ କଢ଼ାଗଲା ବୋଲି ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ଅନ୍ୟପଟେ ୨ଦିନ ତଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅରବିନ୍ଦଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ତାଙ୍କ ଚିରାଚରିତ ଢଙ୍ଗରେ ନୂଆ ଏକ ଉଦ୍ୟମ କରିଛନ୍ତି। କେନ୍ଦ୍ରାପଡ଼ାର ଅନ୍ୟଜଣେ ନେତାଙ୍କ ଜରିଆରେ ପାଟକୁରା ନିର୍ବାଚନମଣ୍ଡଳୀର ବହୁ ଦଳୀୟ ନେତା ଓ କର୍ମୀଙ୍କୁ ଡାକି ନବୀନ କହିଥିଲେ, ଯିଏ ଲୋକଙ୍କ ସହିତ ନ ରହିବ ଏବଂ ସେମାନଙ୍କୁ ଅବହେଳା କରିବ ସେଭଳି ନେତାଙ୍କୁ ଦଳ ସବୁବେଳେ କାଢ଼ିଦେଇଛି। ଏହି ଘଟଣାର ଗୋଟିଏ ଦିନ ପରେ ଅରବିନ୍ଦଙ୍କ ଶତାଧିକ ସମର୍ଥକ ଶୁକ୍ରବାର ନବୀନ ନିବାସ ନିକଟରେ ପହଞ୍ଚତ୍ଥିଲେ। ଅରବିନ୍ଦଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ପୁନର୍ବିଚାର କରିବାକୁ ସେମାନେ ଦାବି ଉଠାଇଥିଲେ। ଏହି ଘଟଣା ପରେ ଦଳୀୟ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରତାପ ଜେନାଙ୍କ ସହିତ ଅରବିନ୍ଦଙ୍କର କିଛି ସମର୍ଥକ ଆଲୋଚନା କରିଥିଲେ। ଖୁବ୍‌ଶୀଘ୍ର ଅରବିନ୍ଦଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ପୁନର୍ବିଚାର କରାଯିବ ବୋଲି ଦେବୀ ଓ ପ୍ରତାପ ପ୍ରତିଶ୍ରୁତି ଦେଇଥିବା ଅରବିନ୍ଦଙ୍କ ଜଣେ ସମର୍ଥକ ଗଣମାଧ୍ୟମକୁ ଜଣାଇଥିଲେ।
ସୂଚନାଯୋଗ୍ୟ, ପ୍ରତାପ ଓ ଦେବୀ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣାଶୁଣା ମହଲରେ ହେଉଥିବା ଆଲୋଚନା ଅନୁଯାୟୀ, ନବୀନଙ୍କ ପକ୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦେବୀ, ପ୍ରତାପଙ୍କୁ ଦାୟିତ୍ୱ ଦେଇଥିବାର ବାର୍ତ୍ତା ଦେଇ ନିଜକୁ ସୁରକ୍ଷିତ ରଖିବାର ପ୍ରୟାସ କରିଛନ୍ତି। ଭବିଷ୍ୟତରେ ଅରବିନ୍ଦଙ୍କ ସେହି ସମର୍ଥକ କିମ୍ବା ପାଟକୁରାର ସାଧାରଣ ଲୋକମାନେ ଏ ବାବଦରେ ଯଦି କିଛି ଆଶାନୁରୂପ ଫଳ ନ ପାଆନ୍ତି, ତେବେ ସେମାନେ ଦେବୀ, ପ୍ରତାପଙ୍କୁ ଧରିବେ। ତେଣୁ ସୁଚିନ୍ତିତ ଭାବେ ଦୁଇ ବରିଷ୍ଠ ନେତାଙ୍କୁ ଆଗକୁ ଛାଡ଼ି ନବୀନ ଖସିଗଲେ ବୋଲି ଚର୍ଚ୍ଚା ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଜିଲାର ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତିଙ୍କ ନାମ ଘୋଷଣା

ଗଜପତି, ୨୫ା୧(ଗିରିଧାରୀ ପରିଛା): ଗଜପତି ଜିଲାରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ…

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସିମାଞ୍ଚଳ, ଅଞ୍ଚଳରେ ଖୁସିର ଲହରୀ

ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହଲ୍ଲାଦ ନାଟକର ହିରନ୍ୟକଶ୍ୟପ ରାଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ (ଗୁରୁ)…

ଏହିଦିନ ସରିବ ସରପଞ୍ଚଙ୍କ କାର୍ଯ୍ୟକାଳ, ପଞ୍ଚାୟତ ନିର୍ବାଚନ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର, ୨୫ା୧: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ରାଜ୍ୟ ନିର୍ବାଚନ କମିଶନ ରବିବାର ସବୁ ଦ୍ୱନ୍ଦ୍ୱ ଦୂର କରି…

ଓଡ଼ିଶାର ଏହି ବିଶ୍ୱବିଦ୍ୟାଳୟରେ ପ୍ରଥମ ଆରମ୍ଭ ହେବ AI, ମେସିନ୍ ଲର୍ନିଂ ଲ୍ୟାବ୍‌

ଭୁବନେଶ୍ୱର, ୨୫ା୧: ସମଗ୍ର ବିଶ୍ୱ ଏବେ କୃତ୍ରିମ ବୁଦ୍ଧିମତ୍ତା(AI) ପଛରେ ଦୌଡ଼ିବାରେ ଲାଗିଛି। ଏହି ଦୋୖଡରେ ଏବେ ଓଡିଶାର ଶିକ୍ଷା ବ୍ୟବସ୍ଥା ସାମିଲ ହେବାକୁ ଯାଉଛି। ସମ୍ବଲପୁର…

ଟି୨୦ ବିଶ୍ୱକପ୍‌ରେ ସ୍କଟ୍‌ଲାଣ୍ଡ ସାମିଲ ହେବା ପରେ ମୁହଁ ଖୋଲିଲା ବାଂଲାଦେଶ କ୍ରିକେଟ ବୋର୍ଡ

ଢାକା,୨୫ା୧: ଆସନ୍ତା ୭ ତାରିଖରୁ ଭାରତରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଲାଗି ବାଂଲାଦେଶ ବଦଳରେ ସ୍କଟ୍‌ଲାଣ୍ଡକୁ ସାମିଲ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏହି ନିଷ୍ପତ୍ତିକୁ…

ଭଞ୍ଜନଗର ପୋଲିସକୁ ସଫଳତା, ୩୩ ମୋବାଇଲ ଫୋନ ଉଦ୍ଧାର କରି ଫେରାଇଲା

ଭଞ୍ଜନଗର,୨୫ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ହଜିଯାଇଥିବା ୩୩ଟି ମୋବାଇଲ ଫୋନ ଉଦ୍ଧାର କରିଛି । ଏହାସହ ପ୍ରକୃତ ହିତାଧିକାରୀଙ୍କୁ ଫେରାଇ ଦେଇଛି ।…

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ, କ୍ଷତିପୂରଣ ପାଇଁ ଦାବି

ଥୁଆମୂଳ ରାମପୁର, ୨୫ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଧୂଳିଗୁଡ଼ା ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ପୂର୍ବତନ…

ନକ୍‌ଆଉଟ ପ୍ରତିଯୋଗିତା: ଖଣ୍ଡାଧାର ଟାଇଟନ ଦଳ ଚାମ୍ପିୟନ

ଲହୁଣିପଡ଼ା,୨୫ା୧(ଦାଶରଥି ପଣ୍ଡା): ସୁନ୍ଦରଗଡ ଜିଲା ଲହୁଣିପଡ଼ା କ୍ରିକେଟ ଖେଳ ପଡ଼ିଆଠାରେ ଲହୁଣୀପଡ଼ା ସ୍ପୋର୍ଟସ ଆସୋସିଏଶନ ପକ୍ଷରୁ ଚାଲିଥିବା ୧୭ତମ ପାଞ୍ଚଦିନିଆ ନକ୍‌ଆଉଟ କ୍ରିକେଟ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri