ଭୁବନେଶ୍ୱର,୧୨ା୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଓଡ଼ିଶା ଫେରିଛନ୍ତି। ମୁମ୍ବାଇର କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହେବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି। ନବୀନଙ୍କୁ ସ୍ବାଗତ ପାଇଁ ବିଜେଡିର ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ରହିଛନ୍ତି।
ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ଅସ୍ତ୍ରୋପଚାର ଲାଗି ନବୀନ ଗତ ୨୦ରୁ ମୁମ୍ବାଇ ଗସ୍ତରେ ଯାଇଥିଲେ। ତାଙ୍କ ତାଙ୍କର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ସେ ହସ୍ପିଟାଲରୁ ମଧ୍ୟ ଗତ ସପ୍ତାହରେ ଡିସ୍ଚାର୍ଜ ହୋଇଥିଲେ। ଡିସ୍ଚାର୍ଜ ହେବା ସମୟରେ ସେ ଡାକ୍ତରମାନଙ୍କ ସହ ଭେଟୁଥିବାର ଏକ ଭିଡିଓ ମଧ୍ୟ ଜାରି କରିଥିଲେ। ଏହାପରେ ସେ ଫିଜିଓଥେରାପି ନେବା ଲାଗି କିଛିଦିନ ପାଇଁ ମୁମ୍ବାଇରେ ରହିବେ ବୋଲି ତାଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ସୂଚନା ମଧ୍ୟ ଦେଇଥିଲେ।