Posted inଜାତୀୟ

କଂଗ୍ରେସର ନିକଟତର ହେଉଛନ୍ତି ନବୀନ-ରେଡ୍ଡୀ, ଏପଟେ ମୋଦିଙ୍କୁ ଭେଟିବେ ମମତା, ଜାତୀୟ ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୬।୭: ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ସଦସ୍ୟ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଯାହା ମେଣ୍ଟରେ ଫାଟ ହେବାନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନୀତି ଆୟୋଗକୁ ବିରୋଧୀ ଦଳରେ ଥିବା ମୁଖ୍ୟମନ୍ତ୍ରୀ ବୟକଟ କରିଛନ୍ତି। କିନ୍ତୁ ମମତା ବାନାର୍ଜୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବୈଠକରେ ଯୋଗଦେବେ ବୋଲି ଜଣାପଡିଛି। ଯାହାକୁ ନେଇ ରାଜନୀତି ସରଗରମ ହୋଇଛି।
ନୀତି ଆୟୋଗ ବୈଠକକୁ ଇଣ୍ଡିଆ ଆଲାଏନ୍ସର ୫ ଜଣ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ବୟକଟ କରିଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସ ଶାସିତ ହିମାଚଳ, ତେଲେଙ୍ଗାନା ଓ କର୍ନାଟକ ଏବଂ ଡିଏମକେ ଶାସିତ ତାମିଲନାଡୁ ଏବଂ ଏଏପି ଶାସିତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅଛନ୍ତି। ଏହି ମୁଖ୍ୟମନ୍ତ୍ରୀମାନେ କହୁଛନ୍ତି ଯେ ବଜେଟରେ ଯେତେବେଳେ ଆମ ରାଜ୍ୟ ପାଇଁ କିଛି ଦିଆଯାଇନାହିଁ, ତେବେ ଆମେ କାହିଁକି ବୈଠକକୁ ଯିବୁ?

ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ବିରୋଧୀ ଇଣ୍ଡିଆ ମେଣ୍ଟର ଏକ ପ୍ରମୁଖ ସହଯୋଗୀ, ଯାହାର ଲୋକ ସଭାରେ ୩୦ ଏବଂ ରାଜ୍ୟ ସଭାରେ ୧୧ ଜଣ ଏମପି ଅଛନ୍ତି। କିନ୍ତୁ ଏବେ ସେଥିରେ ଫାଟ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଜୁଲାଇ ୨୭ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡିଛି। ସାମବାଦିକ ସମ୍ମିଳନୀ କରି ମମତା କହିଛନ୍ତି, ସେ ଏହି ବୈଠକରେ ଯୋଗ ଦେବା ସହ ବଜେଟକୁ ବିରୋଧ କରିବେ।

ନୀତି ଆୟୋଗ ବୈଠକ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୃଥକ ଭାବେ ମମତା ଭେଟିବାର କାର୍ଯ୍ୟକ୍ରମ ରହିଛି। ନୀତି ଆୟୋଗଙ୍କ ବୈଠକ ପୂର୍ବରୁ ଏହି ବୈଠକ ବସିପାରେ। ଯେତେବେଳେ କୋଲକାତାର ସାମ୍ବାଦିକମାନେ ମମତା ବାନାର୍ଜୀଙ୍କୁ ପଚାରିଥିଲେ ଯେ ସେ ଦିଲ୍ଲୀ ଗସ୍ତ ସମୟରେ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିବେ କି? ଏହା ଉପରେ ମମତା କହିଛନ୍ତି ଯେ, ପ୍ରତିଥର ସମସ୍ତଙ୍କୁ ଭେଟିବାର ଆବଶ୍ୟକତା ନାହିଁ। ଶେଷ ଥର ପାଇଁ ୨୦୨୩ ଜୁଲାଇରେ ମମତା ବାନାର୍ଜୀ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ମମତା ବାନାର୍ଜୀଙ୍କ କୌଣସି ପ୍ରସ୍ତାବିତ ବୈଠକ ଏପର୍ଯ୍ୟନ୍ତ ହୋଇନାହିଁ। ନିକଟରେ ଲୋକ ସଭା ନିର୍ବାଚନ ପରେ କଂଗ୍ରେସ ଅଧ୍ୟକ୍ଷଙ୍କ ଦ୍ୱାରା ଡକାଯାଇଥିବା ଇଣ୍ଡିଆ ଆଲାଏନ୍ସର ବୈଠକରେ ମଧ୍ୟ ମମତା ଯୋଗ ଦେଇନଥିଲେ।

କହିରଖୁଛୁ କି, ମମତା ଲୋକ ସଭା ନିର୍ବାଚନ ପରଠାରୁ କଂଗ୍ରେସ ଉପରେ ରାଗିଯାଇଛନ୍ତି। ମମତା ପ୍ରଥମେ ଭାରତୀୟ ମେଣ୍ଟର ଜଣେ ସକ୍ରିୟ ସଦସ୍ୟ ଥିଲେ, କିନ୍ତୁ ନିର୍ବାଚନର ବିଗୁଲ ବାଜିବା ମାତ୍ରେ ସେ ନିଜ ରାଜ୍ୟରେ ଏକଲା ଚଲୋ ନାରା ଦେଇଥିଲେ।

ମମତାଙ୍କ ବ୍ୟତୀତ ଆମେ ଆଜଣଙ୍କର ଉଦାହରଣ ଦେବାକୁ ଚାହୁଁଛୁ। ଏକଦା ଭାଜପା ସହ ଘନିଷ୍ଠ ବନ୍ଧୁତା ବଜାୟ ରଖିଥିବା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ସିଏମ ଜଗନମୋହନ ରେଡ୍ଡୀ ବର୍ତ୍ତମାନ ଦୂର ସମ୍ପର୍କୀୟ ବନ୍ଧୁ ପାଲଟି ଯାଇଛନ୍ତି। ଏନଡିଏ ଆଉ ଦୁଇଜଣଙ୍କୁ ନିଜ ଘନିଷ୍ଠ ଭାବେ ଦଳରେ ସ୍ଥାନିତ କରିଛନ୍ତି। ସେମାନେ ହେଲେ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାର। ବର୍ତ୍ତମାନ ଉଭୟ ପଟ୍ଟନାୟକ ଏବଂ ରେଡ୍ଡୀଙ୍କୁ ଆକ୍ରକଣାତ୍ମକ ଭୂମିକାରେ ଦେଖିବାକୁ ମିଳୁଛୁ। ବିଜେଡି ରାଜ୍ୟ ସଭାରେ ଜୋରଦାର ଗର୍ଜୁଥିବାବେଳେ ଅର୍ତମନ୍ତ୍ରୀ ସୀତାରମଣ ବଜେଟ୍‌ ଉପସ୍ଥାପନ କରୁଥିବାବେଳେ ଗୃହରୁ ବ୍ୟାକ୍‌ଆଉଟ୍‌ କରୁଥିବାର ଦେଖିବାକୁ ମିଳିଥିଲା। ସେହିପରି ରେଡ୍ଡୀ ରାଜ୍ୟ ସରକାର ନାଇଡୁଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ରେଡ୍‌ଡୀ ବୁଧବାର ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଉଭୟ ଇଣ୍ଡିଆ ମେଣ୍ଟରେ କିମ୍ବା କଂଗ୍ରେସକୁ ପରୋକ୍ଷରେ ସମର୍ଥନ କରୁଛନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି।…

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri