ନବୀନଙ୍କ ବଢୁଛି ଟେନଶନ, ରୋକିବାର ନା ନେଉନି ବିଜେଡିର ଗୋଷ୍ଠୀ କନ୍ଦଳ

ଭୁବନେଶ୍ୱର,୧୫।୧୦: ୨୪ବର୍ଷ ଶାସନରେ ଥିବା ବିଜେଡିକୁ ଏବେ ଘାରିଛି ଗୋଷ୍ଠୀ କନ୍ଦଳର ଡର। କ୍ଷମତା ଗଲା ପରେ ଗୋଟିଏ ଦଳରେ ଏ କେଉଁ ପ୍ରକାର ପରିସ୍ଥିତି ଦେଖାଯାଏ ତା’ର ଉଦାହରଣ ପାଲଟିଛି ବିଜେଡି। ଦିନ ଥିଲା ବିଜେଡିକୁ ଆସିବାକୁ ନେତାଙ୍କ ଲାଇନ୍‌ ଲାଗୁଥିଲା। ଆଉ ସୁଯୋଗ ମିଳିଲେ ନେତାଏ ଗୋଟିଏ ଘଣ୍ଟାରେ ଦଳ ଡେଉଁଥିଲେ। ଏବେ କିନ୍ତୁ କ୍ଷମତା ଗଲା ପରେ ଏବେ ବଡ଼ ଗୋଷ୍ଠୀ କନ୍ଦଳ ଦେଇ ଗତି କରୁଛି ଦଳ। ଜଣ ପରେ ଜଣେ ନେତା ଏବେ ଭାଜପା ମୁହାଁ ହେଉଛନ୍ତି। ପ୍ରଥମେ ଦୁଇ ଏମପି ଦଳ ପରିବର୍ତ୍ତନ କରିବା ପରେ ପରେ ଭାଜପାରୁ ବିଜେଡିକୁ ଆସିଥିବା ପ୍ରକାଶ ବେହେରାଙ୍କ ଇସ୍ତଫା ବିଜେଡିକୁ ଜୋରଦାର ଝଟକା ଦେଇଛି। ଏହାରି ଭିତରେ ଅମର ଶତପଥୀଙ୍କ ଅସନ୍ତୋଷ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। କେବଳ ଅମର ନୁହନ୍ତି ବିଜେଡିରେ ଏହିପରି ଅନେକ ଭେଟରାନ ନେତା ବିଜେଡି ଠାରୁ ମୁହଁ ବୁଲାଉଛନ୍ତି। ନିକଟରେ ଭୁବନେଶ୍ୱର ବିଜେଡିରେ ଯେଉଁପରି ଅସନ୍ତୋଷର ନିଆଁ କୁହୁଳି ଥିଲା ତାହା ତ ଦାଣ୍ଡରେ ପଡି ହାଟରେ ଗଡୁଛି। ଏପରି ସ୍ଥିତିରେ ଦଳର ଶୀର୍ଷ ନେତୃତ୍ୱ ଏହି ନେତାଙ୍କୁ ମନାଇବା ପାଇଁ ଭରପୂର ଉଦ୍ୟମ କରୁଛନ୍ତି।

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ, ବିଜେଡିର ବଡ଼ ବଡ଼ ନେତାଙ୍କ ମଧ୍ୟରେ ଅସନ୍ତୋଷ ଥିଲେ ବି ତୃଣମୂଳ ସ୍ତରରେ ବିଜେଡିର ସଂଗଠନ ମଜବୁତ ରହିଛି। ହେଲେ ଯଦି ବିଜେଡି ବିରୋଧରେ ଏ ପ୍ରକାର ଗୋଷ୍ଠୀ କନ୍ଦଳ ଚର୍ଚ୍ଚା ଗଣମାଧ୍ୟମରେ ଲାଗି ରହେ ତେବେ ପଞ୍ଚାୟତସ୍ତରରେ ସଂଗଠନ ଦୋହଲି ଯିବାର ଆଶଙ୍କା ରହିଛି। ଏମିତି ସ୍ଥିତିରେ ଭାଜପା ମଧ୍ୟ ଫାଇଦା ଉଠାଇବାକୁ ଭରପୂର ଉଦ୍ୟମ କରୁଛି।

କିଛିଦିନ ହେବ ଅମର ଶତପଥୀ ବୁଲେଇ ବାଙ୍କେଇ କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିବାବେଳେ ନବୀନଙ୍କୁ ଉତ୍ତରଦାୟୀ କରିବାକୁ ଗଣମାଧ୍ୟମରେ ବିଷେଦାଗାର କରୁଛନ୍ତି। ଏହାରି ଭିତରେ ଅମରଙ୍କ ଘରେ ପୁଣି ଭାଜପାର ବଡ଼ ନେତା ରାମଚନ୍ଦ୍ର ପଣ୍ଡା ଆସିବା ବିଜେଡିର ଟେନସନ ଆହୁରି ବଢାଇଛି। ଯଦି ଏହିପରି ବିଜେଡି ଭିତରେ ଗୋଷ୍ଠୀ କନ୍ଦଳ ଲାଗିରହେ ତେବେ ଏତେବର୍ଷ ଧରି ଶାସନରେ ଥିବା ଗୋଟିଏ ଦଳ ଭାଙ୍ଗିଯିବାର ଖୁବ୍‌ ଆଶଙ୍କା ରହୁଛି। ଏବେ ପ୍ରଶ୍ନ ଉଠୁଛି ଅମରଙ୍କ ରାଜନୈତିକ ଗତିବିଧୀ। ଗତକାଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଅମରଙ୍କୁ ଦଳ ଛାଡି ଦେବା ପାଇଁ ସିଧା ସିଧା କହୁଥିବାବେଳେ ପ୍ରତି ଜବାବରେ ଅମରଙ୍କ ପ୍ରତିକ୍ରିୟା ଓଡ଼ିଶା ରାଜନୀତିକୁ ଆହୁରି ରୋଚକ କରାଇଛି। ଅମର କହିଛନ୍ତି, ‘ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ ମୁଁ ଦଳରେ ନାହିଁ। ମୁଁ ଏବେ ସ୍ବାଧୀନ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋର ସଭ୍ୟପଦ ନବୀକରଣ ବି କରିନି। କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି। ଲେନିନଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି। ମୋ ପୁତୁରା କେହି ଭାଜପାକୁ ଯାଇନାହାନ୍ତି, ଲେନିନ ଯଦି ଜାଣିଛନ୍ତି ନାଁ କହିଲେ ଭଲ ହେବ। ଭାଜପା ସହ ଅନେକ ଦଳ ଏବେ ବି ମୋ’ ସହ ଯୋଗାଯୋଗରେ ଅଛନ୍ତି। କିନ୍ତୁ ମୁଁ ଏବେ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି।’

ତେବେ ଏହି କଥାରୁ ପୁରା ସ୍ପଷ୍ଟ ହେଉଛି ଅମର ଆଉ ବିଜେଡିରେ ନାହାନ୍ତି। ବଡ଼ କଥା ହେଉଛି ଏବେ ଦେଖିବାକୁ ହେବ ଅମରଙ୍କ ପରି ଆଉ କେଉଁ କେଉଁ ବଡ଼ ନେତା ବିଜେଡିର ସଦସ୍ୟତା ପଦ ନବୀକରଣ କରି ନାହାନ୍ତି। ଯଦି ଏହିପରି ନେତାଙ୍କ ସଂଖ୍ୟା ଅଧିକ ହୁଏ ଭୟଙ୍କର ସ୍ଥିତି ଆସିବ ନିଶ୍ଚିତ।

ଅନ୍ୟପଟେ କୁହାଯାଉଛି ଆଗକୁ ପଞ୍ଚାୟତ ନିର୍ବାଚନ ଥିବାର ପ୍ରକାଶଙ୍କୁ ଆଣିବାକୁ ଭାଜପା ପ୍ଲାନ କରୁଛି। ଏହିକଥା ଆମେ ଏଥିପାଇଁ କହୁଛୁ କାରଣ ପ୍ରକାଶଙ୍କ ମୂଳ ନିର୍ବାଚନମଣ୍ଡଳୀ ହେଉଛି ସାଲେପୁର। ସେଠାରେ ପ୍ରକାଶଙ୍କ ଭଲ ସଂଗଠନ ବି ରହିଛି। ତେଣୁ ଭାଜପା ପ୍ରକାଶଙ୍କୁ ଦଳରେ ମିଶାଇ ସାଲେପୁର ଓ ଆଖପାଖ ନିର୍ବାଚନ ମଣ୍ଡଳୀର ବଡ଼ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଯାହା ତୃଣମୂଳ ସ୍ତରରେ ବିଜେଡିର ସଂଗଠନକୁ ଦୂର୍ବଳ କରିବାରେ ପ୍ରକାଶ ବଡ଼ ଦାୟିତ୍ୱ ନେଇପାରନ୍ତି। ସେହିପରି ଅନରୂପ ଭାବେ ଅମରଙ୍କୁ ଦଳରେ ମିଶାଇ ପଞ୍ଚାୟତସ୍ତରରେ ଭାଜପା ସଂଗଠନକୁ ଆହୁରି ମଜବୁତ କରିପାରେ ବୋଲି ରାଜନୈତିକ ସ୍ତରରେ ଚର୍ଚ୍ଚା ହେଉଛି। ତେବେ ଦେଖିବାକୁ ବାକି ରହିଲା ଓଡ଼ିଶା ରାଜନୀତିର ଗତି କେଉଁଆଡକୁ ଯାଉଛି। ବିଜେଡି ନିଜ ଗୋଷ୍ଠୀକନ୍ଦଳ ରୋକିବାକୁ ସକ୍ଷମ ହେବ ନା ଭାଜପା ଏହାର ଫାଇଦା ଉଠାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri